Saurabh Das: ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ର ସକରାରଙ୍କ ତଥ୍ୟ: ସୌରଭ ଦାସଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର ଜାରି
ନୂଆଦିଲ୍ଲୀ: କକ୍ରୋଚ ଜନତା ପାର୍ଟି (ସିଜେପି)ର ସହ-ସଂଯୋଜକ ସୌରଭ ଦାସଙ୍କ ବିରୋଧରେ ଲୁକ୍ଆଉଟ୍ ସର୍କୁଲାର (ଏଲ୍ଓସି) ଜାରି ହୋଇଛି।
ମହାରାଷ୍ଟ୍ର ପୁଲିସର ଅନୁରୋଧକ୍ରମେ ଏହି ପଦକ୍ଷେପ ନିଆଯାଇଥିବା କେନ୍ଦ୍ର ସରକାର ଗୁରୁବାର ଦିଲ୍ଲୀ ହାଇକୋର୍ଟଙ୍କୁ ଜଣାଇଛନ୍ତି।
ଏହି ଘଟଣା ପରେ ଦାସଙ୍କ ବିଦେଶ ଯାତ୍ରା ଓ ତାଙ୍କ ପାସପୋର୍ଟକୁ ନେଇ ବିବାଦ ଦେଖାଦେଇଛି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଚେତନ ଶର୍ମା ଅଦାଲତରେ ଏହି ସୂଚନା ଦେଇଥିଲେ।
ଅନ୍ୟପକ୍ଷରେ ସୌରଭ ଦାସଙ୍କ ଓକିଲ ଅଖିଲ ସିବଲ କହିଥିଲେ ଯେ, ତାଙ୍କ ମହକିଲଙ୍କୁ ଏଭଳି କୌଣସି ଲୁକ୍ଆଉଟ୍ ସର୍କୁଲାର ଜାରି ହୋଇଥିବା ସମ୍ପର୍କରେ ଜଣାଯାଇନାହିଁ।
ଏହାର ବିବରଣୀ ଦେବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।
ତେବେ ଦାସଙ୍କ ଆଇନଜୀବୀ ନିଜେ ଏହାର ବିବରଣୀ ସଂଗ୍ରହ କରି ପରବର୍ତ୍ତୀ ସମୟରେ ଏହାକୁ ଅଦାଲତରେ ଚ୍ୟାଲେଞ୍ଜ କରିପାରିବେ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଥିଲା।
Advertisment ସୂଚନାଯୋଗ୍ୟ, ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଏକ ବକ୍ତୃତା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସୌରଭ ଦାସ ଲଣ୍ଡନ ଯିବାକୁ ଯୋଜନା କରିଥିଲେ।
କିନ୍ତୁ ବିମାନବନ୍ଦରରେ ତାଙ୍କୁ ବିଦେଶ ଯାତ୍ରାରୁ ରୋକାଯାଇଥିଲା।
ଯାତ୍ରାର ମାତ୍ର ପାଞ୍ଚ ଘଣ୍ଟା ପୂର୍ବରୁ କେନ୍ଦ୍ର ସରକାର ତାଙ୍କ ପାସପୋର୍ଟରେ ଥିବା କଥିତ ଅସଙ୍ଗତିକୁ ନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିବା ସେ ଅଭିଯୋଗ କରିଥିଲେ।
ଏହାକୁ ବିରୋଧ କରି ସେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ତଥ୍ୟରେ ଅସଙ୍ଗତି ଥିବା ଅଭିଯୋଗ କେନ୍ଦ୍ର ସରକାରଙ୍କ ଓକିଲଙ୍କ କହିବା ଅନୁଯାୟୀ, ଗତ ଅଗଷ୍ଟ ୨୦ ତାରିଖରେ ପୁଡୁଚେରୀର ପୁଲିସ ଅଧୀକ୍ଷକ ଓ ବରିଷ୍ଠ ପୁଲିସ ଅଧୀକ୍ଷକ ଦାସଙ୍କ ଜନ୍ମସ୍ଥାନ, ପାଠପଢ଼ା, ଠିକଣା ଓ ପାରିବାରିକ ବିବରଣୀ ସମ୍ପର୍କରେ ତଦନ୍ତ କରିଥିଲେ।
