Landslides: ଗିଡିପାବାଲି ଭୂସ୍ଖଳନ ଘଟଣା; ୫ ମୃତଦେହ ଉଦ୍ଧାର, ଏକାଠି ଜଳିଲା ଚିତା

Nov 05, 2026 - 19:05
Landslides: ଗିଡିପାବାଲି ଭୂସ୍ଖଳନ ଘଟଣା; ୫ ମୃତଦେହ ଉଦ୍ଧାର, ଏକାଠି ଜଳିଲା ଚିତା

ଭଞ୍ଜନଗର/ଘୁ.ଉଦୟଗିରି: ସାମୁଦ୍ରିକ ବାତ୍ୟା 'ଅର୍ଣ୍ଣବ' ଏବଂ ଏହାର ପ୍ରଭାବରେ ପ୍ରବଳ ବର୍ଷା ଗଂଜାମ ଏବଂ କନ୍ଧମାଳର ସୀମାନ୍ତ ଅଞ୍ଚଳରେ ବର୍ଷବର୍ଷ ଧରି ଭୁଲିପାରିବେ ନାହିଁ।

ଏହି ବିପର୍ଯ୍ୟୟ ଯୋଗୁଁ ଛାତିଥରା ଭୂସ୍ଖଳନ ରେ ନିଶ୍ଚିହ୍ନ ହୋଇ ପଡିଥିବା ଭଞ୍ଜନଗର ବ୍ଳକ ବାଇବାଲି ପଞ୍ଚାୟତର ଗିଡିପାବାଲି ଗ୍ରାମରେ ଗତକାଲି ନିଖୋଜ ୧୧ ଜଣଙ୍କ ପ୍ରତୀକାତ୍ମକ ସଂସ୍କାର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା।

କିନ୍ତୁ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିବାରବର୍ଗ ନିଷ୍ପତି ବଦଳାଇବା ପରେ ତାହା ହୋଇପାରିନଥିଲା।

ସେମାନଙ୍କ ପ୍ରିୟଜନଙ୍କ ସନ୍ଧାନ ଖୋଜି ବାହାର କରିବା ପାଇଁ ଯାଇଥିବା ଉଦ୍ଧରାକାରୀ ଦଳ ଓ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଗୁହାରୀ କରିଥିଲେ।

ଫଳରେ ଆଜି ଭୋର ସମୟରେ ଓଡ୍ରାଫ, ଡିଭିଏଫ୍‌ ବାହିନୀର ଏକ ୮୦ ଜଣିଆ ଟିମ ସହ ଗ୍ରାମବାସୀ ଘଟଣାସ୍ଥଳରୁ ଉଦ୍ଧାର କରିବା ପାଇଁ ଗିଡିପାବାଲି ଅଭିମୁଖେ ବାହାରିଥିଲେ।

Advertisment ଗତ ଶନିବାରରୁ ନିଖୋଜ ୧୩ ଜଣଙ୍କୁ ଖୋଜିବା ପାଇଁ ବଡ ଧରଣର ଅଭିଯାନ ଆରମ୍ଭ ହୋଇଥିଲା।

୩ଟି ରେଳବାଇ ଇଞ୍ଜନିୟର ଟିମ ସହ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌, ଅଗ୍ନିଶମ ବାହିନୀର ୧୦ଟି ଟିମ୍‌ ସହ ଜିଓ ରାଡାର, ଲାଇଭ ଡିଟେକ୍ଟିଭ୍‌ ମେସିନ, କଟର ମେସିନ ଭଳି ବିଭିନ୍ନ ଉନ୍ନତମାନର ଯନ୍ତ୍ରାଂଶ, ସନ୍ଧାନୀ କୁକୁରର ମଧ୍ୟ ବ୍ୟବହାର ହୋଇଥିଲା।

ତଥାପି ସୋମବାର ସୁଦ୍ଧା ଗ୍ରାମର ରବି ମଲ୍ଲିକ ଓ ତାଙ୍କ ଜ୍ବାଇଁ ସନମାନ ପ୍ରଧାନଙ୍କ ମୃତଦେହ ମିଳିବା ସହ ତାର ସଂସ୍କାର କରାଯାଇଥିଲା।

