21 JUNE 2026

Welcome!

Unlock your personalized experience.
Sign Up

NEET-UG exam today: ଆଜି ନିଟ୍‌-ୟୁଜି ପରୀକ୍ଷା: ଓଡ଼ିଶାରେ ୧୩୨ କେନ୍ଦ୍ର, ୫୭ ହଜାର ପରୀକ୍ଷାର୍ଥୀ

Jun 21, 2026 - 06:20
NEET-UG exam today: ଆଜି ନିଟ୍‌-ୟୁଜି ପରୀକ୍ଷା: ଓଡ଼ିଶାରେ ୧୩୨ କେନ୍ଦ୍ର, ୫୭ ହଜାର ପରୀକ୍ଷାର୍ଥୀ

ଭୁବନେଶ୍ବର: ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ରବିବାର ସାରା ଦେଶରେ ନିଟ୍‌-ୟୁଜି ପୁନଃପରୀକ୍ଷା ଅନୁଷ୍ଠିତ ହେବ। ତା’ପୂର୍ବରୁ ଓଡ଼ିଶାରେ ବ୍ୟାପକ ପ୍ରସ୍ତୁତ ହୋଇଛି। ରାଜ୍ୟର ୩୦ଟି ଜିଲ୍ଲାରେ ୧୩୨ଟି ପରୀକ୍ଷା କେନ୍ଦ୍ରରେ ୫୬ ହଜାର ୯୮୩ଜଣ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ପଞ୍ଜୀକରଣ କରିଛନ୍ତି। ଅପରାହ୍ଣ ୨ଟାରୁ ୫ଟା ୧୫ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା‌ ପରୀକ୍ଷା ପାଇଁ ଓଡ଼ିଶାର ୨୭ଟି ସହରରେ ୧୩୨ଟି ପରୀକ୍ଷା କେନ୍ଦ୍ର ହୋଇଛି।ମୋଟ ୫୬,୯୮୩ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିବେ। ତେଣୁ ପ୍ରତ୍ୟେକ କେନ୍ଦ୍ରରେ ଆବଶ୍ୟକ ପୁଲିସ ଓ ସହାୟକ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଭୁବନେଶ୍ବରରେ ସର୍ବାଧିକ ୨୬ଟି ପରୀକ୍ଷା କେନ୍ଦ୍ରରେ ୧୨ ହଜାର ୭୨୦ ପରୀକ୍ଷାର୍ଥୀ ରହିଛନ୍ତି। 

Weekly Horoscope 2026 June 21 to 27: ଜାଣନ୍ତୁ ଏ ସପ୍ତାହର ରାଶିଫଳ

ଲାଗିଲା ସିସିଟିଭି ଓ ଜାମର୍‌
ସାମାଜିକ ଗଣମାଧ୍ୟମ ଉପରେ ନଜର
ପରୀକ୍ଷାର୍ଥୀଙ୍କୁ ମାଗଣା ବସ୍‌ ସେବା

ପରୀକ୍ଷା ସମ୍ବନ୍ଧୀୟ କୌଣସି ଗୁଜବ, ଭ୍ରାନ୍ତ ସୂଚନା କିମ୍ବା ଅସତ୍ ଉପାୟ ରୋକିବାକୁ ସୋସିଆଲ୍‌ ମିଡିଆ ଉପରେ କଡ଼ା ନଜର ରଖିବା ସହ ସନ୍ଦେହଜନକ କାର୍ଯ୍ୟକଳାପ ବିରୋଧରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲା ଓ ପୁଲିସ ପ୍ରଶାସନକୁ ପରାମର୍ଶ ଦିଆଯାଇଛି। ଏଥିସହ ପରୀକ୍ଷା ସମୟରେ ଟ୍ରାଫିକ୍ ପରିଚାଳନା, ମହିଳା ଓ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା, ସିସିଟିଭି ଓ ପରୀକ୍ଷା କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରୀକ୍ଷା ପାଇଁ ଆଜି କେନ୍ଦ୍ରଗୁଡ଼ିକରେ ମକ୍‌ଡ୍ରିଲ୍‌ ହୋଇଛି। କେନ୍ଦ୍ରଗୁଡ଼ିକରେ ସିସିଟିଭି ଓ ଜାମର୍‌ ଲାଗିଛି। ପୁଲିସ ନିଜ ହାତକୁ କେନ୍ଦ୍ରକୁ ନେଇଛି। ତିନିସ୍ତରୀୟ ସୁରକ୍ଷା ହୋଇଛି। ପ୍ରଥମେ ଏନ୍‌ଟିଏ ପକ୍ଷରୁ ଯାଞ୍ଚ ହେବ। ପୁଲିସ ପ୍ରଶାସନ ପକ୍ଷରୁ ପ୍ରତି କେନ୍ଦ୍ରରେ ଜଣେ ଏଏସ୍‌ଆଇଙ୍କ ସମେତ ୩ଜଣ ଲେଖାଏଁ ମହିଳା ଓ ପୁରୁଷ କନେଷ୍ଟବଳ ନିୟୋଜିତ ହେବେ। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତି କେନ୍ଦ୍ର ପାଇଁ ଜଣେ ପର୍ଯ୍ୟବେକ୍ଷକ ରହିବେ। ପରୀକ୍ଷାର୍ଥୀଙ୍କୁ ମାଗଣା ବସ୍‌ ସେବା ଯୋଗାଇବାକୁ ୩୦ ଜିଲ୍ଲା ପାଇଁ ୩୪ ଜଣ ନୋଡାଲ ଅଧିକାରୀ ନିୟୋଜିତ ହୋଇଛନ୍ତି। ନିଟ୍‌ ପରୀକ୍ଷାର୍ଥୀଙ୍କ ନିମନ୍ତେ ଏହି ନିଃଶୁଳ୍କ ବସ୍‌ ସେବା ଉପଲବ୍ଧ ହେବ। ପରୀକ୍ଷାର୍ଥୀ ପରିଚୟପତ୍ର ଦେଖାଇ ଏହାର ଲାଭ ନେଇପାରିବେ।

NEET-PG entrance exam ରାଜ୍ୟର ୧୩୨ଟି କେନ୍ଦ୍ରରେ ନିଟ୍‌-ୟୁଜି ୨୦୨୬ ପରୀକ୍ଷା: ପୁଲିସର ସମୀକ୍ଷା