ପ୍ରକାଶ ପାଇଲା OSSTET-୨୦୨୬ ପରୀକ୍ଷାଫଳ, ୭୯.୧୫ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ

Nov 23, 2026 - 18:14
ପ୍ରକାଶ ପାଇଲା OSSTET-୨୦୨୬ ପରୀକ୍ଷାଫଳ, ୭୯.୧୫ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ସୋମବାର ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET)-୨୦୨୬ ର ଫଳାଫଳ ଘୋଷଣା କରାଯାଇଛି। ଚଳିତ ବର୍ଷ ମୋଟ ୭୯.୧୫ ପ୍ରତିଶତ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷାରେ ସାମିଲ ହୋଇଥିବା ୫୫,୯୬୮ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୪,୨୯୮ ଜଣ ସଫଳତା ହାସଲ କରିଛନ୍ତି।

ବୋର୍ଡ ପକ୍ଷରୁ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଗତ ସେପ୍ଟେମ୍ବର ୩୦, ୨୦୨୬ ରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପେପର-I ଏବଂ ପେପର-II ପାଇଁ ମୋଟ ୫୯,୩୫୭ ଜଣ ପରୀକ୍ଷାର୍ଥୀ ପଞ୍ଜୀକରଣ କରିଥିଲେ। ପେପର-I ରେ ୫୨,୦୧୯ ଜଣ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୧,୧୯୨ ଜଣ (୭୯.୧୯%) କୃତକାର୍ଯ୍ୟ ହୋଇଛନ୍ତି। ସେହିଭଳି ପେପର-II ରେ ୩,୯୪୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା  ବେଳେ ୩,୧୦୬ ଜଣ (୭୮.୬୫%) ସଫଳତା ପାଇଛନ୍ତି।

ପରୀକ୍ଷାର୍ଥୀମାନେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ www.bseodisha.ac.in ଏବଂ www.bseodisha.nic.in ମାଧ୍ୟମରେ ନିଜର ଫଳାଫଳ ଯାଞ୍ଚ କରିପାରିବେ। ଆଜି ସନ୍ଧ୍ୟା ୫.୩୦ ରୁ ଏହି ଲିଙ୍କ୍ ଉପଲବ୍ଧ ହୋଇଛି। କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନେ ନଭେମ୍ବର ୨୫ ତାରିଖ ସକାଳ ୧୦ଟା ପରଠାରୁ ନିର୍ଦ୍ଧାରିତ ଶୁଳ୍କ ପ୍ରଦାନ କରି ନିଜର ଡିଜିଟାଇଜ୍ଡ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ।

ଏହାବ୍ୟତୀତ, ଯେଉଁ ପରୀକ୍ଷାର୍ଥୀମାନେ କୃତକାର୍ଯ୍ୟ ହୋଇନାହାନ୍ତି, ସେମାନେ ମଧ୍ୟ ନିଜର ଓଏମଆର (OMR) ଆନସର ସିଟ୍ ୱେବସାଇଟରୁ ଡାଉନଲୋଡ୍ କରିପାରିବେ। ଏହି ସୁବିଧା ଡିସେମ୍ବର ୨ ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ବୋର୍ଡ ସୂଚନା ଦେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sakala-ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)