ପବିତ୍ର ବଡ଼ ଓଷା ପାଇଁ ଧବଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼: ବାବାଙ୍କୁ ଲାଗି ହେଲା ପ୍ରସିଦ୍ଧ ଗଜଭୋଗ ଓ ତରଣ

Nov 23, 2026 - 12:02
ପବିତ୍ର ବଡ଼ ଓଷା ପାଇଁ ଧବଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼: ବାବାଙ୍କୁ ଲାଗି ହେଲା ପ୍ରସିଦ୍ଧ ଗଜଭୋଗ ଓ ତରଣ

କଟକ (ଆଠଗଡ଼): ପବିତ୍ର କାର୍ତ୍ତିକ ମାସର ଶୁକ୍ଳପକ୍ଷରେ ଆଜି ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱର ମନ୍ଦିରରେ ବଡ଼ ଓଷା ମହାସମାରୋହରେ ପାଳିତ ହେଉଛି । ଏହି ଅବସରରେ ବାବା ଧବଳେଶ୍ୱରଙ୍କ ନିକଟରେ ପାରମ୍ପରିକ ଗଜଭୋଗ ଏବଂ ତରଣ ଅର୍ପଣ କରାଯାଇଛି। ହରି ହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର। ଏହି ବିଶେଷ ନୀତିକାନ୍ତି ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । 

ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ସୂଚନା ଅନୁଯାୟୀ, କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧିକ୍ଷଣରେ ବାବାଙ୍କ ପାଖରେ ଏହି ବିଶେଷ ଭୋଗ ଲାଗି କରାଯାଇଥିଲା। ସେବାୟତମାନେ ଅତ୍ୟନ୍ତ ନିଷ୍ଠାର ସହ ଏହି ପ୍ରସାଦ ପ୍ରସ୍ତୁତ କରିବା ପରେ ଏହାକୁ ମହାପ୍ରସାଦ ଭାବେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିତରଣ କରାଯାଇଥିଲା। ଗଜଭୋଗ ପ୍ରସ୍ତୁତି ପାଇଁ ସେବାୟତ ପରିବାରମାନେ ପ୍ରାୟ ଏକ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି। ଶୁଦ୍ଧତା ରକ୍ଷା କରିବା ପାଇଁ ପାରମ୍ପରିକ ପଦ୍ଧତିରେ ଚାଷ କରାଯାଇଥିବା ଧାନରୁ ପ୍ରସ୍ତୁତ ଅରୁଆ ଚାଉଳ, ମୁଗ, ଗୁଡ଼, ନଡ଼ିଆ ଏବଂ କର୍ପୂର ଆଦି ବ୍ୟବହାର କରାଯାଏ। ଚାଉଳକୁ ଗୁଣ୍ଡ କରିବା ଠାରୁ ଆରମ୍ଭ କରି ଗଜମଣ୍ଡାର ପୁର ପ୍ରସ୍ତୁତି ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଧାର୍ମିକ ରୀତିନୀତି ଅନୁଯାୟୀ ସମ୍ପାଦନ କରାଯାଇଥାଏ। 

ଓଡ଼ିଶାର 'ବାର ମାସରେ ତେର ପର୍ବ' ସଂସ୍କୃତି ମଧ୍ୟରେ ବଡ଼ ଓଷାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଏହା ରାଜ୍ୟର ଅନ୍ୟତମ ବୃହତ୍ତମ ଶୈବ ଉତ୍ସବ। ବିଶ୍ୱାସ ରହିଛି ଯେ, ଏହି ଦିନ ବାବା ଧବଳେଶ୍ୱରଙ୍କ ଦର୍ଶନ କରିବା ସହ ପବିତ୍ର ଗଜଭୋଗ ପାଇଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ। ଆଜିର ଏହି ଶୁଭ ଅବସରରେ ଧବଳେଶ୍ୱର ପୀଠ ଆଧ୍ୟାତ୍ମିକ ପରିବେଶରେ ଉଛୁଳି ପଡ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sakala-ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)