ଇଲେକ୍ଟ୍ରୋନିକ୍ ମାଧ୍ୟମରେ ସରକାରୀ ଅଧିକାରୀଙ୍କୁ ପଠାଯିବ ଅଦାଲତଙ୍କ ‘ସମନ୍’

Nov 26, 2026 - 15:12
ଇଲେକ୍ଟ୍ରୋନିକ୍ ମାଧ୍ୟମରେ ସରକାରୀ ଅଧିକାରୀଙ୍କୁ ପଠାଯିବ ଅଦାଲତଙ୍କ ‘ସମନ୍’

କଟକ: ଓଡ଼ିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ପଠାଯିବ ଅଦାଲତଙ୍କ ସମନ୍ (Summons) । ଓଡ଼ିଶା ହାଇକୋର୍ଟଙ୍କ ନୂତନ ବିଜ୍ଞପ୍ତି ଅନୁଯାୟୀ, ହ୍ୟୁମାନ୍ ରିସୋର୍ସ ମ୍ୟାନେଜମେଣ୍ଟ ସିଷ୍ଟମ୍ ବା ଏଚ୍ଆର୍‌ଏମ୍ଏସ୍ ପୋର୍ଟାଲ ଜରିଆରେ ସମନ୍ ପଠାଯିବ । ଆସନ୍ତା ଡିସେମ୍ବର ୧, ୨୦୨୬ ରୁ ଏହା କାର୍ଯ୍ୟକାରୀ ହେବ । ମାମଲାଗୁଡ଼ିକର ତ୍ୱରିତ ଫଇସଲା ଏବଂ ନ୍ୟାୟିକ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଓଡ଼ିଶା ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ।

ଏହି ନୂତନ ବ୍ୟବସ୍ଥା ପାଇଁ ସ୍ୱତନ୍ତ୍ର ଭାବେ ‘ସମନ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍‌’ (Summons Management System) ପ୍ରସ୍ତୁତ କରାଯାଇଛି, ଯାହାକୁ ରାଜ୍ୟ ସରକାରଙ୍କ HRMS ପୋର୍ଟାଲ ସହ ଯୋଡ଼ାଯାଇଛି । ଏହାକୁ summon.odisha.gov.in ୱେବସାଇଟ୍‌ ମାଧ୍ୟମରେ ପରିଚାଳନା କରାଯିବ। ସମ୍ପୃକ୍ତ କୋର୍ଟର ଅଧିକୃତ ସମନ୍‌ ମ୍ୟାନେଜର ଏହି ପୋର୍ଟାଲରେ ମାମଲାର ବିବରଣୀ, ସରକାରୀ କର୍ମଚାରୀଙ୍କ ତଥ୍ୟ ଏବଂ ହାଜର ହେବାର ତାରିଖ ଓ ସମୟ ଅପଲୋଡ୍‌ କରିବେ । ଏହାପରେ ପୋର୍ଟାଲ୍‌, ଏସ୍‌ଏମ୍‌ଏସ୍‌ (SMS) କିମ୍ବା ଇ-ମେଲ୍‌ ମାଧ୍ୟମରେ କର୍ମଚାରୀଙ୍କ ନିକଟକୁ ସମନ୍‌ ପହଞ୍ଚିବ । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)