ବାତ୍ୟା ଜନିତ ଲଗାଣ ବର୍ଷା ଯୋଗୁଁ ଚାଷୀ ହତାଶ: କ୍ଷତିପୂରଣ ଓ ଋଣ ଛାଡ଼ ପାଇଁ ବିଜେଡିର ଦାବି

Nov 23, 2026 - 16:17
ବାତ୍ୟା ଜନିତ ଲଗାଣ ବର୍ଷା ଯୋଗୁଁ ଚାଷୀ ହତାଶ: କ୍ଷତିପୂରଣ ଓ ଋଣ ଛାଡ଼ ପାଇଁ ବିଜେଡିର ଦାବି

ଜଗତସିଂହପୁର: ବାତ୍ୟା ଅକ୍‌ୱାନ ପ୍ରଭାବରେ ଜଗତସିଂହପୁର ଜିଲ୍ଲାରେ ବିଗତ ୧୯ ଓ ୨୦ ଦୁଇଦିନ ଧରି ବର୍ଷା ଲାଗି ରହିଥିଲା। ଯାହାଦ୍ୱାରା ଜିଲ୍ଲାର ସମସ୍ତ ୮ଟି ବ୍ଳକ ଏବଂ ପୌରାଞ୍ଚଳ ପ୍ରଭାବିତ ହୋଇଛି। ବିଶେଷ କରି ଧାନ ଚାଷ ଏବଂ ପନିପରିବା ଚାଷ ଲଗାଣ ବର୍ଷା ଯୋଗୁଁ ବ୍ୟାପକ କ୍ଷତି ଘଟିଛି। ପାଚିଲା ଧାନ ଗଛ ବର୍ଷା ମାଡ଼ରେ ବିଲରେ ଶୋଇ ପଡିଥିବା ବେଳେ ବ୍ୟାପକ ପରିମାଣରେ ପନିପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ବିଜେଡିର ଏକ ପ୍ରତିନିଧି ଦଳ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଜଗତସିଂହପୁର ଜିଲ୍ଲାପାଳ ଜେ.ସୋନାଲଙ୍କୁ ଭେଟି ବାତ୍ୟାଜନିତ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି। ଫସଲ ନଷ୍ଟ ସମ୍ପର୍କରେ ସଠିକ ଆକଳନ ସହିତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଛି ବିଜେଡି ପ୍ରତିନିଧି ଦଳ। 

ସେହିପରି ଫସଲ ନଷ୍ଟ ହୋଇଥିବା ଚାଷୀ ମାନଙ୍କର ଋଣ ଛାଡ଼ ସହିତ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀମାନଙ୍କୁ ସାମିଲ କରିବାକୁ ଦାବି ଜଣାଇଛନ୍ତି ବିଜେଡି ନେତା। ବିରୋଧୀ ଦଳର ନେତା  ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ରାଜ୍ୟ ବିଜେଡି ଉପସଭାପତି ଚିରଞ୍ଜୀବ ବିଶ୍ୱାଳ, ଜିଲ୍ଲା ବିଜେଡି ସଭାପତି ପ୍ରଶାନ୍ତ କୁମାର ମୁଦୁଲି, ପୂର୍ବତନ ସାଂସଦ ଡା. ରାଜଶ୍ରୀ ମଲ୍ଲିକ, ପୂର୍ବତନ ବିଧାୟକ ସମ୍ୱିତ ରାଉତରାୟ, ଶ୍ରମିକ ନେତା ବାପି ସର୍ଖେଲ, ଜିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ, ଦଳୀୟ ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା, ବ୍ଲକ ଓ ପୌରପରିଷଦ ଅଧ୍ୟକ୍ଷ/ଅଧ୍ୟକ୍ଷା, ପାରିଷଦ ଗଣ, ବିଜେଡି ସମର୍ଥିତ ପଞ୍ଚାୟତ ସମିତି ସଭ୍ୟ/ସଭ୍ୟା, ସରପଞ୍ଚ ଏବଂ ଆଗଧାଡିର ନେତୃମଣ୍ଡଳୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sakala-ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)