Skills are also important: କେବଳ ଡିଗ୍ରି ନୁହେଁ, ଦକ୍ଷତା ବି ଜରୁରି
"ଡିଜିଟାଲ୍ ମାର୍କେଟିିଂ ଜଗତରେ ସୌମ୍ୟରଞ୍ଜନ ନାୟକ ଏକ ଜଣାଶୁଣା ନାମ।
କମ୍ପ୍ୟୁଟର୍ ସାଇନ୍ସରେ ବି-ଟେକ୍ ପରେ ସାଇବର୍ ସିକ୍ୟୁରିଟିରେ ଏମ୍ସିଏ କରି ୧୬ ବର୍ଷରୁ ଅଧିକ ସମୟ ଧରି କୋର୍ ଡିଜିଟାଲ୍ ମାର୍କେଟିିଂେର ସେ କାମ କରିଆସୁଛନ୍ତି।
ଭାରତରେ "ଡିଜିଟାଲ୍ ମାର୍କେଟିଂ ଆଜ୍ ଏ ସ୍କିଲ୍" କୋର୍ସ ଆରମ୍ଭ କରିଥିବା ସୌମ୍ୟରଞ୍ଜନଙ୍କ ସହ ଅଳ୍ପ ଆଳାପ।Advertisment digital heritage mapping ଏଏସ୍ଆଇ ଅଧୀନର ୮୨ ଏବଂ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ୨୧୨ଟି ଐତିହାସିକ କୀର୍ତ୍ତିରାଜିର ସୁରକ୍ଷା ପାଇଁ ଚୁକ୍ତିପତ୍ର କ"ଣ ଚିନ୍ତା କରି ଡିଜିଟାଲ୍ ମାର୍କେଟିଂକୁ ବୃତ୍ତି ଭାବେ ବାଛିଲେ?ମୋ ନିକଟରେ ବୈଷୟିକ ଜ୍ଞାନ ଥିବାରୁ ଏସ୍ଇଓ, ଗୁଗଲ୍ ଆଡ୍ସ୍ର ଆଲ୍ଗୋରିଦିମ୍ ଓ ଡାଟା ସିକ୍ୟୁରିଟି ବୁଝିବା ମୋ ପକ୍ଷେ ସହଜ।
ଏହି କ୍ଷେତ୍ରରେ ରହିଲେ ଗ୍ରାହକଙ୍କୁ ଅଧିକ ସୁରକ୍ଷିତ କୌଶଳ ଦେଇପାରିବି ବୋଲି ମୁଁ ଚିନ୍ତା କଲି। ପୂର୍ବର ଓ ଆଜିର ମାର୍କେଟିଂ ଭିତରେ କ"ଣ ପାର୍ଥକ୍ୟ ଦେଖୁଛନ୍ତି?ସେତେବେଳେ କେବଳ ୱେବ୍ସାଇଟ୍ ବ୍ୟାନର୍ ଓ ବଲ୍କ ଇମେଲ୍କୁ ଡିଜିଟାଲ୍ ମାର୍କେଟିଂ ଭାବେ ବିବେଚନା କରାଯାଉଥିଲା।
ଏବେ ସେ ଜାଗା ନେଇଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ), ପର୍ଫମାନ୍ସ ମାର୍କେଟିଂ ଓ ହାଇପର୍ ଟାର୍ଗେଟେଡ୍ ଆଡ୍ଭର୍ଟାଇଜିଂ। "ଡିଜିଟାଲ୍ ମାର୍କେଟିଂ ଆଜ୍ ଏ ସ୍କିଲ୍" କୋର୍ସ ଆରମ୍ଭ କରିବାକୁ କାହିଁକି ଭାବିଲେ?ପାରମ୍ପରିକ ଶିକ୍ଷା ବ୍ୟବସ୍ଥାରେ ଡିଗ୍ରି ମିଳିଯାଏ, ହେଲେ କର୍ପୋରେଟ୍ ସେକ୍ଟର୍ ପାଇଁ ଦକ୍ଷତା ଆବଶ୍ୟକ।
ଯୁବପିଢ଼ିଙ୍କୁ ସିଧାସଳଖ ରୋଜଗାରକ୍ଷମ କରାଇବାକୁ ମୁଁ ଏହି କୋର୍ସ ବିଷୟରେ ଚିନ୍ତା କଲି। ଓଡ଼ିଶାରେ କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗୀମାନେ ଡିଜିଟାଲ୍ ମାର୍କେଟିଂରୁ ଲାଭବାନ୍ ହେବେ କି?ଏବେ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍।
ସ୍ଥାନୀୟ ବ୍ୟବସାୟୀମାନେ ଖୁବ୍ ଅଳ୍ପ ଖର୍ଚ୍ଚରେ ସୋସିଆଲ୍ ମିଡିଆ ବିଜ୍ଞାପନ ଜରିଆରେ ସିଧାସଳଖ ଗ୍ରାହକଙ୍କ ନିକଟରେ ପହଞ୍ଚିପାରିବେ।
DigitalArrest: ୨୭ ଦିନ ଡିଜିଟାଲ ଆରେଷ୍ଟରେ ରହିବା ପରେ ୮୪.୫ ଲକ୍ଷ ଟଙ୍କା ହରାଇଲେ ଲକ୍ଷ୍ନୌର ବୃଦ୍ଧ ଡିଜିଟାଲ ମାର୍କେଟିିଂକୁ କ୍ୟାରିୟର୍ ଭାବେ ଗଢ଼ିବାକୁ ଚାହୁଥିବା ଯୁବପିଢ଼ିଙ୍କୁ କ"ଣ ପରାମର୍ଶ ଦେବେ?ନିରନ୍ତର ଶିଖନ୍ତୁ ଓ କାର୍ଯ୍ୟକାରୀ କରନ୍ତୁ।
ଏହା ଏମିତି କ୍ଷେତ୍ର, ଯାହା ପ୍ରତି ମାସରେ ବଦଳୁଛି।
ତେଣୁ ସାର୍ଟିଫିକେଟ୍ ପଛରେ ନ ଗୋଡ଼ାଇ ପ୍ରାକ୍ଟିକାଲ୍ ଜ୍ଞାନ ଅର୍ଜନ କରନ୍ତୁ।
"