୫ ବର୍ଷରେ ୨୪ ହଜାର ଶିଶୁ ନିଖୋଜ

Nov 27, 2026 - 19:38
୫ ବର୍ଷରେ ୨୪ ହଜାର ଶିଶୁ ନିଖୋଜ

ଭୁବନେଶ୍ୱର: ଚାକିରି ଦେବାକୁ କହି ରାଜ୍ୟ ବାହାରକୁ ନାବାଳିକା ଚାଲାଣ । ବେଙ୍ଗଲୁରୁ ଯାଉଥିବା ବେଳେ ବରମୁଣ୍ଡାରୁ ଉଦ୍ଧାର । ସେପଟେ ଖଣ୍ଡଗିରି ଅଞ୍ଚଳରୁ ନାବାଳକ ନିଖୋଜ ନେଇ ଅଭିଯୋଗ । ସିସିଟିଭି ଆଧାରରେ ଆକ୍ସନ ମୋଡ଼ରେ ପୋଲିସ୍ । ଏହି ଦୃଶ୍ୟ ଯେତିକି ସମ୍ବେଦନଶୀଳ, ସେତିକି ଚିନ୍ତାଜନକ । ଜଣେ ଯୁବତୀ ଓ ୨ ନାବାଳିକା । ଘର କଳାହାଣ୍ଡି । ପରିବାର ଲୋକଙ୍କ ଅଜାଣତରେ ବେଙ୍ଗଲୁରର ଏକ ବିସ୍କୁଟ ଫ୍ୟାକ୍ଟ୍ରିରେ କାମ କରାଇବାକୁ କହି ଚାଲାଣ କରୁଥିଲା ଦଲାଲ । ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ଏକୁଟିଆ ୨ ନାବଳିକା ସହ ଜଣେ ଯୁବତୀ ବୁଲୁଥିବା ଦେଖି ରୁଚିକା ସମାଜ ମଙ୍ଗଳ ସଂଗଠନର କର୍ମକର୍ତ୍ତା ସେହି ସ୍ଥାନରେ ପହଞ୍ଚିଥିଲେ । ଧରାପଡିବାର ସନ୍ଦେହରେ ତୁରନ୍ତ ଦଲାଲ ମହିଳା ଜଣଙ୍କ ସେଠାରୁ ଫେରାର ହୋଇଯାଇଥିଲେ । ଏନେଇ ଭରତପୁର ଥାନାରେ ଏକ ମାମଲା ରୁଜୁ ହେବା ସହ ନାବାଳିକାମାନଙ୍କୁ ସିଡବ୍ଲୁସି ନିକଟରେ ହାଜର କରାଯାଇଛି । କିନ୍ତୁ ପ୍ରଶ୍ନ ଉଠୁଛି, କାମ କରାଇବା ପାଇଁ କେବଳ ନାବାଳିକା ଙ୍କୁ କାହିଁକି ନିଆଯାଉଥିଲା ? ନାଁ ଦଲାଲଙ୍କର ହ୍ୟୁମାନ ଟ୍ରାଫିକିଂ ଅଥବା ଅଙ୍ଗ ତସ୍କରି ଭଳି ମନ୍ଦ ଉଦ୍ଦେଶ୍ୟ ଥିଲା ? ଏସବୁକୁ ନେଇ ଚାଲିଛି ଛାନବିନ ।

ଯୁବତୀ ଓ ନାବଳିକା ଚାଲାଣ ପୋଲିସ ପାଇଁ ଚିନ୍ତାର ବିଷୟ ପାଲଟିଥିବା ବେଳେ ଖଣ୍ଡଗିରି ସିରିପୁର ଅଞ୍ଚଳରୁ ନିଖୋଜ ହୋଇଛି ନାବାଳକ । ଏ ନେଇ ଖଣ୍ଡଗିରି ଥାନାରେ ପରିବାର ଲୋକେ ଗତକାଲି ଅଭିଯୋଗ କରିବା ପରେ ଆଜି ପୋଲିସ ଚଳାଇଛି ସରଜମିନ ଯାଞ୍ଚ । ଟ୍ୟୁସନ ଯାଇ ଆଉ ଘରକୁ ଫେରିନି ୧୩ ବର୍ଷୀୟ ପ୍ରୀତମ ସାମନ୍ତରାୟ । କଣ୍ଟ୍ରୋଲ ରୁମରେ ସିସିଟିଭି ଯାଞ୍ଚ ସହ ସାଙ୍ଗ ସାଥି, ଟ୍ୟୁସନ ମାଷ୍ଟରଙ୍କୁ ପଚରାଉଚରା କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟରେ ବିଗତ ୫ ବର୍ଷରେ ୨୪ ହଜାରରୁ ଅଧିକ ପିଲା ନିଖୋଜ ହୋଇଛନ୍ତି । ‘ଅପରେସନ ଅନ୍ୱେଷଣ’ ଜରିଆରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହେଉଥିଲେ ମଧ୍ୟ ଏହି ସଂଖ୍ୟା ନଗଣ୍ୟ ରହିଛି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ମଧ୍ୟ ମାନବ ଚାଲାଣ ଏବେ ପୋଲିସର ପାରିବାପଣିଆ ନେଇ ସୃଷ୍ଟି କରିଛି ବଡ଼ ପ୍ରଶ୍ନ ।…

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)