କାହିଁକି ପାଳନ କରାଯାଏ ଧନତେରସ? ଜାଣନ୍ତୁ ଏହା ପଛରେ ପୌରାଣିକ କଥା…

Nov 06, 2026 - 09:17
କାହିଁକି ପାଳନ କରାଯାଏ ଧନତେରସ? ଜାଣନ୍ତୁ ଏହା ପଛରେ ପୌରାଣିକ କଥା…

ନନ୍ଦିଘୋଷ ବ୍ୟୁରୋ: ଧନତେରସ ହେଉଛି ଧନ, ସମୃଦ୍ଧି ଓ ଆରୋଗ୍ୟର ଏକ ଶୁଭ ପର୍ବ। ଯାହା ଦୀପାବଳିର ଦୁଇ ଦିନ ପୂର୍ବରୁ ଅର୍ଥାତ୍ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ପାଳନ କରାଯାଏ । ‘ଧନ’ ଅର୍ଥ ସମ୍ପତ୍ତି ଓ ‘ତେରସ’ ଅର୍ଥ ତ୍ରୟୋଦଶୀ ତିଥି। ଏହି ଦିନ ଭଗବାନ ଧନ୍ୱନ୍ତରୀ, ମା’ ଲକ୍ଷ୍ମୀ ଓ ଧନର ଦେବତା କୁବେରଙ୍କୁ ପୂଜା କରାଯାଏ। ଏଥି ସହ ଅକାଳ ମୃତ୍ୟୁରୁ ରକ୍ଷା ପାଇବା ପାଇଁ ଧନତେରସରେ ଯମରାଜଙ୍କ ଉଦ୍ଦେଶ୍ୟରେ ଦୀପ ଦାନ କରିବାର ମଧ୍ୟ ପରମ୍ପରା ରହିଛି।

ଆସନ୍ତୁ ଜାଣିବା ଧନତେରସର ପୌରାଣିକ କଥା…

ଧନତେରସ ପାଳନ ପଛରେ ଅନେକ ପୌରାଣିକ କାହାଣୀ ରହିଛି । ସେଥିରୁ ସମୁଦ୍ର ମନ୍ଥନ ସହ ଜଡ଼ିତ ଏକ କାହଣୀ ବିଷୟରେ ପୁରାଣରେ ବର୍ଣ୍ଣନା କରାଯାଇଛି । ପୁରାଣ ଅନୁଯାୟୀ, ଅମୃତ ପ୍ରାପ୍ତି ଆଶାରେ ଦେବତା ଓ ଅସୁରମାନେ କ୍ଷୀର ସାଗର ମନ୍ଥନ କରିଥିଲେ। ଏହି ସମୟରେ ହାତରେ ଅମୃତ କଳସ ଧରି ଭଗବାନ ଧନ୍ୱନ୍ତରୀ ଆବିର୍ଭାବ ହୋଇଥିଲେ। ଧନ୍ୱନ୍ତରୀଙ୍କୁ ଦେବତାଙ୍କ ବୈଦ୍ୟ ଓ ଆୟୁର୍ବେଦର ଅଧିଷ୍ଠାତା ଦେବତା ଭାବେ ପୂଜା କରାଯାଏ । ଏଥିଲାଗି ଧନତେରସକୁ ‘ଧନ୍ବନ୍ତରୀ ତ୍ରୟୋଦଶୀ’ ବୋଲି ମଧ୍ୟ କୁହାଯାଏ । ଏହି ସମୁଦ୍ର ମନ୍ଥନରୁ ଧନ, ଐଶ୍ବର୍ଯ୍ୟ ଓ ସମୃଦ୍ଧିର ପ୍ରତୀକ ମାଆ ଲକ୍ଷ୍ମୀ ମଧ୍ୟ ଆବିର୍ଭାବ ହୋଇଥିଲା । ସୁଖ, ଶାନ୍ତି, ଧନ ଧାନ୍ୟ ଲାଗି ମାଆ ଲକ୍ଷ୍ମୀଙ୍କ କୃପା ବେଶ ଜରୁରୀ । ସେଥିଲାଗି ଏହି ଦିନ ଧନର ଦେବୀଙ୍କ ପୂଜା ଆରଧନା କରାଯାଇଥାଏ । ଏହା ସହ ଧନତେରସରେ ଧନର ରକ୍ଷକ କୁବେରଙ୍କୁ ପୂଜା କରିବା ନେଇ ବିଧି ରହିଛି ।

ଧନତେରସରେ କ’ଣ କିଣିବେ

  • ଏହି ଦିନ ସୁନା, ରୂପା କିଣିବାକୁ ଅତ୍ୟନ୍ତ ଶୁଭ ବୋଲି ମାନନ୍ତି।
  • ସେହିପରି ଧାତୁ ପାତ୍ର, ବିଷେଶକରି ପାଣି ପାତ୍ର କିଣିବା ଖୁବ ଭଲ ହୋଇଥାଏ ।
  • ଗଣେଶ ଓ ଲକ୍ଷ୍ମୀଙ୍କ ମୂର୍ତ୍ତି କିଣି ଘରକୁ ଆଣି ପାରିବେ । କିନ୍ତୁ, ମନେରଖନ୍ତୁ ଦୁଇଟି ମୂର୍ତ୍ତି ଅଲଗା ଅଲଗା ହେବା ଉଚିତ୍ ।
  • ହିନ୍ଦୁ ଧର୍ମରେ ଝାଡୁକୁ ମା ଲକ୍ଷ୍ମୀଙ୍କ ପ୍ରତିକ ଭାବରେ ବିବେଚନା କରାଯାଏ । ବିଶ୍ବସା ରହିଛି ଯେ, ଏହି ଦିନ ଝାଡୁ କିଣିବା ଦ୍ବାରା ଘରୁ ନକରାତ୍ମକ ଶକ୍ତି ଦୂର ହେବା ସହ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।

 

 

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)