ଦର୍ଶକଙ୍କୁ କୃତଜ୍ଞତା

Nov 23, 2026 - 16:41
ଦର୍ଶକଙ୍କୁ କୃତଜ୍ଞତା

 

ଅଭିନେତ୍ରୀ ଈଶା ଦେଓଲ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ପ୍ରତାପ'ରେ ପ୍ରଥମ ଥର ପାଇଁ 'ଈଶା ଧର୍ମେନ୍ଦ୍ର ଦେଓଲ' ଭାବେ ଶ୍ରେୟ ପାଇବାକୁ ଯାଉଥିବା ନେଇ ନିଜ ପ୍ରଶଂସକଙ୍କ ସହ ନିଜ ମନକଥା ସେୟାର କରିଛନ୍ତି । ଚଳଚ୍ଚିତ୍ରର ପୋଷ୍ଟର ସେୟାର କରି ସେ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ ପୋଷ୍ଟରରେ ନିଜ ନାଁ ପାଖରେ ସ୍ୱର୍ଗତ ପିତା ଧର୍ମେନ୍ଦ୍ରଙ୍କ ନାଁ ଦେଖିବା ତାଙ୍କ ପାଇଁ ଅତ୍ୟନ୍ତ ଭାବବିହ୍ୱଳ ପରିସ୍ଥିତି ଥିଲା ।  ଚଳଚ୍ଚିତ୍ର ଜଗତରେ ୨୪ ବର୍ଷ ପୂରଣ କରିଥିବା ଈଶା ଦୀର୍ଘ ବର୍ଷ ଧରି ତାଙ୍କୁ ଓ ତାଙ୍କ ପରିବାରକୁ ଭଲପାଇବା ଏବଂ ସମର୍ଥନ ଦେଇଥିବାରୁ ପ୍ରଶଂସକ ଓ ଶୁଭେଚ୍ଛୁମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।  ସୂଚନାଯୋଗ୍ୟ ଯେ ଗତ ବର୍ଷ ନଭେମ୍ବର ୨୪ ତାରିଖରେ ୮୯ ବର୍ଷ ବୟସରେ କିମ୍ବଦନ୍ତୀ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ ଘଟିଥିଲା । ଅନ୍ୟପକ୍ଷରେ, ସଚିନ ସରାଫଙ୍କ ନିର୍ଦ୍ଦେଶିତ ତଥା ପ୍ରଦୀପ ରଙ୍ଗୱାନୀଙ୍କ ପ୍ରଯୋଜିତ ଆକ୍ସନ ଥ୍ରୀଲର ଚଳଚ୍ଚିତ୍ର 'ପ୍ରତାପ' ଆସନ୍ତା ନଭେମ୍ବର ୨୦ ତାରିଖରେ ରିଲିଜ ହେବ । ଏହି ଫିଲ୍ମରେ ଈଶାଙ୍କ ସହ ଅମିତ ସାଧ, ତିଗମାଂଶୁ ଧୁଲିଆ, ସୀମା ବିଶ୍ୱାସ, ମିଲିନ୍ଦ ଗୁଣାଜୀ ଏବଂ ଦୁଷ୍ୟନ୍ତ ୱାଘ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)