Raid: ବାଗୁଡି ପଥର ଖାଦାନରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଚଢ଼ାଉ, ମାଫିଆ ଫେରାର, ୪ଟି ପୋକ୍ଲିନ ମେସିନ ଜବତ

Nov 27, 2026 - 12:21
Raid: ବାଗୁଡି ପଥର ଖାଦାନରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଚଢ଼ାଉ, ମାଫିଆ ଫେରାର, ୪ଟି ପୋକ୍ଲିନ ମେସିନ ଜବତ

ସୋର: ଦୀର୍ଘ ୫ ବର୍ଷରୁ ଅଧିକ ଦିନ ଧରି ବେଆଇନ ଭାବେ ଚାଲିଥିବା ବାଗୁଡି ପଥର ଖାଦାନରେ ଆଜି ବାଲେଶ୍ୱର ଜିଲ୍ଲାପାଳ ଅଚାନକ ଚଢ଼ାଉ କରିଛନ୍ତି।

ପୁର୍ବରୁ ଅନେକ ଥର ଚଢ଼ାଉ କରାଯାଇ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିଲେ ମଧ୍ୟ ଅଦୃଶ୍ୟ ଚାପରେ ପୁଣି ଥରେ ମାଫିଆମାନେ ସକ୍ରିୟ ହୋଇ ପଥର ଲୁଟ କରୁଥିଲେ।

Advertisment ବାରମ୍ବାର ଅଭିଯୋଗ ପରେ ଚଢ଼ାଉ ବାରମ୍ବାର ଅଭିଯୋଗ ଓ ଖବର ପ୍ରକାଶିତ ହେବା ପରେ ଆଜି ବାଲେଶ୍ୱର ଜିଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ଉପଜିଲ୍ଲାପାଳ ଶିବ ମାଲବ୍ୟ,ଖଣି ଅଧିକାରୀ ,ସୋର ତହସିଲ ଓ ସୋର ପୁଲିସକୁ ନେଇ ଅଚାନକ ଚଢ଼ାଉ କରିଛନ୍ତି।

ଏହି ସମୟରେ ମାଫିଆମାନେ ଛାତ୍ରଭଙ୍ଗ ଦେଇଥିବା ବେଳେ ୪ଟି ପୋକ୍ଲିନ ମେସିନ ଜବତ କରାଯାଇଛି।

ଖବର ଲେଖାଯିବା ପର୍ଯ୍ୟନ୍ତ ବିଭିନ୍ନ କ୍ବାରିମାନଙ୍କରେ ଜିଲ୍ଲାପାଳ ଚଢ଼ାଉ ଜାରି ରଖିଥିବା ଜଣାପଡିଛି।

Arrested: ସଠିଲୋ ମହାବୀର ମନ୍ଦିର ଗେଟ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ରୂପା ଅଳଙ୍କାର ଲୁଟ୍: ଚୋରକୁ ଧରାଇଦେଲା ଚାଉଳ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)