ଡ୍ରପ ଆଉଟ କାରଣ ବ୍ୟକ୍ତିଗତ - ମନ୍ତ୍ରୀ

Nov 27, 2026 - 12:29
ଡ୍ରପ ଆଉଟ କାରଣ ବ୍ୟକ୍ତିଗତ - ମନ୍ତ୍ରୀ

ଭୁବନେଶ୍ୱର : ଛାତ୍ରଛାତ୍ରୀମାନେ ମୁଖ୍ୟତଃ ବ୍ୟକ୍ତିଗତ କାରଣ ପାଇଁ ସ୍କୁଲ ଛାଡ଼ୁଛନ୍ତି । ଆଜି ବିଧାନସଭା ଅଧିବେଶନ ୭ମ ଦିନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୃହରେ ଉତ୍ତର ରଖିଛନ୍ତି । ସ୍କୁଲ ଡ୍ରପ୍ ଆଉଟ୍ ପ୍ରସଙ୍ଗରେ ଉତ୍ତର ରଖି ସେ କହିଛନ୍ତି ପିଲାମାନେ ନିଜ ବ୍ୟକ୍ତିଗତ କାରଣରୁ ହିଁ ପାଠ ଛାଡ଼ୁଛନ୍ତି ।

ମନ୍ତ୍ରୀ କହିଛନ୍ତି ,ମାଟ୍ରିକ୍ ପାସ୍ କରିବା ପରେ ଅନେକ ଛାତ୍ରଛାତ୍ରୀ ସାଧାରଣ କଲେଜ ବଦଳରେ ବୈଷୟିକ (Technical), ନର୍ସିଂ ଏବଂ ପଲିଟେକ୍ନିକ୍ ଭଳି ବୃତ୍ତିଗତ ଶିକ୍ଷା ନେଉଥିବା ଗୃହକୁ ଅବଗତ କରାଇଛନ୍ତି  । 

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ବିଧାନସଭାରେ ରଖାଯାଇଥିବା ତଥ୍ୟ ଅନୁଯାୟୀ, ରୋଜଗାରର ବାଧ୍ୟବାଧକତା, ସଚେତନତାର ଅଭାବ ଏବଂ ଅଭିଭାବକଙ୍କ ଅନିଚ୍ଛାକୁ ପିଲାମାନେ ସ୍କୁଲ ଛାଡ଼ିବାର ଅନ୍ୟତମ ପ୍ରମୁଖ କାରଣ ଭାବେ ଦର୍ଶାଯାଇଥିଲା ।

ଆଜି ବିଧାନସଭା ୭ମ ଦିବସରେ ସୁରୁଖୁରୁରେ ଚାଲିଥିଲା ଗୃହକାର୍ଯ୍ୟ । ଗୃହରେ ସ୍ୱାଭାବିକ ଚାଲିଛି ପ୍ରଶ୍ନକାଳ । ବିଧାୟକଙ୍କ ପ୍ରଶ୍ନରେ ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ଗୃହରେ ୮ଟି ବିଭାଗ ଉପରେ ଆଲୋଚନା କରାଯିବାର ସୂଚନା ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)