Cheapest Gold Market: ପୁଣି ହୁ… ହୁ… ହୋଇ ବଢିଲା ସୁନା! ଜାଣନ୍ତୁ କେଉଁଠି ମିଳୁଛି ସବୁଠାରୁ ଶସ୍ତା ସୁନା

Nov 27, 2026 - 14:29
Cheapest Gold Market: ପୁଣି ହୁ… ହୁ… ହୋଇ ବଢିଲା ସୁନା! ଜାଣନ୍ତୁ କେଉଁଠି ମିଳୁଛି ସବୁଠାରୁ ଶସ୍ତା ସୁନା

ଗତ କିଛିଦିନ ଧରି ସୁନା ଓ ରୁପା ଦରରେ ବଡ଼ ଧରଣର ଉତ୍ଥାନ-ପତନ ଦେଖିବାକୁ ମିଳୁଛି।

ଗୋଟିଏ ପଟେ ରେକର୍ଡ ସ୍ତରରୁ ସୁନା ଓ ରୁପା ମୂଲ୍ୟରେ ବଡ଼ ହ୍ରାସ ଘଟିଥିବାବେଳେ ଏବେ ପୁଣି ଉଭୟ ଧାତୁର ଦାମ୍ ବଢ଼ିବା ଆରମ୍ଭ ହୋଇଛି।

ଶୁକ୍ରବାର ଅର୍ଥାତ୍ ନଭେମ୍ବର ୨୭ ତାରିଖରେ ଘରୋଇ ବଜାରରେ ସୁନା ଓ ରୁପା ଦରରେ ଜୋରଦାର ବୃଦ୍ଧି ଦେଖିବାକୁ ମିଳିଛି।

ସୁନା ୧୦ ଗ୍ରାମ ପିଛା ପ୍ରାୟ ୨୫୦୦ ବଢ଼ିଲା Advertisment ନଭେମ୍ବର ୨୭ ତାରିଖ ଶୁକ୍ରବାର ସକାଳ ପ୍ରାୟ ୧୧ଟା ସମୟରେ MCXରେ ସୁନାର ବାୟଦା ମୂଲ୍ୟ ୨.୧୩ ପ୍ରତିଶତ ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୧ ଲକ୍ଷ ୨୪ ହଜାର ୮୭୭ ଟଙ୍କାରେ ପହଞ୍ଚିଥିଲା।

ଅର୍ଥାତ୍ ପୂର୍ବ କାରବାର ତୁଳନାରେ ସୁନା ଦରରେ ପ୍ରାୟ ୨୫୦୦ ଟଙ୍କା ବୃଦ୍ଧି ଘଟିଛି।

ଗତ କିଛିଦିନ ଧରି ସୁନା ଦରରେ ଲଗାତାର ହ୍ରାସ ହେବା ପରେ ଏବେ ପୁଣି ଏହା ଉପରମୁହାଁ ହୋଇଛି।

ସୁନାର ଏହି ମୂଲ୍ୟ ବୃଦ୍ଧି ସାଧାରଣ ଗ୍ରାହକଙ୍କୁ କ୍ଷତି ପହଞ୍ଚାଇଛି। https://otvkhabar.in/business/gold-rate-today-november-27-check-18-22-and-24-carat-gold-prices-in-bhubaneswar-mumbai-delhi-and-other-cities-12845289 Advertisment https://otvkhabar.in/business/december-brings-sbi-credit-card-charges-sebi-trading-changes-aadhaar-deadlines-and-important-pension-updates-12845470 ଭାରତର କେଉଁ ରାଜ୍ୟରେ ଶସ୍ତାରେ ମିଳେ ସୁନା?

ସୁନା ଦରରେ ପୁଣି ବୃଦ୍ଧି ହେବା ପରେ ଗ୍ରାହକଙ୍କ ମନରେ ଏକ ପ୍ରଶ୍ନ ଉଠୁଛି।

ଭାରତର କେଉଁ ରାଜ୍ୟରେ ସବୁଠାରୁ କମ୍ ଦାମ୍‌ରେ ସୁନା କିଣିହେବ?

ଏହାର ଉତ୍ତର ହେଉଛି, ଦେଶର କୌଣସି ଗୋଟିଏ ରାଜ୍ୟରେ ସବୁବେଳେ ସବୁଠାରୁ ଶସ୍ତା ସୁନା ମିଳେ ବୋଲି କହିହେବ ନାହିଁ।

ତେବେ କେରଳକୁ ଅନେକ ସମୟରେ ସୁନା କିଣିବା ପାଇଁ ଏକ ତୁଳନାତ୍ମକ ସୁଲଭ ବଜାର ଭାବେ ଦେଖାଯାଏ।

କେରଳରେ ସୁନା କିଣିବାର ପରମ୍ପରା ବହୁତ ପୁରୁଣା।

ବିଶେଷକରି ବିବାହ, ପର୍ବପର୍ବାଣି ଓ ଅନ୍ୟାନ୍ୟ ଶୁଭ ଅବସରରେ ସେଠାରେ ବହୁ ପରିମାଣରେ ସୁନା କିଣାଯାଇଥାଏ।

ଏହି କାରଣରୁ କେରଳରେ ଗହଣା ବ୍ୟବସାୟର ଏକ ବଡ଼ ବଜାର ଗଢ଼ିଉଠିଛି।

କେରଳରେ କାହିଁକି ଶସ୍ତା ସୁନା ମିଳିପାରେ?

