ଗଁାରେ ଜନ୍ମଦିନ ପାଳିଲେ ରାଷ୍ଟ୍ରପତି: ସାକ୍ଷୀ ରହିଲା ରାଇରଙ୍ଗପୁର
"ବାରିପଦା/ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଦାଣ୍ଡବୋଷରେ ଆୟୋଜିତ ହୋଇଛି ଓଡ଼ିଶା ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବ।
ଏଥିରେ ଦେଶର ଦୁଇ ଶୀର୍ଷନେତା, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି।
ଏହାସହିତ ଓଡ଼ିଶା ପାଇଁ ୪୭ ହଜାର ୬୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି।Advertisment Letter: ଚଳନ୍ତିକା: ଏଇଠୁ ଲେଖାଯାଏ ନିଜ ଠିକଣାରେ ନିଜକୁ ଚିଠି ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ସାରାବିଶ୍ବ ଯୁଦ୍ଧଜନିତ କାରଣରୁ ଯେତେବେଳେ ଅଶାନ୍ତି ଓ ଅସ୍ଥିରତା ମଧ୍ୟରେ ଗତିକରୁଛି, ସେତେବେଳେ ଭାରତ ଶାନ୍ତିର ବାର୍ତ୍ତା ଦେଉଛି।
ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବାପରେ ଦେଶର ବିକାଶ ପାଇଁ ଅନେକ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ନେଇଛନ୍ତି।
ଓଡ଼ିଶା ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଛି।
ଓଡ଼ିଶାର ବିକାଶ ପାଇଁ ସେ ନିରନ୍ତର ଉଦ୍ୟମ କରୁଛନ୍ତି।
ଅନେକ ଯୋଜନା ହାତକୁ ନେଉଛନ୍ତି।
ଯାହା ରାଜ୍ୟ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତାର ପ୍ରମାଣ।
ଓଡ଼ିଶାରେ ମୋହନ ଚରଣ ମାଝୀଙ୍କ ସରକାରକୁ ୨ ବର୍ଷ ପୂରିଛି।
ଏଠାରେ ଭିତ୍ତିଭୂମି ଆଧାରରେ ବିକାଶଧାରା ଜାରି ରହିଛି।
ବିଶେଷକରି, ଶିଳ୍ପାୟନ କ୍ଷେତ୍ରରେ ଓଡ଼ିଶା ବିଶେଷ ଅଗ୍ରଗତି କରିଛି।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଉଦ୍ୟମ ପ୍ରଶଂସନୀୟ।
ନାରୀ ସଶକ୍ତୀକରଣ ଉପରେ ମୋହନ ସରକାର ଅଧିକ ଗୁରୁତ୍ବ ଦେଇଛନ୍ତିି। "ସୁଭଦ୍ରା ଯୋଜନା" ହେଉଛି ଏହାର ବଳିଷ୍ଠ ଉଦାହରଣ ବୋଲି ସେ କହିଛନ୍ତି।
ଆଦିବାସୀ ବହୁଳ ଅଞ୍ଚଳ, ଦୁର୍ଗମ କ୍ଷେତ୍ର ଓ ଆକାଂକ୍ଷୀ ଜିଲ୍ଲାଗୁଡ଼ିକୁ ପ୍ରାଥମିକତା ଦିଆଯାଉଛି।
ଆଦିବାସୀଙ୍କ ଗୌରବ ଓ ଗରିମାକୁ ବଜାୟ ରଖିବା ପାଇଁ ସରକାରଙ୍କ ପଦକ୍ଷେପ ପ୍ରଶଂସାଯୋଗ୍ୟ।
ଆଜି ପ୍ରଧାନମନ୍ତ୍ରୀଙ୍କୁ ମୋ ଗାଁ ପାହାଡ଼ପୁର ବୁଲାଇଛି।
ଯାହାର ଉଦ୍ଦେଶ୍ୟ ହେଉଛି ଆଦିବାସୀଙ୍କ ମହାନ ପରମ୍ପରା ଓ ସଂସ୍କୃତି ସହ ପରିଚିତ କରାଇବା।
ଆଦିବାସୀଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଆନ୍ତରିକତା ତାଙ୍କୁ ଏଠାକୁ ନେଇଆସିଛି ବୋଲି କହିଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, "ଓଡ଼ିଶାର ସାମର୍ଥ୍ୟ ଉପରେ ମୋର ଭରସା ଅଛି।
୨୦୩୬ରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନକୁ ୧୦୦ ବର୍ଷ ପୂରିବ ଏବଂ ୨୦୪୭ ମସିହାରେ ଦେଶ ସ୍ବାଧୀନତାର ୧୦୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବ।
ଓଡ଼ିଶା ଓ ଦେଶର ଲକ୍ଷ୍ୟ ଗୋଟିଏ।
ଓଡ଼ିଶାର ଅର୍ଥବ୍ୟବସ୍ଥା ମଜଭୁତ ହେଲେ ଭାରତ ମଜଭୁତ ହେବ।
ଆମେ ମିଳିମିଶି ଓଡ଼ିଶାର ବିକାଶଦ୍ବାର ନିକଟରେ ପହଞ୍ଚିପାରିବା।" ଭିତ୍ତିଭୂମି ଆଧାରରେ ବିକାଶଧାରା ଜାରି ରହିଛି: ରାଷ୍ଟ୍ରପତିଓଡ଼ିଶାର ସାମର୍ଥ୍ୟ ଉପରେ ମୋର ଭରସା ଅଛି: ପ୍ରଧାନମନ୍ତ୍ରୀରାଜ୍ୟ ପାଇଁ ଗୌରବମୟ ଅଧ୍ୟାୟ: ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉତ୍ସବ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ବିଭିନ୍ନ କାରଣରୁ ୨ ବର୍ଷର ସରକାର ଇତିହାସ ସୃଷ୍ଟି କରିଛି।
ଓଡ଼ିଶା ବିକାଶ ରାସ୍ତାରେ ଆଗକୁ ବଢ଼ିଚାଲିଛି।
ବିଭିନ୍ନ ଗରିବ କଲ୍ୟାଣ ଯୋଜନାରେ ଲୋକଙ୍କ ଜୀବନଶୈଳୀ ବଦଳିଛି।
ଆର୍ଥିକ ନିବେଶ, ଉଦ୍ୟୋଗ ପ୍ରତି ଗୁରୁତ୍ବ ଦିଆଯିବା ସହ ରୋଜଗାର ସୃଷ୍ଟି ପାଇଁ ଉଦ୍ୟମ କରାଯାଉଛି।
କେନ୍ଦ୍ର ସରକାର ସବୁବେଳେ କହି ଆସିଛନ୍ତି ଯେ ପୂର୍ବଭାରତ ବିକାଶରେ ଭାରତର ବିକାଶ।
ତେଣୁ ଆମେ ପୂର୍ବୋଦୟ ନୀତି ପାଇଁ କାର୍ଯ୍ୟ କରୁଛୁ।
କାରଣ ପୂର୍ବଭାରତ ହିଁ ପ୍ରଗତିର ପ୍ରବେଶଦ୍ବାର ଏବଂ ଓଡ଼ିଶା ହେଉଛି ସେହି ପରିବର୍ତ୍ତନର ମୂକସାକ୍ଷୀ।" ବିଭିନ୍ନ ଯୋଜନା ତଥା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନାଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, "ଓଡ଼ିଶାରେ ରେଳକ୍ଷେତ୍ରରେ ରେକର୍ଡ ନିବେଶ ହୋଇଛି।
ନୂଆସଡ଼କ ନିର୍ମାଣ ସହିତ ଆର୍ଥିକ କରିଡର୍ ଏବଂ ବନ୍ଦର ସମ୍ପ୍ରସାରଣ ଉପରେ ଗୁରୁତ୍ବାରୋପ କରାଯାଇଛି।
ଶକ୍ତି, ସେମିକଣ୍ଡକ୍ଟର୍, ଗ୍ରିନ୍ ଏନର୍ଜି ଏବଂ ଆଧୁନିକ ଜ୍ଞାନକୌଶଳରେ ବ୍ୟାପକ ନିବେଶ ହୋଇଛି।
ଏହାର ଅଂଶସ୍ବରୂପ ଆଜି ୪୭୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରାଯାଇଛି।
ଓଡ଼ିଶାରେ ବଡ଼ବଡ଼ ଶିଳ୍ପ ପ୍ରତିଷ୍ଠାନ ନିବେଶ ଓ ନୂଆ ଉଦ୍ୟୋଗ ପାଇଁ ଆଗେଇ ଆସିଛନ୍ତି।
ଇତିମଧ୍ୟରେ ୨୦ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିସାରିଛି।
