ଦୁର୍ବୁତ୍ତଙ୍କ ଗୁଳି ମାଡ଼ରେ ଯୁବକଙ୍କ ମୃତ୍ୟୁ

Nov 18, 2026 - 15:47
ଦୁର୍ବୁତ୍ତଙ୍କ ଗୁଳି ମାଡ଼ରେ ଯୁବକଙ୍କ ମୃତ୍ୟୁ

ସୁବର୍ଣ୍ଣପୁର : ବିଚ ରାସ୍ତାରେ ଯୁବକକୁ ଗୁଳିକରି ହତ୍ୟା  I ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଦୁର୍ବୁତ୍ତ  I ଗତ ମଙ୍ଗଳବାର ରାତିରେ ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ଥାନା ସାଲେପାଲି ପାଙ୍କେଲ କେନାଲ ରାସ୍ତା ମଝିରେ ଘଟିଛି I ମୃତକ ହେଲେ ସ୍ଥନୀୟ ଗଜବନ୍ଧ ବ୍ରାହ୍ମଣପାଲି ଗାଁର ସୁଦାମ ନାଗ । ସୁଦାମ ଏକ ଓଲଡିଂ ଦୋକାନ କରି ଗୁଜୁରାଣ ମେଂଟାଉଥିଲେ । ରାତି ପ୍ରାୟ ୮ଟା ବେଳେ ସୁଦାମ ଦୋକାନ ବନ୍ଦ କରି ସାଲେପାଲି-ପାକେଲ ରାସ୍ତାଦେଇ ନିଜ ମୋଟରସାଇକେଲରେ ଘରକୁ ଫେରୁଥିବା ବେଳେ ଏକ ବାଇକରେ ୩ ଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ୫ ରାଉଣ୍ଡ ଗୁଳି ସୁଦାମଙ୍କ ଦେହରେ ବାଜିଥିଲା । ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ  ଘଟିଥିଲା । ଖବରପାଇ ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ ଓ ଡୁଙ୍ଗୁରିପାଲି ଆଇଆଇସି ରୋଜାଲିନ ପଟେଲ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କିଏ କାହିଁକି ଗୁଳିମାଡ଼ କଲା, ତାହା ଏପର୍ଯ୍ୟନ୍ତ ପୁଲିସ ସ୍ପଷ୍ଟ କରିନାହିଁ ।

 

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)