ସମ୍ବିଧାନ ଦିବସରେ ସମ୍ବିଧାନ ବଞ୍ଚାଅ ନାରା

Nov 26, 2026 - 21:49
ସମ୍ବିଧାନ ଦିବସରେ ସମ୍ବିଧାନ ବଞ୍ଚାଅ ନାରା

ଭୁବନେଶ୍ୱର: ସମ୍ବିଧାନ ଦିବସରେ ସମ୍ବିଧାନ ବଞ୍ଚାଅ ନାରା । କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଲେ କଂଗ୍ରେସ ନେତା ଓ କର୍ମୀ । ଭୋଟ ଚୋରି ଠାରୁ ଆରମ୍ଭ କରି ସମ୍ବିଧାନକୁ ଶାସକ ବିଜେପି ମୋଡ଼ି ମକଚି ଦେଇଥିବା ଅଭିଯୋଗ। କଂଗ୍ରେସକୁ ବୁଷ୍ଟର ଡୋଜ ଯୋଗାଇବ ରାଜସ୍ଥାନ ଫଳାଫଳ  । ….ଆଜି ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ ନାରା ଦେଇ ବିଧାନସଭା ସମ୍ମୁଖରେ ଗର୍ଜିଛି କଂଗ୍ରେସ। ସମ୍ବିଧାନ ସୁରକ୍ଷା ପାଇଁ ବାଇକ୍ ୟାତ୍ରା କରି ପ୍ରତି ବ୍ଲକ୍ ଓ ଜିଲ୍ଲା ସଦରମହକୁମା, ପରେ ରାଜଧାନୀରେ ପହଞ୍ଚିଥିଲେ ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତା । ସମ୍ବିଧାନ ରକ୍ଷା ରାଲି ମାଧ୍ୟମରେ ଆଜି ବିରାଟ ସମାବେଶ କରିଥିଲା କଂଗ୍ରେସ । ପିସିସ ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ କଂଗ୍ରେସ କାର୍ଯ୍ୟକର୍ତ୍ତା ଯୋଗଦେଇ କଂଗ୍ରେସର ଏହି ଆନ୍ଦୋଳନକୁ ସଫଳ କରିଥିଲେ । ପିସିସି ସଭାପତିଙ୍କ ସହ ପ୍ରଭାରୀ ଲାଲଜି ଦେଶାଇ, ସହପ୍ରଭାରୀ ଜେଟି କୁସୁମ ଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ସହ ପୁରୁଖା ନେତା ଏବଂ ଯୁବଛାତ୍ର କର୍ମୀ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିକୁ ସଭାରେ ଆହୁରି ଶାଣିତ କରିଥିଲା ଦଳ। ସେହିପରି ଓଡ଼ିଶାରେ କୋଟିଆ ପ୍ରସଙ୍ଗ, MMDR ସଂଶୋଧନ ବିଲ୍, ବନ୍ୟା ପରିଚାଳନାରେ ସରକାରଙ୍କ ବିଫଳତା ଦର୍ଶାଇ ବର୍ଷିଥିଲା କଂଗ୍ରେସ । ତେବେ ସମ୍ବିଧାନ ବଞ୍ଚାଇବା ପାଇଁ ରାହୁଲ ଗାନ୍ଧୀଙ୍କ ଆହ୍ୱାନରେ ସାମିଲ ହେବା ସହ ଏହାକୁ ପୂରଣ କରିବାକୁ କର୍ମୀଙ୍କୁ ଶପଥ କରାଇଥିଲେ ପିସିସି ସଭାପତି ଭକ୍ତ ଦାସ।…

କେବଳ ଏତିକି ନୁହେଁ , ରାଜସ୍ଥାନର ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ ଓଡ଼ିଶା କଂଗ୍ରେସ ଭିତରେ ଦେଖିବାକୁ ମିଳିଥିଲା ଜୋଶ । ଆଗାମୀ ଦିନରେ ଏହାର ପ୍ରଭାବ ଓଡ଼ିଶା ସହ ସାରା ଦେଶରେ ଦେଖିବାକୁ ମିଳିବ ବୋଲି ଦଳ ଦୃଢକ୍ତି ବାଢିଛି । ଦଳ ଆକୁ ବିଜେପିକୁ ଉଚିତ ଯବାବ ଦେବ ବୋଲି କହିଛନ୍ତି କଂଗ୍ରେସ ନେତା ।

ଆଗକୁ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ରାଜସ୍ଥାନର ପ୍ରଭାବ ପଡ଼ିବା ନେଇ ଦଳ ଆଶାବାଦୀ ଅଛି ।….

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)