Gidipabali Landslide: ସ୍ଥଗିତ ହେଲା ଗିଡ଼ିପାବାଲି ଭୂସ୍ଖଳନ ଖୋଜ ଅଭିଯାନ, ନିଖୋଜଙ୍କ ହେବ ପ୍ରତୀକାତ୍ମକ ଅନ୍ତିମ ସଂସ୍କାର ଏହାପରେ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଉଦ୍ଧାର କାର୍ଯ୍ୟକୁ ସାମୟିକ ସ୍ଥଗିତ ରଖିବାକୁ ମଧ୍ୟ ନିଷ୍ପତି ନିଆଯାଇଥିଲା।

ଉଭୟ ଜିଲ୍ଲାର ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ୧୧ ଜଣ ନିଖୋଜଙ୍କ ପ୍ରତୀକାତ୍ମକ ସତ୍କାର ପରେ ସରକାରୀ ନିୟମାନୁଯାୟୀ କ୍ଷତିପୂରଣ ସଂପର୍କରେ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା।

ଏହି କ୍ରମରେ ବୁଧବାର ଘୁ.ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ରଙ୍କ ନେତୃତ୍ବରେ ସେଠାରେ ପହଞ୍ଚିଥିଲେ।

କିନ୍ତୁ ଘଟଣା ସ୍ଥଳରେ ପରିବାର ଲୋକଙ୍କ ନିବେଦନ ପରେ ପ୍ରତୀକାତ୍ମକ ସତ୍କାରରୁ ଓହରିବା ସହ ପ୍ରଶାସନ ପକ୍ଷରୁ ପୁଣି ନିଖୋଜ ଲୋକଙ୍କୁ ଖୋଜିବା ନେଇ ଗୁରୁବାର ଗ୍ରାମବାସୀଙ୍କ ସହଯୋଗରେ ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀ ଦ୍ବାରା ହୋଇଥିବା ଉଦ୍ଧାର ଅଭିଯାନରେ ଦିନକରେ ସର୍ବାଧିକ ୫ଟି ମୃତଦେହ ଠାବ ହୋଇଥିବା ଜଣାପଡିଛି।

ସମସ୍ତ ମୃତଦେହ ଗୋଟିଏ ପରିବାରର ‌ବୋଲି ଗିଡିପାବାଲି ଯାଇଥିବା ଗ୍ରାମର ଯାଇଥିବା ଅନ୍ୟ ସଦସ୍ୟ ମାନେ ଚିହ୍ନଟ କରିଥିଲେ।

ମୃତକ ମାନେ ହେଲେ ବିଜୟ ପ୍ରଧାନ, ଭୂମିକା ପ୍ରଧାନ, ତାଙ୍କ ୭ ବର୍ଷର ପୁଅ ଅରୁଣ ପ୍ରଧାନ, ୬ ବର୍ଷର ଝିଅ ବିଜୟଲକ୍ଷ୍ମୀ ପ୍ରଧାନ ଓ ଏକ ବର୍ଷର ଝିଅ ଜୟଲକ୍ଷ୍ମୀ ପ୍ରଧାନ ବୋଲି ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି।

ମୃତ ବିଜୟଙ୍କ ଭାଇ ଅଜୟ ପ୍ରଧାନ ମୁଖାଗ୍ନି ଦେଇ ଅନ୍ତିମ ସଂସ୍କାର କରିଥିବା ଜଣାପଡିଛି।

ଫଳରେ ଗିଡିପାବାଲି ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧିି ପାଇଛି।

ମୃତଦେହଗୁଡିକ ପ୍ରାୟ ୧୫ ରୁ ୨୦ ଫୁଟ ତଳୁ ଉଦ୍ଧାର କରାଯାଇଥିବା ବେଳେ ଗୋଟିଏ ଦିନରେ ଏତେ ସଂଖ୍ୟକ ମୃତଦେହ ଉଦ୍ଧାର ହେବା ପରେ ପୂର୍ବରୁ ଉଦ୍ଧାର କାର୍ଯ୍ୟର ସ୍ଥିତି ସହ ଆଜିର ଉଦ୍ଧାର କାର୍ଯ୍ୟର ଠାବ ମୃତଦେହକୁ ନେଇ ନୂଆଁ ଆଶା ସଞ୍ଚାର ହୋଇଛି।

ଏହାପରେ ଉଦ୍ଧାର କାର୍ଯ୍ୟ ଆହୁରି ତ୍ବରାନ୍ବିତ ହେବ ବୋଲି ଅନୁମାନ କରାଯାଉଛି।

ରିପୋର୍ଟ: ବିଶ୍ବମ୍ବର ଜେନା/ସମୀର କୁମାର ପାଢ଼ୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)