ସାଢ଼େ ୩ ଲକ୍ଷ କୋଟିରୁ ଅଧିକ ଟଙ୍କାର ଅନେକ ବୃହତ୍ ପ୍ରକଳ୍ପର କାର୍ଯ୍ୟ ଚାଲୁଛି।
ସେଥିମଧ୍ୟରୁ ଶକ୍ତିକ୍ଷେତ୍ରରେ ୬୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ନିବେଶ ହୋଇଛି।
ସମୃଦ୍ଧ ସହର ଯୋଜନା ମାଧ୍ୟମରେ ସହରର ବିକାଶକୁ ତ୍ବରାନ୍ବିତ କରାଯାଉଛି।
ଆଗାମୀ ବର୍ଷଗୁଡ଼ିକରେ ଆମେ ଏହି ଉଦ୍ୟମର ସଫଳତାକୁ ଅନୁଭବ କରିପାରିବା।" ଏହି ଅବସରରେ ରାଷ୍ଟ୍ରପତିଙ୍କ ଗାଁ ପାହାଡ଼ପୁରକୁ ସୋଲାର୍ ଭିଲେଜ୍ (ସୌର ଗ୍ରାମ)ରେ ପରିଣତ କରାଯିବ ଏବଂ ମୟୂରଭଞ୍ଜ ଜିଲ୍ଲାରେ ଏକ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ।
Weather: ମୌସୁମୀ ଛୁଇଁବାକୁ ଆହୁରି ୪ ଦିନ, ଜଳୁଛି ପଶ୍ଚିମ ଓଡ଼ିଶା ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ଚରଣ ମାଝୀ ସ୍ବାଗତ ଭାଷଣ ଦେଇଥିଲେ।
ସେ କହିଥିଲେ, ଗୋଟିଏ ମଞ୍ଚରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହି ଓଡ଼ିଶା ତଥା ରାଇରଙ୍ଗପୁର ପାଇଁ ଇତିହାସ ରଚିଛନ୍ତି।
ଏହି ଗୌରବମୟ ଅଧ୍ୟାୟ ରାଜ୍ୟ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ।
ରାଜ୍ୟରେ ଏବେ ଶିଳ୍ପାୟନ ଦ୍ରୁତଗତିରେ ଚାଲିଛି।
୨୦୩୬ରେ ସମୃଦ୍ଧ ଓଡ଼ିଶା ଓ ୨୦୪୭ରେ ବିକଶିତ ଭାରତ ପାଇଁ ଏହା ବିଶେଷ ସହାୟକ ହେବ।
ଏବେ ଡବଲ୍ ଇଞ୍ଜିନ୍ ସରକାରରେ ୩.୧୧ ଲକ୍ଷ କୋଟି ଟଙ୍କାରେ ୧୫୨ଟି ପ୍ରକଳ୍ପ ଉଦ୍ଘାଟନ ହୋଇଛି।
ଯାହା ୨ ଲକ୍ଷ ୫୦ ହଜାର ନିଯୁକ୍ତି ସୃଷ୍ଟି କରିଛି।
ଅନୁରୂପ ଭାବେ ସରକାରୀ କ୍ଷେତ୍ରରେ ୪୪ ହଜାରରୁ ଊର୍ଦ୍ଧ୍ବ ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।
ରାଜ୍ୟରେ ୯୦ ହଜାର କୋଟି ଅର୍ଥ ବିନିଯୋଗରେ ରେଳପଥ ଓ ୪୦ ହଜାର କୋଟିରେ ସଡ଼କପଥ ନିର୍ମାଣ ହେବା ଡବଲ୍ ଇଞ୍ଜିନ୍ ସରକାରଙ୍କ ଏକ ଐତିହାସିକ ପଦକ୍ଷେପ।
୨ ବର୍ଷ ଶାସନ କାଳରେ ବିଜେପି ସରକାର ବହୁ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି।
ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟାବିବାହ ଯୋଜନା, ବିଦ୍ୟାର୍ଥୀଙ୍କ ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା, ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ସମେତ ଆୟୁଷ୍ମାନ ଯୋଜନା ରାଜ୍ୟବାସୀଙ୍କ ପାଇଁ ଖୁସି ଆଣି ଦେଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ।
