ଘୋଡାର ଅଛନ୍ତି ଏକଶହ ବଡିଗାର୍ଡ

Nov 18, 2026 - 15:47
ଘୋଡାର ଅଛନ୍ତି ଏକଶହ ବଡିଗାର୍ଡ

 

ରାଜସ୍ଥାନର ଆଜମେରଠାରେ ଆୟୋଜିତ ବିଶ୍ୱପ୍ରସିଦ୍ଧ ପୁଷ୍କର ପଶୁ ମେଳା ଆରମ୍ଭ ହୋଇଛି । ଏଠାରେ ସବୁ ବର୍ଷ ପରି ଚଳିତଥର ମଧ୍ୟ ବିଭିନ୍ନ ପ୍ରକାରର ପଶୁ ସାମିଲ ହୋଇଛନ୍ତି । ଚଳିତ ମେଳାରେ 'ବାଦଲ' ନାମକ ଏକ ଘୋଡ଼ା ୧୦୦ ଜଣ ବଡିଗାର୍ଡଙ୍କ ସୁରକ୍ଷା ବଳୟ ମଧ୍ୟରେ ପହଞ୍ଚି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେହିଭଳି ତା'ର ସ୍ୱାଗତରେ ନୋଟ୍ ବର୍ଷା ମଧ୍ୟ କରାଯାଇଥିବା ଦେଖିବାକୁ ମିଳିଛି । ଏହି ଘୋଡାର ମୂଲ୍ୟ ୫ କୋଟି ବୋଲି ଜଣାପଡିଛି । ନଭେମ୍ବର ୧୭ରୁ ଆରମ୍ଭ ହେଉଥିବା ଏହି ମେଳାରେ ଗୁଜରାଟରୁ ଆସିଥିବା ୨୧ କୋଟି ଟଙ୍କା ମୂଲ୍ୟର 'ଗୋଲ୍ଡେନ୍ କିଙ୍ଗ୍' ନାମକ ଏକ ମାରୱାଡ଼ି ଘୋଡ଼ା ମଧ୍ୟ ପହଞ୍ଚିଛି । ଯାହା ଦେଶରେ ଏହି ରଙ୍ଗର ଏକମାତ୍ର ଘୋଡ଼ା ବୋଲି ଏହାର ମାଲିକ ଦାବି କରିଛନ୍ତି । ତେବେ ଏହାକୁ କେବଳ ପ୍ରଦର୍ଶନ ପାଇଁ ଅଣାଯାଇଛି ଏବଂ ବିକ୍ରି ପାଇଁ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି । ଏହା ସହିତ ଗ୍ୱାଲିୟରରୁ ଆସିଥିବା ୮୦୦ କିଲୋଗ୍ରାମ ଓଜନର 'ଛୋଟା ସୁଲତାନ' ନାମକ ଏକ ମୁରା ମଇଁଷି ମଧ୍ୟ ମେଳାରେ ଆକର୍ଷଣ ସାଜିଛି ।  ଯାହାର ଲମ୍ବ ୯ ଫୁଟ ଓ ଉଚ୍ଚତା ୫ ଫୁଟ ୭ ଇଞ୍ଚ ହୋଇଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ଆକଳନ କରାଯାଇଛି । ସେହିପରି ମାତ୍ର ୧୪ ଇଞ୍ଚ ଉଚ୍ଚତା ବିଶିଷ୍ଟ ଏକ 'ଗୁନୁର' ପ୍ରଜାତିର ଗାଈ ମଧ୍ୟ ମେଳାକୁ ଆସିଛି, ଯିଏ ଦୈନିକ ପ୍ରାୟ ତିନି ଲିଟର କ୍ଷୀର ଦେଇଥାଏ । ପଶୁପାଳନ ବିଭାଗର ସୂଚନା ଅନୁଯାୟୀ, ନଭେମ୍ବର ୧୫ ସୁଦ୍ଧା ମେଳାରେ ୪,୧୫୦ଟି ଘୋଡ଼ା ଏବଂ ୩,୪୧୧ଟି ଓଟଙ୍କ ସମେତ ମୋଟ ୭,୫୯୬ଟି ପଶୁ ପହଞ୍ଚି ସାରିଥିବା ବେଳେ ଅଧିକ ସଂଖ୍ୟକ ପଶୁଙ୍କ ଆଗମନ ହେବାର ଆଶା ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)