ବାଜ ପକ୍ଷୀର ୧୦୧ ଘଣ୍ଟା ଉଡାଣ
ମଣିପୁରରୁ ଉଡ଼ାଣ ଆରମ୍ଭ କରିଥିବା ‘ଅଲାଙ୍ଗ’ ନାମକ ଏକ ଆମୁର୍ ବାଜପକ୍ଷୀ କୌଣସି ସ୍ଥାନରେ ନ ଅଟକି ଲଗାତାର ୧୦୧ ଘଣ୍ଟା ଉଡ଼ି ୫,୭୦୦ କିଲୋମିଟର ଦୂରତା ଅତିକ୍ରମ କରିବା ପରେ ସୋମାଲିଆରେ ପହଞ୍ଚିଛି । ତାମିଲନାଡୁର ଆଇଏଏସ୍ ଅଧିକାରୀ ସୁପ୍ରିୟା ସାହୁଙ୍କ ସୂଚନା ଅନୁସାରେ ଅଲାଙ୍ଗର ସାଥୀ ‘ଅପାପାଙ୍ଗ’ ମଧ୍ୟ ୯୫ ଘଣ୍ଟାରେ ୪,୧୦୦ କିଲୋମିଟର ଉଡ଼ି ଆଫ୍ରିକା ଅଭିମୁଖେ ଯାତ୍ରା ଜାରି ରଖିଛି । ଏହି ଦୁଇ ଆମୁର୍ ବାଜପକ୍ଷୀ ୨୩ଟି ଦେଶ ଅତିକ୍ରମ କରି ଗତ ଅକ୍ଟୋବର ୨୨ ତାରିଖରେ ମଣିପୁରରେ ପହଞ୍ଚିଥିଲେ । ତାମେଙ୍ଗଲୋଙ୍ଗର ଚିଉଲୁଆନ ଅଞ୍ଚଳରେ ପ୍ରାୟ ୨୫ ଦିନ ବିତାଇବା ପରେ ପୁଣିଥରେ ଆଫ୍ରିକା ଅଭିମୁଖେ ନିଜର ଯାତ୍ରା ଆରମ୍ଭ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନର ବୈଜ୍ଞାନିକମାନେ ଗତ ନଭେମ୍ବର ୨୦୨୫ରେ ଏହି ଦୁଇ ବାଜପକ୍ଷୀଙ୍କ ଶରୀରରେ ଟ୍ରାକିଂ ଟ୍ୟାଗ୍ ଲଗାଇଥିଲେ । ଯାହା ସାହାଯ୍ୟରେ ସେମାନଙ୍କର ଉଡ଼ାଣ, ଅତିକ୍ରାନ୍ତ ଦୂରତା ଏବଂ ପ୍ରବାସ ମାର୍ଗ ଉପରେ ନଜର ରଖାଯାଇପାରୁଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
