Murder of contractor: ଅନୈତିକ ସଂପର୍କ ସନ୍ଦେହ: ଠିକାଦାରଙ୍କ ତଣ୍ଟିକାଟି ହତ୍ୟା
ଭୁବନେଶ୍ବର/ଚନ୍ଦ୍ରଶେଖରପୁର: ଆଜି ଓମ୍ ସାଇବିହାର ଅଞ୍ଚଳରେ ଅତି ବୀଭତ୍ସ ଭାବେ ଠିକାଦାର ତଥା ସାଇବିହାର ଆବାସର ପୂର୍ବତନ ସଭାପତି ସୁଶୀଲ କୁମାର ସିଂହଙ୍କ ଗଳାକାଟି ଜଣେ ଅଟୋଚାଳକ ହତ୍ୟା କରିଛି। ହତ୍ୟାକାଣ୍ଡ ପଛରେ ଅନୈତିକ ସଂପର୍କ ଓ ପୂର୍ବ ଶତ୍ରୁତା ଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି। ଅପରପଟେ ମଞ୍ଚେଶ୍ବର ଥାନା ପୁଲିସ ଅଭିଯୁକ୍ତ ଅଟୋଚାଳକ ନୀଳକଣ୍ଠ ମହାନ୍ତି ଓରଫ ମୁନାକୁ ଗିରଫ କରିବା ସହ ତା’ ନିକଟରୁ ହତ୍ୟାରେ ବ୍ୟବହୃତ ଛୁରି ଜବତ କରିଛି। ଘଟଣାସ୍ଥଳରେ ପୁଲିସ ଓ ଫରେନ୍ସିକ୍ ଟିମ୍ ପହଞ୍ଚି ରକ୍ତ ନମୁନା ସଂଗ୍ରହ କରିବା ସହିତ ଲେଜର୍ ଫଟୋଗ୍ରାଫି କରିଛି। ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍ ଜବତ କରିବା ସହ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀଙ୍କୁ ମଧ୍ୟ ପଚରାଉଚରା କରିଛି।
Long live life: ଜୀବନ ଜିନ୍ଦାବାଦ୍: ଆଉ ଜଣେ ପାଞ୍ଚଟଙ୍କିଆ ଡାକ୍ତର
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଆଜି ସକାଳ ପ୍ରାୟ ୧୦ଟା ବେଳେ ଠିକାଦାର ସୁଶୀଲ ଓମ୍ ସାଇବିହାରରେ ଥିବା ଏକ ମନ୍ଦିରରୁ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଅଭିଯୁକ୍ତ ମୁନା ତାଙ୍କୁ ଅଟକାଇଥିଲା। ତାଙ୍କ ସ୍ତ୍ରୀ ସହ ମିଳାମିଶା ନ କରିବାକୁ ସୁଶୀଲଙ୍କୁ ମୁନା କହିଥିଲା। ମାତ୍ର ସୁଶୀଲ ନ ଶୁଣିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ହତ୍ୟା ଉଦ୍ଦେଶ୍ୟରେ ସାଙ୍ଗରେ ଘରୁ ଆଣିଥିବା ଏକ ଛୁରିରେ ମୁନା ହଠାତ୍ ସୁଶୀଲଙ୍କ ପେଟ ଓ ବେକକୁ ଅତର୍କିତ ଭାବେ ଭୁସି ପକାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସୁଶୀଲ ନିଜ ବାଇକ୍ ଉପରେ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକେ ମୁନାକୁ କାବୁ କରି ଏକ ଘରେ ବନ୍ଦ କରିବା ସହ ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ସୁଶୀଲଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
