ଫାଇଭ୍-ଟି ସ୍କୁଲ୍କୁ ନେଇ ଗୃହରେ ଝଡ଼
ଭୁବନେଶ୍ଵର : ବିଧାନସଭା ଶୀତକାଳୀନ ଅଧିବେଶନର ସପ୍ତମ ଦିନ। ଆଜି ଗୃହ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଛି । ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପ୍ରଶ୍ନକାଳ ସମୟରେ ପୂର୍ବତନ ସରକାରଙ୍କ ସମୟରେ ହୋଇଥିବା ସ୍କୁଲ୍ ରୂପାନ୍ତରଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଉଠିବା ପରେ ଗୃହରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । 'ଫାଇଭ୍-ଟି' (5T) ସ୍କୁଲ୍ ରୂପାନ୍ତରଣ ଯୋଜନାରେ ହୋଇଥିବା ଅର୍ଥ ହେରଫେର ଅଭିଯୋଗକୁ ନେଇ ପ୍ରଶ୍ନକାଳରେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ ।
ମନ୍ତ୍ରୀଙ୍କ ଉତ୍ତର ବେଳେ ବିଜେଡି ସଦସ୍ୟମାନେ ପ୍ରତିବାଦ କରିଛନ୍ତି । ପ୍ରମିଳା ମଲ୍ଲିକଙ୍କ ପ୍ରଶ୍ନରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖିଛନ୍ତି । ସେ କହିଛନ୍ତି ଗତ ସରକାର କିଛି ସ୍କୁଲ୍କୁ ଫାଇଭ୍-ଟି ଜରିଆରେ ଅପ୍ଗ୍ରେଡ୍ କରିଥିଲେ । ଫାଇଭ୍-ଟି ସ୍କୁଲ୍ ପାଇଁ ୩୮୭ କୋଟି ୯୦ ଲକ୍ଷ ଟଙ୍କା ବ୍ୟବସ୍ଥା ହୋଇଥିଲା । ହେଲେ ଅର୍ଥ ଦିଆଯାଇନଥିଲା । ବିଜେପି ଆସିବା ପରେ ଅର୍ଥ ପୈଠ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ କରାଯିବ । ୨୮ ହଜାର ୬୯୩ ଶିକ୍ଷକଙ୍କୁ ନିଯୁକ୍ତି, ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି, ପ୍ରତି ବର୍ଷ ୧୫ ହଜାର ଶିକ୍ଷକ ନିଯୁକ୍ତି ଦିଆଯାଇଛି। ୩ ବର୍ଷରେ ୧୫ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ମନ୍ତ୍ରୀ ଆହୁରି କହିଛନ୍ତି, ନୂଆ ସରକାର ଶିକ୍ଷାର ବିକାଶ ପାଇଁ ନୂଆ ପଦକ୍ଷେପ ନେଉଛନ୍ତି । ତେବେ ପୂର୍ବ ସରକାର ସମୟରେ ଫାଇଭ୍-ଟି ସ୍କୁଲ ରୂପାନ୍ତରଣ ଅର୍ଥ କେଉଁଠି ଏବଂ କିପରି ଖର୍ଚ୍ଚ ହୋଇଛି, ତାହାର ହିସାବ ଯାଞ୍ଚ କରାଯିବ। ତଦନ୍ତ ପରେ ଯଦି କୌଣସି ଅନିୟମିତତା ଜଣାପଡ଼େ, ତେବେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
