ଆସୁଛି ଆଲୋକର ପର୍ବ ଦୀପାବଳି

Nov 05, 2026 - 18:03
ଆସୁଛି ଆଲୋକର ପର୍ବ ଦୀପାବଳି

ଅସ୍ତରଙ୍ଗ : ଆସୁଛି ଆଲୋକର ପର୍ବ ଦୀପାବଳି । ହାତରେ ଆଉ ୨ ଦିନ । ଆଲୋକମୟ ହେବ ପରିବେଶ । ଦୀପରେ ସଜେଇ ହେବ ଘର ଦୁଆର । ଦୀପାବଳି ପାଇଁ ଚଳଚଞ୍ଚଳ ହୋଇଉଠିଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଓସ୍ତପୁର ଗାଁର କୁମ୍ଭକାର ପରିବାର । ଚକ ବୁଲୁଛି, ହାତ ବି ବୁଲୁଛି । ଆଉ କୁମ୍ଭକାରଙ୍କ ହାତରେ ଜନ୍ମ ନେଉଛି ଭଳିକି ଭଳି ଦୀପ । ଦିନ ରାତି ଏକ କରି ଦୀପ ଗଢିବାରେ ବ୍ୟସ୍ତ ଶହେରୁ ଅଧିକ କୁମ୍ଭକାର ପରିବାର ।…

ବର୍ତ୍ତମାନ ମାଟି ଓ କାଠର ଦାମ୍ ବଢିଛି । ହେଲେ ଦୀପର ଦାମ୍ ବଢୁନି । ପୂର୍ବରୁ ଗୋଟିଏ ଦୀପ ଦୁଇ ଟଙ୍କାରେ ବିକ୍ରି ହେଉଥିଲା । ଏବେ ମାତ୍ର ୫୦ ପଇସାରେ ବିକ୍ରି ହେଉଛି । ଚାଇନା ଲିଚୁ ଲାଇନ, କ୍ୟାଣ୍ଡେଲ ଆଗରେ ଲୋକେ ମାଟି ଦୀପକୁ ଭୁଲି ଯାଉଛନ୍ତି । ଫଳରେ ନୂଆ ପିଢି ଆଉ କୌଳିକ ବୃତ୍ତିକୁ ଆପଣାଇବାକୁ ଚାହୁଁ ନାହାନ୍ତି । ଯଦି ଏମିତି ଚାଲେ ଆଗାମୀ ଦିନରେ ଏହି କଳା ଲୋପ ପାଇଯିବା ଆଶଙ୍କା ରହୁଛି । ସରକାର ଯଦି ସ୍ୱତନ୍ତ୍ର ପ୍ୟାକେଜ, ପ୍ରଶିକ୍ଷଣ ଓ ବଜାର ବ୍ୟବସ୍ଥା ଯୋଗାଇ ଦିଅନ୍ତେ ତାହେଲେ ବଞ୍ଚିପାରିବ ଏହି ପାରମ୍ପରିକ କଳା ।…

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)