Arrest: ଯୁବକଙ୍କୁ ହତ୍ୟା ମାମଲା: ବନ୍ଧା ହେଲେ ନଣ୍ଡା ଓ ଚିନୁ, ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୫
ରାଉରକେଲା: ସେକ୍ଟର-୬ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ନିକଟ ଜଙ୍ଗଲରେ ତୋଫାନ ବିନ୍ଧାଣିଙ୍କୁ ନିର୍ମମ ହତ୍ୟା ମାମଲାରେ ରାଉରକେଲା ପୁଲିସର ବଡ଼ କାର୍ଯାନୁଷ୍ଠାନ। ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ନାୟକ(୩୦) ଓରଫ ନଣ୍ଡା ଏବଂ ଚିନୁ ହରିପ୍ପା (୨୩)କୁ ଶନିବାର ଝିରପାଣି ଥାନା ଅଞ୍ଚଳସ୍ଥ ଝରିଆଟୋଲାରୁ କାବୁ କରାଯାଇଛି।
ପୁଲିସ ଠାରୁ ତ୍ରାହୀ ପାଇବାକୁ ଉଭୟ ଝିରପାଣି ଅଞ୍ଚଳରେ ଲୁଚି ରହିଥିଲେ। ତାଙ୍କୁ କାବୁ କରିବାକୁ ପୁଲିସ ଶନିବାର ଭୋର ୩ଟାରେ ଝିରପାଣି ଅଞ୍ଚଳରେ ଚଢ଼ାଉ କରିଥିଲା। ଉଭୟଙ୍କୁ ବାକୁ କରିବାକୁ ପୁଲିସ ଉଦ୍ୟମ କରୁଥିବାବେଳେ ୨ ଦୁର୍ଦ୍ଦାନ୍ତ ହତ୍ୟାକାରୀ ଓ ପୁଲିସ ମୁହାଁମୁହିଁ ହୋଇଥିଲେ। ପୁଲିସକୁ ଦେଖି ଚିନୁ ଓ ନଣ୍ଡା ଦୌଡ଼ି ପଳାଇବାକୁ ଚେଷ୍ଟା କରିବା ସହ ପୁଲିସ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ଜବାବରେ ପୁଲିସ ୪ ରାଉଣ୍ଡ ଗୁଳି ଚଳାଇଥିଲା।
ତେବେ ଦୁର୍ବୃତ୍ତଙ୍କ ଗୁଳି ପୁଲିସକୁ ଛୁଇଁ ପାରିନଥିବାବେଳେ ପୁଲିସ ଗୁଳି ଉଭୟ ଅପରାଧୀଙ୍କ ଡାହାଣ ଗୋଡ଼ରେ ବାଜିଥିଲା। ସେମାନଙ୍କୁ ଭୋର ପ୍ରାୟ ସାଢ଼େ ୩ଟାରେ କାବୁ କରି ରାଉରକେଲା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ୨ ଅଭିଯୁକ୍ତଙ୍କୁ ଏନକାଉଣ୍ଟର ସହ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ୩ ଅଭିଯୁକ୍ତ ହେଲେ କବିସମ୍ରାଟପାଲିର ରୋହିତ ମୁଖୀ(୩୨), ଗଞ୍ଜାମପାଲି ବସ୍ତିର ରୋହିତ ହରିପ୍ପା(୨୪) ଓ ଝିରପାଣି ଅଞ୍ଚଳର ମୂଳବାସିନ୍ଦା ତଥା ବୀର ସୁରେନ୍ଦ୍ର ସାଏପାଲିର ଜନସନ ନାଗ(୨୬)।
Encounter: ଅନୁଗୁଳରେ ଡବଲ ଏନ୍କାଉଣ୍ଟର, ମହାରାଷ୍ଟ୍ରର ୨ଅପରାଧୀ ଆହତ
ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ଦେଶୀ ପସ୍ତଲ, ଗୋଟିଏ ମାଗାଜିନ୍, ଗୋଟିଏ ଗୁଳି ସହ ୧୬ ତାରିଖରେ ଘଟଣାସ୍ଥଳରୁ ୨ଟି ଟାଙ୍ଗିଆ, ଗୋଟିଏ ଫାର୍ସା ଓ ୩ଟି ମୋବାଇଲ୍ ଜବତ ହୋଇଛି। ୩ ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିବାବେଳେ ନଣ୍ଡା ଓ ଚିନୁ ସୁସ୍ଥ ହେବାପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ। ଏନେଇ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସ୍ମିଟ୍ରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ଓ ରାଉରକେଲା ଏସ୍ପି ନୀତେଶ ୱାଧୱାନୀ ସୂଚନା ଦେଇଛନ୍ତି। ପୂର୍ବ ଶତ୍ରୁତାକୁ ନେଇ ତୋଫାନଙ୍କୁ ହତ୍ୟା କରାଯାଇଥିବା ଶ୍ରୀ ରାୟ ସୂଚନା ଦେଇଛନ୍ତି।