କେରଳରେ ଗହଣା ଦୋକାନଗୁଡ଼ିକ ମଧ୍ୟରେ ପ୍ରବଳ ପ୍ରତିଯୋଗିତା ରହିଛି।

ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଅନେକ ଜୁଏଲର୍ସ ସୁନାର ଦାମ୍ ସହ ମେକିଂ ଚାର୍ଜ ଉପରେ ମଧ୍ୟ ଆକର୍ଷଣୀୟ ଅଫର୍ ଦେଇଥାନ୍ତି।

ବିଶେଷକରି କୋଚି ଭଳି ସହରରେ ସୁନା ଓ ଗହଣା ବ୍ୟବସାୟ ବହୁତ ବଡ଼ ଧରଣରେ ହୋଇଥାଏ।

ଏଠାରେ ବହୁ ସଂଖ୍ୟାରେ ଗହଣା ଦୋକାନ ଥିବାରୁ ଗ୍ରାହକଙ୍କୁ ବିଭିନ୍ନ ଦୋକାନର ମୂଲ୍ୟ ତୁଳନା କରିବାର ସୁଯୋଗ ମିଳିଥାଏ।

ତେବେ କେରଳର ପ୍ରତ୍ୟେକ ଦୋକାନରେ ସୁନା ଅନ୍ୟ ରାଜ୍ୟ ତୁଳନାରେ କମ୍ ଦାମ୍‌ରେ ମିଳିବ ବୋଲି କୌଣସି ନିଶ୍ଚିତତା ନାହିଁ।

ତାମିଲନାଡୁ ଓ ମହାରାଷ୍ଟ୍ରରେ ମଧ୍ୟ ବଡ଼ ସୁନା ବଜାର କେରଳ ବ୍ୟତୀତ ତାମିଲନାଡୁ ଓ ମହାରାଷ୍ଟ୍ର ମଧ୍ୟ ସୁନା ବ୍ୟବସାୟ ପାଇଁ ଦେଶର ପ୍ରମୁଖ ରାଜ୍ୟ ମଧ୍ୟରେ ରହିଛି।

ତାମିଲନାଡୁର ଚେନ୍ନାଇରେ ସୁନା ଓ ଗହଣାର ଏକ ବିଶାଳ ବଜାର ରହିଛି।

ଏଠାରେ ପାରମ୍ପରିକ ଗହଣାଠାରୁ ଆରମ୍ଭ କରି ଆଧୁନିକ ଡିଜାଇନ୍‌ର ଗହଣା ପର୍ଯ୍ୟନ୍ତ ବିଭିନ୍ନ ବିକଳ୍ପ ମିଳିଥାଏ।

ସେହିପରି ମହାରାଷ୍ଟ୍ରର ମୁମ୍ବାଇ ସୁନା ଓ ବୁଲିଅନ୍ ବ୍ୟବସାୟର ଅନ୍ୟତମ ପ୍ରମୁଖ କେନ୍ଦ୍ର।

ଏହି ସବୁ ବଡ଼ ବଜାରରେ ଗହଣା ଦୋକାନ ମଧ୍ୟରେ ପ୍ରତିଯୋଗିତା ଥିବାରୁ ଗ୍ରାହକଙ୍କୁ ଭଲ ଦାମ୍ ଓ କମ୍ ମେକିଂ ଚାର୍ଜର ଅଫର୍ ମିଳିପାରେ।

କିନ୍ତୁ କେବଳ ରାଜ୍ୟର ନାମ ଦେଖି ସୁନା କିଣିବା ଉଚିତ ନୁହେଁ।

କାରଣ ସୁନାର ଖୁଚୁରା ମୂଲ୍ୟ ପ୍ରତିଦିନ ବଦଳୁଥାଏ।

ରାଜ୍ୟ ଅନୁସାରେ ସୁନା ଦର କାହିଁକି ଭିନ୍ନ?

