ବଢୁଛି ମିଲେଟ କ୍ରେଜ, ୯ ପ୍ରକାରର ମିଲେଟ ବା କ୍ଷୁଦ୍ର ଶସ୍ୟ ଚାଷ କରି ଲାଭବାନ ଚାଷୀ

Nov 27, 2026 - 17:42
ବଢୁଛି ମିଲେଟ କ୍ରେଜ, ୯ ପ୍ରକାରର ମିଲେଟ ବା କ୍ଷୁଦ୍ର ଶସ୍ୟ ଚାଷ କରି ଲାଭବାନ ଚାଷୀ

କଣ୍ଟାମାଳ : ବଢୁଛି ମିଲେଟ କ୍ରେଜ । କମ ପରିଶ୍ରମରେ ମିଳୁଛି ଲାଭ । ୯ ପ୍ରକାରର ମିଲେଟ ବା କ୍ଷୁଦ୍ର ଶସ୍ୟ ଚାଷ କରି ଲାଭବାନ ଚାଷୀ । ଚର୍ଚ୍ଚାରେ ବୌଦ୍ଧ କଣ୍ଟାମାଳ ବ୍ଲକ ବରଗାଁ ପଂଚାୟତ ପୁଟାଖେତା ଗାଁର ଦ୍ୱାରୁ ରଣା  l ପ୍ରାୟ ୧ ଏକରରୁ ଅଧିକ ଜମିରେ ଫଳାଇଛନ୍ତି କ୍ଷୁଦ୍ର ଶସ୍ୟ । ମାଣ୍ଡିଆ, ସୁଆଁ, କାଙ୍ଗୁ, କୋଦୋ, ବାଜରା, କୋରାଲ, ଜୁଆର, ଖିରା ଓ ଚୀନା ନାମକ ଫସଲ କରିଛନ୍ତି । ଏହି ଶସ୍ୟରେ ରହିଛି ଭରପୂର ପୋଷକତତ୍ତ୍ଵ । ଯାହା ଶରୀର ପାଇଁ ବେଶ ଉପକାରୀ । ବଜାରରେ ମାଣ୍ଡିଆର ଚାହିଦା ଅଧିକ ଥିବାରୁ ଚଳିତ ବର୍ଷ ଭଲ ଆୟ ହେବ ବୋଲି ଆଶା ରଖିଛନ୍ତି ଚାଷୀ ।…

ମିଲେଟ ଦୁଇ ପ୍ରକାରର । ଗୋଟିଏ ରାଗି ଅନ୍ୟଟି ଅଣ-ରାଗି । ମାଣ୍ଡିଆକୁ ରାଗି ମିଲେଟ କୁହାଯାଏ । ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ, ଲୌହସାର ରହିଛି । ମାଣ୍ଡିଆ ବ୍ୟତୀତ ଅନ୍ୟ ସମସ୍ତ ଜାତୀୟ ଫସଲକୁ ଅଣ-ରାଗି ମିଲେଟ କୁହାଯାଏ । ଜୁଆର, ବାଜରା, କାଙ୍ଗୁ, ସୁଆଁ, କୋଦୋ, ଖିରା, ଚୀନା ଓ କୋରାଳ ଆଦି ଅଣ-ରାଗି ଶ୍ରେଣୀର । ଫସଲ ଗୁଡ଼ିକ କମ ଖର୍ଚ୍ଚ ଓ କମ ଜଳରେ କରାଯାଉଥିବାରୁ ଚାଷ ପ୍ରତି ଲୋକଙ୍କ ବଢୁଛି ଆଗ୍ରହ । …

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)