ବିଧାନସଭାରେ ଜଳେଶ୍ବର ତାତି

Nov 26, 2026 - 21:49
ବିଧାନସଭାରେ ଜଳେଶ୍ବର ତାତି

ଭୁବନେଶ୍ବର: ବିଧାନସଭାରେ ଜଳେଶ୍ବର ଦୁଷ୍କର୍ମ ଝଡ଼ । ମହିଳା ଓ ନାବାଳିକା ସୁରକ୍ଷା ପ୍ରସଙ୍ଗରେ ହୁଲସ୍ତୁଲ ଗୃହ । ପୋଲିସର ପାରିବାପଣିଆ ନେଇ ବର୍ଷିଲେ ବିରୋଧୀ । ଆଇନ ମନ୍ତ୍ରୀଙ୍କ ଜବାବ ନିଆଯାଉଛି କାର୍ଯ୍ୟାନୁଷ୍ଠାନ ।.. ..ଦିଲ୍ଲୀର ନିର୍ଭୟା ଘଟଣା ପରି ବାଲେଶ୍ବର ଜିଲ୍ଲାର ଜଳେଶ୍ବର ନାବାଳିକା ଦୁଷ୍କର୍ମ ଘଟଣା ବି କିଛି କମ ନୁହେଁ । ଯାହାକୁ ନେଇ ଜଳେଶ୍ବରରେ ଜନଆକ୍ରୋଶ ବଢି ବଢି ଚାଲିଛି । ଘଟଣା ଘଟିବାର ୪୦ ଦିନ ପରେ ପୋଲିସର ଆକ୍ସନକୁ ନେଇ ସରକାରଙ୍କ ଉପରେ ବର୍ଷିଛି ବିଜେଡି । ବିଜେଡି ଅଭିଯୋଗ କରିଛି ଜଳେଶ୍ୱର ଘଟଣାର ମୁଖ୍ୟ ଆସାମୀକୁ ପୋଲିସ ଛାଡ଼ିଦେଇଛି । ଅଭିଯୁକ୍ତକୁ ପୋଲିସ କାହା ନିର୍ଦ୍ଦେଶରେ ଛାଡ଼ିଦେଲା ବୋଲି ଜବାବ ମାଗିଛି ବିଜେଡି । ଜଳେଶ୍ୱର ବିଜେପି ନେତାଙ୍କ ଇଙ୍ଗିତରେ ଅଭିଯୁକ୍ତକୁ ଛଡ଼ା ଗଲା ବୋଲି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ଅଭିଯୋଗ କରିଛନ୍ତି । ରାଜ୍ୟରେ ନାବାଳିକାଙ୍କ ସହ ମହିଳାମାନେ ଅସୁରକ୍ଷିତ ହୋଇପଡିଛନ୍ତି । କେନ୍ଦୁଝରରୁ ବାଲେଶ୍ବର ଯାଏ କେଉଁଠି ବି ମହିଳା ସୁରକ୍ଷତି ନୁହନ୍ତି ବୋଲି ବିଜେଡି କହିଛି । ସମ୍ବେଦନଶୀଳ ଘଟଣାକୁ ହାଲୁକା କରିବାକୁ ଯେଉଁ ଚେଷ୍ଟା କରୁଛି ଶାସକ ଦଳ ତାକୁ ନେଇ ଗୃହରେ ବର୍ଷିଛି ବିଜେଡି । ବିଜେପିର ଅଢେଇ ବର୍ଷ ଶାସନରେ ୭୧ ହଜାର ୭୭୪ ମହିଳା କେସ ହେଲାଣି । ୟୁପି ଓ ବିହାର ଠାରୁ ଅପରାଧରେ ବଳିପଡ଼ିଲାଣି ଓଡିଶା ।

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ନାରୀ ନିର୍ଯାତନା ନେଇ ମୁଲତବୀ ପ୍ରସ୍ତାବରେ ଦୁଇ ବିରୋଧୀ ଶାସକ ଦଳକୁ ଟାର୍ଗେଟ କରିଛନ୍ତି । ଜବାବରେ ଆଇନ ମନ୍ତ୍ରୀ କହିଛନ୍ତି ଜଳେଶ୍ୱର ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି । FIR ଦିନକ ପୂର୍ବରୁ ମୃତ୍ୟୁ ହୋଇଥିଲା । ଫାଣ୍ଡି ଅଧିକାରୀ କାହିଁକି ଠିକ ପଦକ୍ଷେପ ନେଇ ନଥିଲେ ସେଥିପାଇଁ ତାଙ୍କୁ ନିଲମ୍ବନ ଓ IICଙ୍କୁ ବଦଳି କରାଯାଇଛି । ବାକି ଅଭିଯୁକ୍ତଙ୍କ ସମ୍ପୃକ୍ତିକୁ ପୋଲିସ ଯାଞ୍ଚ କରୁଛି । ଫରେନସିକ ତଥ୍ୟର ଯାଞ୍ଚ ଚାଲିଛି । ରାଜନୀତି କରିବା ଅପେକ୍ଷା ଅପରାଧମୁକ୍ତ ଓଡ଼ିଶା ଗଠନ କରିବାକୁ ସମ୍ମିଳିତ ଉଦ୍ୟମ ରହୁ ବୋଲି ଆଇନ ମନ୍ତ୍ରୀ ଅପିଲ କରିଛନ୍ତି ।

ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ହୋଇଥିବା ବେଳେ ଖୋଦ ପୋଲିସ ବାବୁଙ୍କ ବିରୋଧରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ । ୩ବର୍ଷ ଭିତରେ ୧୩ ଜଣ ପୋଲିସ ଅଧିକାରୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଛି । ସେଠି ପୋଲିସ କିପରି ସାଧାରଣ ଲୋକଙ୍କୁ ନ୍ୟାୟ ଦେବ ତାକୁ ନେଇ ଉଠିଛି ପ୍ରଶ୍ନ ।..

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)