Letter: ଚଳନ୍ତିକା: ଏଇଠୁ ଲେଖାଯାଏ ନିଜ ଠିକଣାରେ ନିଜକୁ ଚିଠି
ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ସୁଶୀଲ ଓମ୍ ସାଇବିହାରରେ ଠିକାଦାରୀ କରେ। ଛୋଟମୋଟ ସରକାରୀ କାମ କରୁଥିବାରୁ ତା’ର ସ୍ଥାନୀୟ ଲୋକଙ୍କ ସହିତ ଘନିଷ୍ଠତା ଥିଲା। ଏହି କ୍ରମରେ ସେ ଓମ୍ ସାଇବିହାର ସଭାପତି ଭାବେ ମନୋନୀତ ହୋଇଥିଲା। ଅପରପଟେ ଅଭିଯୁକ୍ତ ମୁନାର ପତ୍ନୀ ରଶ୍ମିତା ମହାନ୍ତି ଜଣେ ନାରୀ ନେତ୍ରୀ ଭାବେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା। ଏଥିପାଇଁ ମୃତକ ସୁଶୀଲ ଓ ରଶ୍ମିତାଙ୍କ ମଧ୍ୟରେ ଘନିଷ୍ଠତା ଥିଲା। ମାତ୍ର ରଶ୍ମିତାଙ୍କ ସ୍ବାମୀ ତଥା ଅଭିଯୁକ୍ତ ମୁନା ଏହାକୁ ସନ୍ଦେହ ଦୃଷ୍ଟିରେ ଦେଖୁଥିଲା। ତା’ର ଅଭିଯୋଗ ଥିଲା ଯେ ପତ୍ନୀ ରଶ୍ମିତାଙ୍କ ସହିତ ସୁଶୀଲର ଅନୈତିକ ସଂପର୍କ ରହିଛି। ଏହାକୁ କେନ୍ଦ୍ର କରି ଗତ ଜାନଆରି ମାସରେ ମୁନା ତାଙ୍କ ପତ୍ନୀକୁ ନିସ୍ତୁକ ମାଡ଼ ମାରିଥିଲା। ଏହା ସହିତ ସୁଶୀଲକୁ ମଧ୍ୟ ପତ୍ନୀଠାରୁ ଦୂରେଇ ରହିବାକୁ ଚେତାବନୀ ଦେଇଥିଲା। ଏହାକୁ କେନ୍ଦ୍ର କରି ରଶ୍ମିତା ଗତ ଜାନୁଆରି ୨୦ରେ ଭୁବନେଶ୍ବର ମହିଳା ଥାନା (କେସ୍ ନମ୍ବର-୧/୨୦୨୬)ରେ ଅଭିଯୋଗ କରିଥିଲେ। ମହିଳା ଥାନା ପୁଲିସ ମୁନା ବିରୋଧରେ ପତ୍ନୀକୁ ହତ୍ୟା ଉଦ୍ୟମ, ଶାରୀରିକ ଓ ମାନସିକ ନିର୍ଯାତନା ସମେତ ୫ ସଙ୍ଗିନ ଦଫା ଲଗାଇ ଗିରଫ କରିଥିଲା। ଏହାର କିଛି ମାସ ବ୍ୟବଧାନରେ ମୁନା ଜେଲ୍ରୁ ବାହାରି ଦେଖିଥିଲା ଯେ ସୁଶୀଲ ପୁଣି ପୂର୍ବ ଭଳି ତାଙ୍କ ପତ୍ନୀଙ୍କ ସହ ମିଳାମିଶା କରୁଛି। ତେଣୁ ପ୍ରଥମେ ରଶ୍ମିତାଙ୍କୁ ମାଡ଼ ମାରି ଘରୁ ବିଦା କରିଥିଲା। ଏହା ପରେ ପତ୍ନୀ ସହ ମିଶି ସୁଶୀଲ ତାଙ୍କୁ ଜେଲ୍ ପଠାଇଥିବା ରାଗରେ ତାଙ୍କୁ ଖୋଜିଥିଲା। ଆଜି ସକାଳ ସୁଶୀଲ ମନ୍ଦିରରୁ ଏକୁଟିଆ ବାଇକ୍ରେ ଆସୁଥିବା ଦେଖି ଗଳାକାଟି ହତ୍ୟା କରିଥିଲା।