ମହାନଦୀ ନା ଡ୍ରେନ୍? ନର୍ଦ୍ଦମା ପାଣିରେ ବିଷାକ୍ତ ଓଡ଼ିଶାର ଜୀବନରେଖା

Nov 05, 2026 - 19:07
ମହାନଦୀ ନା ଡ୍ରେନ୍? ନର୍ଦ୍ଦମା ପାଣିରେ ବିଷାକ୍ତ ଓଡ଼ିଶାର ଜୀବନରେଖା

ନନ୍ଦିଘୋଷ ବ୍ୟୁରୋ : ଓଡ଼ିଶାର ଜୀବନରେଖା କୁହାଯାଉଥିବା ମହାନଦୀ ଏବେ ପ୍ରଦୂଷଣର ସାମ୍ନା କରୁଛି। ନଦୀ ଜଳରେ କୁଢ କୁଢ ଅଳିଆ ଆବର୍ଜନା ଭାସୁଥିବା ବେଳେ ସହରର ବିଷାକ୍ତ ଡ୍ରେନ୍ ପାଣି ସିଧାସଳଖ ଏଥିରେ ମିଶୁଛି। ଯେଉଁ ନଦୀ ଉପରେ ଲକ୍ଷ ଲକ୍ଷ ଲୋକ ନିଜର ନିତ୍ୟବ୍ୟବହାର୍ଯ୍ୟ କାର୍ଯ୍ୟ ପାଇଁ ନିର୍ଭର କରନ୍ତି, ସେହି ନଦୀ ଏବେ ସମ୍ବଲପୁର ସହରର ଆବର୍ଜନାରେ ଦୂଷିତ ହେବାରେ ଲାଗିଛି।

ସମ୍ବଲପୁର ସହରର ବିଭିନ୍ନ ଗଳିକନ୍ଦି ଡ୍ରେନ୍‌ରୁ ବାହାରୁଥିବା ମଇଳା ପାଣି କୌଣସି ପ୍ରକାରର ବିଶୋଧନ ବିନା ସିଧାସଳଖ ମହାନଦୀ ଗର୍ଭକୁ ଛଡ଼ାଯାଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହାଦ୍ୱାରା ନଦୀ ଜଳର ମାନ ଦିନକୁ ଦିନ ଖରାପ ହେବାରେ ଲାଗିଛି। ଯେଉଁ ପାଣି ଲୋକଙ୍କ ଜୀବନ ଓ ଜୀବିକାର ପ୍ରମୁଖ ଆଧାର ପାଲଟିଥିଲା, ଆଜି ସେହି ପାଣିକୁ ବ୍ୟବହାର କରିବା ମଧ୍ୟ ଏକ ବଡ଼ ଚିନ୍ତାର ବିଷୟ ହୋଇପଡ଼ିଛି।

ପରିବେଶ ନିୟମ ଅନୁସାରେ ସହରର ଦୂଷିତ ଡ୍ରେନ୍ ପାଣିକୁ ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ମାଧ୍ୟମରେ ସମ୍ପୂର୍ଣ୍ଣ ବିଶୋଧନ କରିବା ପରେ ହିଁ ନଦୀକୁ ଛାଡ଼ିବା କଥା। କିନ୍ତୁ ସମ୍ବଲପୁରରେ ଏହି ଗୁରୁତ୍ୱପୂର୍ଣ୍ଣ ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଥିବା ଅଭିଯୋଗ ଉଠୁଛି। ଏହି ଅବହେଳା ଯୋଗୁଁ ନଦୀ ପାଣି ବ୍ୟବହାର ପୋଯୋଗୀ ହୋଇ ରହୁନାହିଁ।

ମହାନଦୀର ଜଳ ଦୂଷିତ ହେବା ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ପାନୀୟ ଜଳ ସଙ୍କଟ ସହ ଗାଧୋଇବା ଓ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ କାର୍ଯ୍ୟ ପାଇଁ ନାନା ସମସ୍ୟା ସୃଷ୍ଟି ହୋଇଛି। ଏହାଦ୍ୱାରା ଚର୍ମରୋଗ ଓ ଅନ୍ୟାନ୍ୟ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ମଧ୍ୟ ବୃଦ୍ଧି ପାଉଛି।
ତେବେ ଏତେ ବଡ଼ ଜଳ ପ୍ରଦୂଷଣ ସମସ୍ୟା ସାମ୍ନାକୁ ଆସୁଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ଓ ସମ୍ବଲପୁର ମହାନଗର ନିଗମ କାହିଁକି ଚୁପ୍ ବସିଛନ୍ତି, ତାହାକୁ ନେଇ ଜନସାଧାରଣଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି। ଏହି ପ୍ରଦୂଷଣର ସ୍ଥାୟୀ ସମାଧାନ କେବେ ହେବ ଏବଂ ନଦୀକୁ ସ୍ୱଚ୍ଛ ରଖିବା ପାଇଁ କେବେ କଡ଼ା ପଦକ୍ଷେପ ନିଆଯିବ- ଏବେ ଏହା ହିଁ ସମ୍ବଲପୁରବାସୀଙ୍କ ବଡ଼ ପ୍ରଶ୍ନ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)