ଘାଟିରୁ ପଡି ଯୁବକଙ୍କ ମୃତ୍ୟୁ ଘଟଣାରେ ବାନ୍ଧବୀଙ୍କୁ ଜେରା

Nov 27, 2026 - 12:29
ଘାଟିରୁ ପଡି ଯୁବକଙ୍କ ମୃତ୍ୟୁ ଘଟଣାରେ ବାନ୍ଧବୀଙ୍କୁ ଜେରା

ବ୍ରହ୍ମପୁର: ରିଲ୍ସ କରୁଥିବା ବେବେଳ ମୁଗୁରା ନାଳରେ ବୁଡ଼ି ଯୁବକଙ୍କ ମୃତ୍ୟୁ ଘଟଣା । ପୋଲିସ ହାତରେ ଧରାପଡ଼ିଛନ୍ତି ସାଙ୍ଗରେ ଯାଇଥିବା ବାନ୍ଧବୀ । ଅଘଟଣ ପରେ ଯୁବକଙ୍କ ସ୍କୁଟି ନେଇ ବାନ୍ଧବୀ ଫେରାର ହୋଇଯାଇଥିବାବେଳେ ଆଜି ପୋଲିସ ତାଙ୍କ ପତ୍ତା ଲଗାଇ ଥାନାକୁ ଆଣି ଜେରା କରୁଛି  । ମୃତ ଯୁବକ ହେଉଛନ୍ତି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ପଲାସା ଅଞ୍ଚଳର ୨୨ ବର୍ଷୀୟ ଓମ୍ ସାଇଶଙ୍କର ପଣ୍ଡା । ସେ ବ୍ରହ୍ମପୁରସ୍ଥିତ ଏକ ଘରୋଇ କୋଚିଂ ସେଣ୍ଟରରେ ନିଟ୍ (NEET) ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । 

ସୂଚନାନୁସାରେ, ଗୁରୁବାର ଅପରାହ୍ନରେ ସାଇଶଙ୍କର ନିଜ ବାନ୍ଧବୀଙ୍କ ସହ ବାଙ୍କେଶ୍ୱରୀ ପୀଠ ଘାଟି ବୁଲିବାକୁ ଯାଇଥିଲେ। ସେଠାରେ ପାହାଡ଼ ଧାରରେ ରିଲ୍ସ ବନାଉଥିବା ବେଳେ ହଠାତ୍ ଗୋଡ଼ ଖସିଯିବାରୁ ସେ ତଳେ ଥିବା ପ୍ରଖର ମୁଗୁରାନାଳ ସ୍ରୋତରେ ପଡି ଭାସିଯାଇଥିଲେ ।

ଅଘଟଣ ପରେ ଯୁବତୀ ଅଗ୍ନିଶମ ବିଭାଗକୁ ଖବର ଦେଇ ସାଇ ଶଙ୍କରଙ୍କ ସ୍କୁଟି ନେଇ ସେଠାରୁ ଖସି ଯାଇଥିଲେ । ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ପାଣି ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା ।

ତେବେ ଏହି ଘଟଣା କେବଳ ଏକ ଦୁର୍ଘଟଣା ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି, ସେନେଇ ଦିଗପହଣ୍ଡି ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଘଟଣାକୁ ନେଇ ଦିଗପହଣ୍ଡି ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ସେପଟେ ବ୍ୟବଚ୍ଛେଦ ପରେ ଯୁବକଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)