ପସନ୍ଦ ଆସୁଛି କୀର୍ତ୍ତିଙ୍କ ଅଭିନୟ

Nov 18, 2026 - 15:47
ପସନ୍ଦ ଆସୁଛି କୀର୍ତ୍ତିଙ୍କ ଅଭିନୟ

 

କୀର୍ତ୍ତି ସୁରେଶ ଏବଂ ମିସ୍କିନ୍‌ଙ୍କ ମୁଖ୍ୟ ଭୂମିକାରେ ଅଭିନୀତ ସସ୍ପେନ୍ସ ଥ୍ରିଲର ଚଳଚ୍ଚିତ୍ର ‘ସତ୍ୟବାନ ସାବିତ୍ରୀ’ ଆସନ୍ତା ନଭେମ୍ବର ୨୦, ୨୦୨୬ରେ ରିଲିଜ ହେବ । ନିକଟରେ ଏହାର ଟ୍ରେଲର ରିଲିଜ ହୋଇଥିଲା, ଯାହା ଖୁବ ଦମଦାର ହୋଇଥିବା ନେଇ ମତ ପ୍ରକାଶ ପାଇଥିଲା । ଏହି ଟ୍ରେଲରରେ କୀର୍ତ୍ତି ସୁରେଶଙ୍କୁ 'ସାବିତ୍ରୀ' ଭୂମିକାରେ ଦେଖିବାକୁ ମିଳିଛି, ଯିଏ ପ୍ରଥମେ ବିବାହ କରିବାକୁ ଅନିଚ୍ଛୁକ ଥିଲେ ମଧ୍ୟ ପିତାମାତାଙ୍କ ଚାପରେ ବିବାହ କରୁଛନ୍ତି । ଏହାପରେ ଏକ ସୁନ୍ଦର ପାରିବାରିକ ଓ ପ୍ରେମ କାହାଣୀ ଦେଖିବାକୁ ମିଳୁଛି । କିଭଳି ସାବିତ୍ରୀ ସ୍ବାମୀଙ୍କୁ ସାହାଯ୍ୟ କରୁଛନ୍ତି, ତାହା ଏହି ଫିଲ୍ମର ମୂଳ କାହାଣୀ । ଫିଲ୍ମରେ କୀର୍ତ୍ତିଙ୍କର ଜୀବନ୍ତ ଅଭିନୟ ସମସ୍ତଙ୍କୁ ଖୁବ ପସନ୍ଦ ଆସୁଥିବା ଦେଖିବାକୁ ମିଳୁଛି । ଟ୍ରେଲରର କ୍ରେଜ ଦେଖି ଫିଲ୍ମ ହିଟ ହେବାନେଇ ମେକର୍ସ ଆଶା ରଖିଛନ୍ତି । ଏହି ଫିଲ୍ମରେ କୀର୍ତ୍ତି ଓ ମିସ୍କିନ୍‌ଙ୍କ ବ୍ୟତୀତ ଚାରୁକେଶ, ବାଲା ସରବନନ୍, ଶିଳ୍ପା ମଞ୍ଜୁନାଥ, ଦୀପା ଶଙ୍କର, ମଧୁସୂଦନନ୍, ଆର୍. ସୁନ୍ଦରରାଜନ୍ ଏବଂ ମାଳା ପାର୍ବତୀ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।   ଅନ୍ୟପକ୍ଷରେ କୀର୍ତ୍ତି ସୁରେଶଙ୍କ କ୍ୟାରିୟର ବିଷୟରେ ଦେଖିଲେ , ତାଙ୍କୁ ଶେଷଥର ପାଇଁ କାର୍ତ୍ତିକ ସୁବ୍ବାରାଜଙ୍କ ନିର୍ଦ୍ଦେଶିତ ୧୯୮୦ ଦଶକର ପୃଷ୍ଠଭୂମି ଉପରେ ଆଧାରିତ ‘ଡୋରୋଥି’ ଫିଲ୍ମରେ ଋଷିକାନ୍ତ ଏବଂ ସନନ୍ଥଙ୍କ ସହ ଦେଖିବାକୁ ମିଳିଥିଲା। ଆଗକୁ ମଧ୍ୟ ତାଙ୍କୁ ଅନ୍ୟକିଛି ପ୍ରୋଜେକ୍ଟରେ ଦେଖିବାକୁ ମିଳିବ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)