ଠକେଇ ଅଭିଯୋଗରେ ପ୍ରବଚକ ଶରଣାରବିନ୍ଦ ଓଝା ଗିରଫ
ଭୁବନେଶ୍ୱର: ଠକେଇ ମାମଲାରେ ପ୍ରବଚକ ଶରଣାରବିନ୍ଦ ଓଝା ଗିରଫ । ୧୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ବାୟାବାବାଙ୍କ ଉପରେ ଏକ ଡକ୍ୟୁମେଣ୍ଟାରି କରିବା ପାଇଁ ଡାକ୍ତରାଣୀ ସାଗରିକା ଦାଶଙ୍କ ଠାରୁ ଟଙ୍କା ନେଇ କରିଥିଲେ ଠକେଇ । ଏ ନେଇ ଡାକ୍ତରାଣୀ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ପରେ ପୋଲିସ ସର୍ଜମିନ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ଠକେଇ ନେଇ ପର୍ଯ୍ୟାପ୍ତ ପ୍ରମାଣ ପରେ ଶରଣାରବିନ୍ଦଙ୍କୁ ଗିରଫ କରିଛି ପୋଲିସ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sakala-ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
