31 OCTOBER 2026

Welcome!

Unlock your personalized experience.
Sign Up

SBI: ଷ୍ଟେଟ୍ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ ପକ୍ଷରୁ ସତର୍କତା ସଚେତନତା ସପ୍ତାହ

Oct 31, 2026 - 01:25
SBI: ଷ୍ଟେଟ୍ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ ପକ୍ଷରୁ ସତର୍କତା ସଚେତନତା ସପ୍ତାହ

ଭୁବନେଶ୍ୱର: ସତର୍କତା ସଚେତନତା ସପ୍ତାହ–୨୦୨୬ ଅବସରରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଭୁବନେଶ୍ୱରସ୍ଥିତ ସ୍ଥାନୀୟ ପ୍ରଧାନ କାର୍ଯ୍ୟାଳୟ ପକ୍ଷରୁ ଗତ ୨୮ ତାରିଖରେ ‘ପ୍ରଶାସନରେ ସତର୍କତାର ବିଭିନ୍ନ ଦିଗ’ ଶୀର୍ଷକ ଏକ ବକ୍ତୃତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜୁ ପଟ୍ଟନାୟକ ପୁଲିସ ତାଲିମ ଏକାଡେମୀର ମହାନିରୀକ୍ଷକ ଅନୁପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। 

ବ୍ୟାଙ୍କର ଭୁ‌ବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ରାକେଶ କୁମାର ଯାଦବ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ନେଟୱର୍କ-୨ର ମହାପ୍ରବନ୍ଧକ ପ୍ରବୁଦ୍ଧ କୁମାର, ନେଟୱର୍କ–୧ର ମହାପ୍ରବନ୍ଧକ ଡ. ବନ୍ଦନା ଅଗ୍ରୱାଲ ଏବଂ ସତର୍କତା ବିଭାଗର ଉପମହାପ୍ରବନ୍ଧକ ସନ୍ଦୀପ ମୁନ୍ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବ୍ୟାଙ୍କର କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ଓ କଥକ ନୃତ୍ୟ ପରିବେଷଣ କରାଯାଇଥିଲା। ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟରେ ଆୟୋଜିତ ବକ୍ତୃତା, ବିତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଆଣିଲା ‘କବଚ ପର୍ସନାଲ ଲୋନ’ ଯୋଜନା: କରୋନା ରୋଗୀଙ୍କ ଚିକିତ୍ସା ପାଇଁ କମ୍ ସୁଧ ହାରରେ ଯୋଗାଇବ ଋଣ
 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)