ବିଧାୟକ ସରୋଜ ପାଢ଼ୀଙ୍କ ନାଁରେ CDOଙ୍କ ଲିଖିତ ଅଭିଯୋଗ
ନନ୍ଦିଘୋଷ ବିୁରୋ: ଗଂଜାମ ଜିଲ୍ଲା ଆସିକା ବିଧାୟକ ସରୋଜ ପାଢ଼ୀଙ୍କ ନାଁରେ ଲିଖିତ ଅଭିଯୋଗ। ଗଂଜାମ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ତଥା ସିଡିଓ ସମୀର ଜେନାଙ୍କୁ ର୍ଦୁବ୍ୟବହାର କରିବା ନେଇ ତାଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଛି। ନିଜେ ସମୀର ଜେନା ଆସିକା ଥାନାରେ ଏହି ଅଭିଯୋଗ କରିଛଛନ୍ତି। ଗତ ୩ ତାରିଖରେ ସଂଧ୍ୟାରେ ଏହି ଘଟଣା ଘଟିଥିଲା। ଆସିକା ପୌରପାଳିକା ଅଫିସ ଏହି ଘଟଣା ହୋଇଥିଲା। ରିଲିଫ ଯୋଗାଣରେ ପକ୍ଷପାତିତାକୁ ନେଇ ଏପରି ହୋଇଥିହ୍ବା ଜଣାପଡ଼ିଛି। ସିଡିଓ ବନ୍ୟା ପରଠାରୁ ୫ ଦିନ ଧରି ଆସିକାରେ ରହିଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଆସିକା ଗସ୍ତରେ ଥିଲା ବେଳେ ସିଡିଓ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ସିଡିଓ ଆସିକା ପୌରପରିଷଦ ଅଫିସରେ ବସିଥିଲେ । ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ ତାଙ୍କ ସହ ଥିଲେ । ଏହି ସମୟରେ ବିଧାୟକ ସରୋଜ ପାଢ଼ୀ ଅଫିସରେ ପହଞ୍ଚି ଦୁଆର ଭିତରୁ ବନ୍ଦ କରି ସିଡିଓଙ୍କୁ ର୍ଦୁବ୍ୟବହାର କରିଥିବା ଜଣାପଡ଼ିଛି।
ଏପରିକି ବିଧାୟକ ଓ ସିଡିଓଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ବି ଭିତରକୁ ଯାଇ ପାରି ନଥିଲେ। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଅଫିସ ବାହାରେ ଥିବା କିଛି ଲୋକ ଶୁଣିଛନ୍ତି। ଏହାପରେ ବିଧାୟକ ସେଠାରୁ ଚାଲିଯାଇଥିଲା ବେଳେ ସିଡିଓ ବି ଆସିକା ଛାଡ଼ିଥିଲେ । ତାଙ୍କୁ ଛତ୍ରପୁରସ୍ଥିତ ମୁଖ୍ୟାଳୟଙ୍କୁ ଫେରାଇ ଅଣାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
