Job: ଚାକିରି ପାଇଁ ଆସିଲା ବଡ଼ ସୁଯୋଗ; ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦବି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

Nov 05, 2026 - 19:20
Job: ଚାକିରି ପାଇଁ ଆସିଲା ବଡ଼ ସୁଯୋଗ; ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦବି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର: ଚାକିରି ଆଶାୟୀ ଯୁବପିଢ଼ିଙ୍କ ପାଇଁ ବଡ଼ ସୁଯୋଗ ଆସିଛି।

ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ (ଓପିଏସ୍‌ସି) ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି।

ଏଥିରେ କୁହାଯାଇଛି ଯେ, ୩୪୦ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦବି ପାଇଁ ବଡ଼ ସୁଯୋଗ ଆସିଛି, ଯେଉଁଥିରେ ୧୧୪ ଜଣ ସିଟ୍‌ ମହିଳାଙ୍କ ପାଇଁ ସଂରକ୍ଷିତ ଅଛି।

Advertisment ବିଜ୍ଞପ୍ତି ଅନୁସାରେ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ।

ପ୍ରାର୍ଥୀମାନେ ୨୦୨୬ ନଭେମ୍ବର ୯ ତାରିଖ ଠାରୁ ୨୦୨୬ ଡିସେମ୍ବର ୩୦ ପର୍ଯ୍ୟନ୍ତ ନାମ ପଂଜୀକରଣ କରିପାରିବେ।

ଅଧିକ ଜାଣିବା ପାଇଁ ଅଧିକୃତ ୱେବ୍‌ସାଇଟ୍‌ https://www.opsc.gov.in ରେ ଲଗ୍‌ଇନ୍‌ କରନ୍ତୁ।

କେଉଁ ବର୍ଗ ପାଇଁ କେତେ ପଦବି ଅଣସଂରକ୍ଷିତ ବର୍ଗ: ୧୪୪ (୪୮ମହିଳା) ଅନ୍ୟାନ୍ୟ ପଛୁଆ ବର୍ଗ: ୩୮ (୧୩ ମହିଳା) ଅନୁସୂଚିତ ଜାତି : ୮୧ (୨୭ ମହିଳା) ଅନୁସୂଚିତ ଜନଜାତି: ୭୭ (୨୬) ଦିବ୍ୟାଙ୍ଗ ବର୍ଗ: ୨୫ (୯ମହିଳା) ଅବସରପ୍ରାପ୍ତ: ୧୯ କ୍ରୀଡ଼ା ବର୍ଗ: ୩ (୧ମହିଳା) କେଉଁମାନେ କରିପାରିବେ ଆବେଦନ?

୨୦୨୬ ଜାନୁଆରି ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ଅତିକମରେ ୨୧ ବର୍ଷ ବୟସ ହୋଇଥିବା।

ସେହିପରି ସର୍ବାଧିକ ବୟସ ୪୨ ବର୍ଷ ହୋଇଥିବ।

ଅର୍ଥାତ ପ୍ରାର୍ଥୀ ୧୯୮୪ ଜାନୁଆରି ୨ ତାରିଖ ପୂର୍ବରୁ କିମ୍ବା ୨୦୨୫ ଜାନୁଆରି ୧ ତାରିଖ ପରେ ଜନ୍ମଗ୍ରହଣ କରି ନଥିବେ।

ଏଥି ସହିତ ପ୍ରାର୍ଥୀ କୌଣସି ସ୍ବୀକୃତିପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ସ୍ନାତକ ଡିଗ୍ରିରେ ଉତ୍ତୀର୍ଣ୍ଣ ହୋଇଥିବେ।

ଅର୍ଥାତ ସ୍ନାତକ ସମକକ୍ଷ ଅନ୍ୟ ଡିଗ୍ରି ଥିବା ଆବଶ୍ୟକ।

ଏଥି ସହିତ କମ୍ପ୍ୟୁଟର ଜ୍ଞାନ ଥିବା ଦରକାର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)