ଡିସେମ୍ବର ୨ ରେ ରାଜ୍ୟସଭାର ଦିନିକିଆ ଅଧିବେଶନ
ନୂଆଦିଲ୍ଲୀ: ବସିବ ସଂସଦର ସ୍ୱତନ୍ତ୍ର ଅଧିବେଶନ । ଦିନିକିଆ ଅଧିବେଶନ ପାଇଁ ତାରିଖ ଘୋଷଣା ହୋଇଛି । ନଭେମ୍ବର ୩୦ରେ ଲୋକସଭା ଏବଂ ଡିସେମ୍ବର ୨ରେ ରାଜ୍ୟସଭାର ଦିନିକିଆ ଅଧିବେଶନ ବସିବ । ଉଭୟ ଗୃହର ଅଧିବେଶନ ଡିସେମ୍ବର ୩ରେ ଶେଷ ହେବ ବୋଲି କହିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ । ତେବେ ଏହି ଅଧିବେଶନରେ କେଉଁ କେଉଁ ବିଲ୍ ଆସିବ, ସେନେଇ ସରକାରଙ୍କ ପକ୍ଷରୁ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ସୀମା ପୁନଃନିର୍ଦ୍ଧାରଣ ବା ଡିଲିମିଟେସନ୍ ଏବଂ ମହିଳା ସଂରକ୍ଷଣ ସହ ଜଡ଼ିତ ସମ୍ବିଧାନ ସଂଶୋଧନ ବିଲ୍ ଆସିବା ନେଇ ରାଜନୈତିକ ମହଲରେ ଆଲୋଚନା ଜୋର୍ ଧରିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
