ବରମୁଣ୍ଡା ବସ ଷ୍ଟାଣ୍ଡରୁ ୨ଯୁବତୀ ଉଦ୍ଧାର

Nov 27, 2026 - 11:22
ବରମୁଣ୍ଡା ବସ ଷ୍ଟାଣ୍ଡରୁ ୨ଯୁବତୀ ଉଦ୍ଧାର

ଭୁବନେଶ୍ୱର : ଭୁବନେଶ୍ୱରର ବରମୁଣ୍ଡା ବସ ଷ୍ଟାଣ୍ଡରୁ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ଜଣେ ଦଲାଲ ମିଛ ପ୍ରଲୋଭନ ଦେଖାଇ ଏହି ଦୁଇ ଯୁବତୀଙ୍କୁ କଳାହାଣ୍ଡିରୁ ବାଙ୍ଗାଲୋର ନେବାକୁ ଯୋଜନା କରୁଥିବା ଅଭିଯୋଗ ହୋଇଛି ।  ବସ ଷ୍ଟାଣ୍ଡରୁ ୨ଯୁବତୀଙ୍କୁ ଉଦ୍ଧାର କରିଛି ରୁଚିକା ସଂଗଠନ । 

ବସ ଷ୍ଟାଣ୍ଡରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କ ସନ୍ଦେହ ହେବାରୁ ସେମାନେ ସୂଚନା ଦେଇଥିଲେ, ଯାହାଫଳରେ ରୁଚିକା ସଙ୍ଗଠନର ସଦସ୍ୟମାନେ ପହଞ୍ଚି ଯୁବତୀ ଦ୍ୱୟଙ୍କୁ ଉଦ୍ଧାର କରିଥିଲେ । ଘଟଣାସ୍ଥଳରୁ ସମ୍ପୃକ୍ତ ଦଲାଲ ଜଣକ ଫେରାର ହୋଇଯାଇଥିବା ବେଳେ ଭରତପୁର ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)