ପାସପୋର୍ଟରେ ପିତାଙ୍କ ନାମ ଲେଖିବା ପାଇଁ ଥିବା ସ୍ଥାନ ଖାଲି ରହିଥିବା ସହ ଅନ୍ୟାନ୍ୟ ତଥ୍ୟରେ ଅସଙ୍ଗତି ଥିବା ଅଭିଯୋଗ ହୋଇଛି।
ଏହି ଅସଙ୍ଗତି ତାଙ୍କ ଭାରତୀୟ ନାଗରିକତା ଉପରେ ମଧ୍ୟ ପ୍ରଭାବ ପକାଇପାରେ ବୋଲି କେନ୍ଦ୍ର ପକ୍ଷରୁ ଅଦାଲତରେ କୁହାଯାଇଛି।
ଅପରାଧିକ ଅଭିଯୋଗ ଦାଖଲ କରିବେ ସୌରଭ ଦାସ ଏହି ତଦନ୍ତ ପରେ ନଭେମ୍ବର ୨୩ ତାରିଖ ସନ୍ଧ୍ୟାରେ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଥିଲା।
ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଡିସେମ୍ବର ୯ ତାରିଖରେ ହେବ।
ସେଦିନ ସୌରଭ ଦାସଙ୍କ ପକ୍ଷରୁ ଲୁକ୍ଆଉଟ୍ ସର୍କୁଲାର ସମ୍ପର୍କରେ ଜବାବ ରଖାଯିବାର ଆଶା ରହିଛି।
ଅନ୍ୟପକ୍ଷରେ ତାଙ୍କ ପାସପୋର୍ଟ ଅନଲାଇନରେ ପ୍ରସାରିତ କରିବାରେ ସମ୍ପୃକ୍ତ ପ୍ରତ୍ୟେକ ସୋସିଆଲ ମିଡିଆ ହ୍ୟାଣ୍ଡେଲ ବିରୋଧରେ ସେ ଅପରାଧିକ ଅଭିଯୋଗ ଦାଖଲ କରିବେ ବୋଲି ସୌରଭ ଦାସ କହିଛନ୍ତି।
ସାମାଜିକ ଗଣମାଧ୍ୟମ 'ଏକ୍ସ'ରେ ଏକ ପୋଷ୍ଟରେ ସିଜେପି ନେତା ବିଜେପି-ସହଯୋଗୀ ସୋସିଆଲ ମିଡିଆ ହ୍ୟାଣ୍ଡେଲ ତାଙ୍କ ପାସପୋର୍ଟ ପ୍ରସାରିତ କରୁଥିବା ଅଭିଯୋଗ କରିଛନ୍ତି।
ସେ ପ୍ରଶ୍ନ କରିଛନ୍ତି ଯେ, ଜଣେ ନାଗରିକଙ୍କ ବ୍ୟକ୍ତିଗତ ଯାତ୍ରା ଡକ୍ୟୁମେଣ୍ଟ କିପରି ସାର୍ବଜନୀନ ଭାବରେ ସେୟାର କରାଯାଇପାରିବ।
Sexual Abuse Cases: ଇଟାଲୀରେ ବଡ଼ ଖୁଲାସା: ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ୫୭ ପାଦ୍ରୀ ସେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଠାରୁ ସ୍ପଷ୍ଟୀକରଣ ମଧ୍ୟ ମାଗିଛନ୍ତି ଓ ପ୍ରଶ୍ନ କରିଛନ୍ତି ଯେ, ନାଗରିକଙ୍କ ପାସପୋର୍ଟ ବିବରଣୀ ଲିକ୍ ହେବା ନିୟମିତ ହୋଇଗଲାଣି କି ଓ ଦେଶରେ କୌଣସି ବ୍ୟକ୍ତିଙ୍କ ଗୋପନୀୟ ତଥ୍ୟ ବିନା ଅନୁମତିରେ ସାର୍ବଜନୀନ କରିବା ଆଇନଗତ କରାଯାଇଛି କି?
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