ସଭାରେ ଯୋଗଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଷ୍ଟ୍ରପତିଙ୍କ ଗାଁ ପାହାଡ଼ପୁର ଯିବା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ସଭାମଞ୍ଚରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ହରିବାବୁ କମ୍ଭମପାଟି, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଓ ଗଣେଶ ରାମସିଂହ ଖୁଣ୍ଟିଆ, ସାଂସଦ ମନମୋହନ ସାମଲ, ନବଚରଣ ମାଝୀ ଓ ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
୪୭,୬୦୦ କୋଟି ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୪୭,୬୦୦ କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି।
ରାଜ୍ୟରେ ବିଜେପି ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ "ବିକାଶର ଧାରା, ଓଡ଼ିଶା ସାରା" ବିଷୟବସ୍ତୁ ଉପରେ ଆଲୋକପାତ କରାଯାଇଥିଲା, ଯାହାକି ରାଜ୍ୟରେ ଭିତ୍ତିଭୂମି ଏବଂ ବିକାଶର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ।
ଶକ୍ତି, ଗମନାଗମନ, ଜଳସେଚନ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଓ ନଗର ଉନ୍ନୟନ କ୍ଷେତ୍ରର ମୋଟ ୭୨ଟି ପ୍ରକଳ୍ପକୁ ମିଳିତ ଭାବେ ଉନ୍ମୋଚନ କରିଥିଲେ।
୬୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ଅପର୍ ଇନ୍ଦ୍ରାବତୀ ପମ୍ପ୍ଡ ଷ୍ଟୋରେଜ୍ ପ୍ରକଳ୍ପଇବ୍ ଥର୍ମାଲ୍ ପାୱାର୍ ଷ୍ଟେସନ୍ର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣଝାରସୁଗୁଡ଼ାରେ ଭାରତ କୋଇଲା ଗ୍ୟାସିଫିକେସନ୍ ଆଣ୍ଡ କେମିକାଲ୍ସ ଲିମିଟେଡ୍ ପ୍ରକଳ୍ପଭୁବନେଶ୍ୱରରେ କମ୍ପ୍ରେସଡ୍ ବାୟୋଗ୍ୟାସ୍ ପ୍ଲାଣ୍ଟକଟକ-ଭୁବନେଶ୍ୱରକୁ ଯୋଡ଼ୁଥିବା କାଠଯୋଡ଼ି ଉପରେ ନୂତନ ସେତୁ ନିର୍ମାଣନୂଆପଡ଼ାରୁ ଘାଟିପଡ଼ା ପର୍ଯ୍ୟନ୍ତ ୩୫୩ ନମ୍ବର ଜାତୀୟ ରାଜପଥର ୪-ଲେନ୍ ରାସ୍ତା ନିର୍ମାଣକୁସୁମଡିହି ମେଗା ଉଠାଜଳସେଚନ ପ୍ରକଳ୍ପରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ରଇନ୍ଡୋର୍ ବ୍ୟାଡ୍ମିଣ୍ଟନ୍ କମ୍ପ୍ଲେକ୍ସବୌଦ୍ଧରେ ୩୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ୨୪ଟି ଅଟଳ ବସ୍ଷ୍ଟାଣ୍ଡଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୯ଟି ସ୍ୱୟଂଚାଳିତ ପରୀକ୍ଷଣ କେନ୍ଦ୍ରନୟାଗଡ଼ ଟାଉନ୍ ବାଇପାସ୍ରାଇରଙ୍ଗପୁରରେ ଆଦିବାସୀ ଗବେଷଣା କେନ୍ଦ୍ର"