From Nagin Dance to Tragedy: ନାଗିନ୍ ଗୀତରେ ନାଚୁଥିଲେ, ହଠାତ୍ ଆସିଲା ଅସଲି ସାପ, ଦଂଶନରେ ଯୁବକଙ୍କ ମୃତ୍ୟୁ

Nov 27, 2026 - 17:40
From Nagin Dance to Tragedy: ନାଗିନ୍ ଗୀତରେ ନାଚୁଥିଲେ, ହଠାତ୍ ଆସିଲା ଅସଲି ସାପ, ଦଂଶନରେ ଯୁବକଙ୍କ ମୃତ୍ୟୁ

ଘରେ ଚାଲିଥିଲା ବାହାଘରର ଖୁସି।

ହଳଦୀ ଓ ମେହେନ୍ଦୀ ରସମ୍‌ରେ ମାତିଥିଲେ ପରିବାର ଲୋକ।

ନାଗିନ୍ ଗୀତର ଧୁନ୍‌ରେ ଜମିଥିଲା ନାଚଗୀତ।

ହେଲେ କିଏ ଜାଣିଥିଲା, ଏହି ନାଗିନ୍ ଧୁନ୍ ହିଁ ଆଣିଦେବ ମୃତ୍ୟୁର ଦୁଃଖଦ ଖବର!

ଗୀତ ବାଜୁଥିବା ବେଳେ ହଠାତ୍ ଘଟଣାସ୍ଥଳରେ ପହଞ୍ଚିଗଲା ଏକ ଅସଲି ସାପ।

ଆଉ ସାପକୁ ଧରି ବାହାରକୁ ନେବାକୁ ଉଦ୍ୟମ କରି ଜୀବନ ହାରିଲେ ଜଣେ ୨୬ ବର୍ଷୀୟ ଯୁବକ।

Advertisment ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାର ଅଜଗୈନ୍ ଥାନା ଅଞ୍ଚଳରେ।

ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁସାରେ, ଉନ୍ନାଓ ଜିଲ୍ଲାର ଅଜଗୈନ୍ ଥାନା ଅନ୍ତର୍ଗତ କବ୍ଜା ଗାଁର ଦେବରାଜ ଦ୍ୱିବେଦୀଙ୍କ ଘରେ ଝିଅର ବାହାଘର ଥିଲା।

ବାହାଘର ପୂର୍ବରୁ ଘରେ ହଳଦୀ ଓ ମେହେନ୍ଦୀ ରସମ୍ ଚାଲିଥିଲା।

ପରିବାର ଲୋକଙ୍କ ସହ ପଡ଼ୋଶୀମାନେ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଥିଲେ।

Advertisment ଏହି ସମୟରେ ମହିଳାମାନଙ୍କ ସଙ୍ଗୀତ କାର୍ଯ୍ୟକ୍ରମରେ ନାଗିନ୍ ଗୀତ ବାଜିଥିଲା।

ଗୀତର ଧୁନ୍‌ରେ ଲୋକମାନେ ନାଚୁଥିବା ବେଳେ ହଠାତ୍ ସେଠାରେ ଏକ ଲମ୍ବା ସାପ ଦେଖିବାକୁ ମିଳିଥିଲା।

ପ୍ରଥମେ ଲୋକେ ଏହାକୁ ମଜା ବୋଲି ଭାବିଥିଲେ।

ହେଲେ ସାପଟି ଦୀର୍ଘ ସମୟ ଧରି ରହିବା ଦେଖି ସମସ୍ତଙ୍କ ହୋସ୍ ଉଡ଼ିଯାଇଥିଲା।

ସାପକୁ ଧରିବାକୁ ଯାଇ ଜୀବନ ହାରିଲେ ଅର୍ଜୁନ ଏହି ସମୟରେ ସେଠାରେ ଉପସ୍ଥିତ ଥିବା ୨୬ ବର୍ଷୀୟ ପଡ଼ୋଶୀ ଯୁବକ ଅର୍ଜୁନ ସାପଟିକୁ ଧରି ବାହାରକୁ ନେବାକୁ ଉଦ୍ୟମ କରିଥିଲେ।

ହେଲେ ସାପଟି ତାଙ୍କୁ ଦଂଶନ କରିଥିଲା।

ସାପ କାମୁଡ଼ିବା ପରେ ଅର୍ଜୁନଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା।

ଘଟଣାସ୍ଥଳରେ ଉପସ୍ଥିତ ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ।

ହେଲେ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଲକ୍ଷ୍ନୌର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ଚିକିତ୍ସା ସତ୍ତ୍ୱେ ଅର୍ଜୁନଙ୍କ ଜୀବନ ବଞ୍ଚାଯାଇପାରିନଥିଲା।

ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା।

ଖୁସିର ମାହୋଲରେ ଖେଳିଗଲା ଶୋକ ଝିଅର ବାହାଘର ପାଇଁ ଚାଲିଥିବା ଉତ୍ସବ ହଠାତ୍ ଶୋକରେ ପରିଣତ ହୋଇଯାଇଥିଲା।

ଅର୍ଜୁନଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକଙ୍କ ମଧ୍ୟରେ କାନ୍ଦବୋବାଳି ପଡ଼ିଥିଲା।

ଖୁସିରେ ମାତିଥିବା ଘରେ ଶୋକର ଛାୟା ଖେଳିଯାଇଥିଲା।

ଲକ୍ଷ୍ନୌରେ ଯୁବକଙ୍କ ମୃତ୍ୟୁ ହୋଇଥିବାରୁ ସେଠାରେ ହିଁ ତାଙ୍କ ଶବ ବ୍ୟବଚ୍ଛେଦ କରାଯିବ।

ପରିବାର ଲୋକଙ୍କଠାରୁ ଅଭିଯୋଗ ମିଳିବା ପରେ ପୋଲିସ ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବ ବୋଲି କହିଛି।

ସାବଧାନତା: ସାପ ଦେଖିଲେ ନିଜେ ଧରିବାକୁ କିମ୍ବା ମାରିବାକୁ ଉଦ୍ୟମ କରନ୍ତୁ ନାହିଁ।

ତୁରନ୍ତ ସ୍ଥାନୀୟ ସାପ ଉଦ୍ଧାରକାରୀ ଦଳ କିମ୍ବା ଅଗ୍ନିଶମ ବାହିନୀର ସହାୟତା ନିଅନ୍ତୁ।

ସାପ କାମୁଡ଼ିଲେ ତୁରନ୍ତ ଡାକ୍ତରୀ ସହାୟତା ନେବା ଜରୁରୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)