ଛାତ୍ରୀ ହଷ୍ଟେଲରେ ଜଣ୍ଡିସ୍ ଆତଙ୍କ! ସୋୟାବିନ୍ ତରକାରୀରୁ ବାହାରିଲା ମଲା ବେଙ୍ଗ

Nov 04, 2026 - 18:58
ଛାତ୍ରୀ ହଷ୍ଟେଲରେ ଜଣ୍ଡିସ୍ ଆତଙ୍କ! ସୋୟାବିନ୍ ତରକାରୀରୁ ବାହାରିଲା ମଲା ବେଙ୍ଗ

ନନ୍ଦିଘୋଷ ବ୍ୟୁରୋ: ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରୀ ହଷ୍ଟେଲରେ ଜଣ୍ଡିସ ଆତଙ୍କ । କାରଣ ଖୋଜୁ ଖୋଜୁ ଭାଇରାଲ ହେଲା ସାଂଘାତିକ ଚିତ୍ର । ସୋୟାବିନ ତରକାରୀରୁ ମଲା ବେଙ୍ଗ ବାହାରିଥିବା ନେଇ ଫଟୋ ଭାଇରାଲ । ଯାଞ୍ଚ କରୁଛି ଭୁବନେଶ୍ବର ମହାନଗର ନିଗମର ଖାଦ୍ୟ ନିରାପତ୍ତା ଟିମ୍ । ଗତକାଲି ଡିନରରେ ରୁଟି ସହ ଡାଲ ଫ୍ରାଏ ଓ ଚିଲି ସୋୟାବିନ ଥିଲା ବ୍ୟଞ୍ଜନ । ପିଲାମାନେ ଖାଇ ରୁମ ଭିତରକୁ ଯିବା ପରେ ଚକିତ କଲା ହଷ୍ଟେଲର ହ୍ବାଟସଆପ୍ ଗ୍ରୁପର ଏକ ଫଟୋ । ଉତ୍କଳ ବିଶ୍ଵବିଦ୍ୟାଳୟର ୬ ଓ ୭ ନମ୍ବର ଛାତ୍ରୀ ନିବାସରୁ ଆସିଲା ଗୁରୁତର ଅଭିଯୋଗ । ସୋୟାବିନ ତରକାରୀରୁ ମଲା ବେଙ୍ଗ ବାହାରିଥିବା ନେଇ ଫୋଟୋ ଭାଇରାଲ ହେଲା । ଯାହା ସମସ୍ତଙ୍କୁ ଭୟଭୀତ କରି ଦେଇଥିଲା । ପୂର୍ବରୁ ମଧ୍ୟ ଖାଦ୍ୟରେ ପୋକ ବାହାରୁଥିବା ନେଇ ଛାତ୍ରୀମାନେ ଅଭିଯୋଗ କରିଛନ୍ତି । ପିଇବା ପାଣି ଯୋଗାଣରେ ବି ଅସୁବିଧା ରହିଥିବା ନେଇ ଛାତ୍ରୀମାନେ କହିଛନ୍ତି ।

ମଲା ବେଙ୍ଗ ଫଟୋ ଦେଖି ଡିନର କରି ଦେଇଥିବା ଛାତ୍ରୀମାନେ ନିଜ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ତେବେ ବାହାରୁ ଖାଦ୍ୟ ବାରଣ ହୋଇଛି । ପାଣି ସମସ୍ୟା ଯୋଗୁଁ ବାହାରୁ ମିନେରାଲ ପାଣି ଯୋଗାଉଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ପାଣି ପାଇଁ ଜଣ୍ଡିସ ବ୍ୟାପୁଥିବା ନେଇ ଅଭିଯୋଗ କରିଛନ୍ତି ହଷ୍ଟେଲ ଅନ୍ତେବାସୀ । ଜଣ୍ଡିସ ଖବର ପାଇବା ପରେ ଯାଞ୍ଚ ପାଇଁ ପହଁଞ୍ଚିଥିଲା ଭୁବନେଶ୍ବର ମହାନଗର ନିଗମର ଖାଦ୍ୟ ନିରାପତ୍ତା ଟିମ । କ୍ୟାମ୍ପସ ଭିତର ଓ ବାହାରେ ଥିବା ବସ୍ତିରେ ଖାଦ୍ୟ ଓ ପରିବେଶର ମାନ ଯାଞ୍ଚ ହୋଇଛି । ସେଠାରେ ଗୁପଚୁପ ବି ତିଆରି ହେଉଛି । ଖାଦ୍ୟରୁ ମଲା ବେଙ୍ଗ ଖବର ପାଇବା ପରେ ହଷ୍ଟେଲ କ୍ୟାଣ୍ଟିନକୁ ବି ଯାଞ୍ଚ କରାଯିବା ନେଇ ମିଳିଛି ପ୍ରତିଶୃତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)