ଭାରତର ବିଭିନ୍ନ ସହରରେ ସୁନାର ଦାମ୍‌ରେ ସାମାନ୍ୟ ପାର୍ଥକ୍ୟ ଦେଖିବାକୁ ମିଳିଥାଏ।

ଏହା ପଛରେ ପରିବହନ ଖର୍ଚ୍ଚ, ବୀମା, ସ୍ଥାନୀୟ ଚାହିଦା, ଗହଣା ବ୍ୟବସାୟୀଙ୍କ ଲାଭ ଏବଂ ମେକିଂ ଚାର୍ଜ ଭଳି କାରଣ ରହିଥାଏ।

ତେବେ ରାଜ୍ୟଭେଦରେ ଭିନ୍ନ VAT ଲାଗୁଥିବାରୁ ସୁନାର ଦାମ୍ ଅଲଗା ହେଉଛି ବୋଲି ଧାରଣା ଠିକ୍ ନୁହେଁ।

ବର୍ତ୍ତମାନ ଦେଶରେ ସୁନା ଗହଣା ଉପରେ ୩ ପ୍ରତିଶତ GST ଲାଗୁ ହେଉଛି।

ଏହି GST ହାର ସମଗ୍ର ଭାରତରେ ସମାନ।

ତେଣୁ କୌଣସି ଗୋଟିଏ ରାଜ୍ୟରେ ସୁନା ଶସ୍ତା ମିଳିବା ପଛରେ ଭିନ୍ନ ରାଜ୍ୟ VAT ନୁହେଁ, ବରଂ ବ୍ୟବସାୟିକ ପ୍ରତିଯୋଗିତା ଓ ସ୍ଥାନୀୟ ଖର୍ଚ୍ଚର ପାର୍ଥକ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ।

ସୁନା କିଣିବା ପୂର୍ବରୁ କେଉଁ କଥା ମନେ ରଖିବେ?

ସୁନା କିଣିବା ସମୟରେ କେବଳ ୧୦ ଗ୍ରାମର ଦାମ୍ ଦେଖିବା ଯଥେଷ୍ଟ ନୁହେଁ।

ଗହଣାର ମେକିଂ ଚାର୍ଜ, ୱେଷ୍ଟେଜ୍ ଚାର୍ଜ ଏବଂ GSTକୁ ମିଶାଇ ମୋଟ ବିଲ୍ କେତେ ହେଉଛି, ତାହା ଜାଣିବା ଜରୁରୀ।

ଏହାସହ ଗହଣା କିଣିବା ପୂର୍ବରୁ ସୁନା ୨୨ କ୍ୟାରେଟ୍ ନା ୧୮ କ୍ୟାରେଟ୍, ତାହା ଯାଞ୍ଚ କରନ୍ତୁ।

BIS ହଲ୍‌ମାର୍କ ଓ HUID ନମ୍ବର ଯାଞ୍ଚ କରିବା ସହ ଦୋକାନରୁ ପକ୍କା ବିଲ୍ ନେବା ଉଚିତ।

ଯଦି ଆପଣ ଅନ୍ୟ ରାଜ୍ୟକୁ ଯାଇ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ଯାତାୟାତ ଓ ଅନ୍ୟାନ୍ୟ ଖର୍ଚ୍ଚକୁ ମଧ୍ୟ ହିସାବରେ ରଖନ୍ତୁ।

କାରଣ କମ୍ ଦାମ୍‌ରେ ସୁନା କିଣିବା ପାଇଁ ଅନ୍ୟ ସହରକୁ ଯାଇ ଅଧିକ ଖର୍ଚ୍ଚ କରିବା ଦ୍ୱାରା ପ୍ରକୃତ ସଞ୍ଚୟ କମିଯାଇପାରେ।

ଆଗକୁ ଆହୁରି ବଢ଼ିବ କି ସୁନା ଓ ରୁପା ଦର?

ଲଗାତାର ଦୁଇଦିନ ଧରି ସୁନା ଓ ରୁପା ଦରରେ ବୃଦ୍ଧି ଘଟିଥିବାରୁ ଗ୍ରାହକଙ୍କ ମନରେ ପୁଣି ଚିନ୍ତା ବଢ଼ିଛି।

ତେବେ ଏହି ତେଜି ଆଗକୁ ଜାରି ରହିବ ନା ବଜାରରେ ପୁଣି ହ୍ରାସ ହେବ, ତାହା ନିଶ୍ଚିତ ଭାବେ କହିହେବ ନାହିଁ।

ଅନ୍ତର୍ଜାତୀୟ ବଜାରର ଗତିବିଧି, ଆମେରିକାର ସୁଧହାର ନୀତି, ଡଲାରର ମୂଲ୍ୟ ଏବଂ ନିବେଶକଙ୍କ କ୍ରୟବିକ୍ରୟ ଆଗାମୀ ଦିନରେ ସୁନା ଓ ରୁପା ଦର ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।

ଏଭଳି ସ୍ଥିତିରେ ବିବାହ କିମ୍ବା ଅନ୍ୟ କୌଣସି ଶୁଭ କାର୍ଯ୍ୟ ପାଇଁ ସୁନା କିଣିବାକୁ ଚାହୁଁଥିବା ଗ୍ରାହକମାନେ ଦାମ୍ ତୁଳନା କରି ନିଷ୍ପତ୍ତି ନେବା ଉଚିତ।

କେବଳ ଗୋଟିଏ ଦିନର ବୃଦ୍ଧି କିମ୍ବା ହ୍ରାସ ଦେଖି ତରବରିଆ ଭାବେ ସୁନା କିଣିବା ଠିକ୍ ନୁହେଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)