୧.୨୩ କୋଟି ଠକେଇ ଡ଼ିଏଫଓ ଅଫିସ ର ଏସ.ଏ ଗିରଫ

Nov 21, 2026 - 11:48
୧.୨୩ କୋଟି ଠକେଇ ଡ଼ିଏଫଓ ଅଫିସ ର ଏସ.ଏ ଗିରଫ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ବରିଷ୍ଠ ସହାୟକ । ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଅନୁଗୁଳ ଜିଲ୍ଲା ସାତକୋଶିଆ ବନ୍ୟପ୍ରାଣୀ ଡିଭିଜନ (DFO) କାର୍ଯ୍ୟାଳୟର ବରିଷ୍ଠ ସହାୟକ ଅଜୟ କୁମାର ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଅବସରପ୍ରାପ୍ତ ଏବଂ ମୃତ କର୍ମଚାରୀଙ୍କ ନାମରେ ନକଲି ଦରମା, ଅଣବ୍ୟବହୃତ ଛୁଟି ଦରମା ଏବଂ ବକେୟା ବିଲ୍ ପ୍ରସ୍ତୁତ କରି ଦୀର୍ଘ ୬ ବର୍ଷ ଧରି ଠକେଇ କରି ଆସୁଥିବା ଜଣା ପଡିଛି  ।

ସୂଚନାନୁସାରେ, ଅଜୟ କୁମାର ନାୟକ ୧ ଜାନୁଆରୀ ୨୦୧୯ ରୁ ୩୦ ଜୁନ୍ ୨୦୨୫ ମଧ୍ୟରେ ସେ ମୋଟ ୧,୨୩,୫୨,୫୪୭ ଟଙ୍କା (୧.୨୩ କୋଟିରୁ ଅଧିକ) ସରକାରୀ ପାଣ୍ଠିକୁ ନିଜ ଏବଂ ଅନ୍ୟ ଦୁଇଜଣ ସହଯୋଗୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରି ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ସେ ଡିଏଫଓ କାର୍ଯ୍ୟାଳୟର ଏଷ୍ଟାବ୍ଲିସମେଣ୍ଟ ସେକ୍ସନରେ କାର୍ଯ୍ୟରତ ଥିବା ସମୟରେ ସେ HRMS (Human Resources Management System) ପୋର୍ଟାଲରେ ମୃତ ଏବଂ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କ ର ମିଥ୍ୟା ତଥ୍ୟ ଦେଇଥିଲେ । ଆର୍ଥିକ ଅନିୟମିତତା ସାମ୍ନାକୁ ଆସିବା ପରଠାରୁ ଅଭିଯୁକ୍ତ ଅଜୟ କୁମାର ନାୟକ ଅକ୍ଟୋବର ୨୦୨୬ ରୁ ଫେରାର ଥିଲେ । ଭିଜିଲାନ୍ସ ଟିମ୍ ତାଙ୍କ ଗତିବିଧି ଉପରେ ନଜର ରଖି ଗତକାଲି ରାତିରେ ଅନୁଗୁଳ ସ୍ଥିତ ନିଜ ଘରୁ ଗିରଫ କରିଛି । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ସହଯୋଗୀ ମାନଙ୍କ ବିଷୟରେ  ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)