ଇଣ୍ଡୋନେସିଆର ବାଲିରେ ୫୦ ଫୁଟ ଉଚ୍ଚ ଗଣେଶ ମୂର୍ତ୍ତି, ଗିନିଜ୍‌ ବିଶ୍ୱ ରେକର୍ଡରେ ସ୍ଥାନ

Nov 20, 2026 - 22:33
ଇଣ୍ଡୋନେସିଆର ବାଲିରେ ୫୦ ଫୁଟ ଉଚ୍ଚ ଗଣେଶ ମୂର୍ତ୍ତି, ଗିନିଜ୍‌ ବିଶ୍ୱ ରେକର୍ଡରେ ସ୍ଥାନ

ଜାକର୍ତ୍ତା : ଇଣ୍ଡୋନେସିଆର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବାଲିରେ ନିର୍ମିତ ୫୦ ଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ଭଗବାନ ଗଣେଶ ଙ୍କ ଏକ ବିଶାଳ ମୂର୍ତ୍ତି ଗିନିଜ୍‌ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛି ।

ଏହାର ଉଚ୍ଚତା ୧୫.୩୧୫ ମିଟର ବା ୫୦ ଫୁଟ ୨ ଇଞ୍ଚ ।

ସିନ୍ଥେଟିକ୍‌ ବେତରେ ନିର୍ମିତ ଏହି ମୂର୍ତ୍ତି ବିଶ୍ୱର ସର୍ବୋଚ୍ଚ ସହାୟକ ସିନ୍ଥେଟିକ୍‌ ବେତ ମୂର୍ତ୍ତି ଭାବେ ମାନ୍ୟତା ହାସଲ କରିଛି ।

ବାଲି ର ଜିଆନ୍ୟାର ଅଞ୍ଚଳରେ ଥିବା 'ଆଲାସ ହାରୁମ୍‌ ବାଲି' ପର୍ଯ୍ୟଟନସ୍ଥଳୀରେ ଏହାକୁ ସ୍ଥାପନ କରାଯାଇଛି ।

Advertisment ଏହି ବିଶାଳ କଳାକୃତି ନିର୍ମାଣରେ ୧୨୬ ଜଣ ସ୍ଥାନୀୟ କାରିଗର ସାମିଲ ହୋଇଥିଲେ ।

ପାରମ୍ପରିକ ବୁଣାକାରୀ କଳାକୁ ଆଧୁନିକ ସାମଗ୍ରୀ ସହ ମିଶାଇ ଏହାକୁ ତିଆରି କରାଯାଇଛି ।

ପଥର, ସିମେଣ୍ଟ କିମ୍ବା ଧାତୁ ପରିବର୍ତ୍ତେ ଏଥିରେ ସିନ୍ଥେଟିକ୍‌ ବେତ ବ୍ୟବହାର ହୋଇଛି ।

ଏହା ଦେଖିବାକୁ ପ୍ରାକୃତିକ ବେତ ପରି ହୋଇଥିବାବେଳେ ଏଥିରେ ବୁଣାକାରୀର ସୂକ୍ଷ୍ମ କଳାକୌଶଳ ପ୍ରଦର୍ଶିତ ହୋଇଛି ।

Essential Medical Tests: ପୁରୁଷମାନଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ଏହି ୫ଟି ଚିକିତ୍ସା ପରୀକ୍ଷା ଗିନିଜ୍‌ ବିଶ୍ୱ ରେକର୍ଡ ପକ୍ଷରୁ ଏହି କଳାକୃତିକୁ ଆନୁଷ୍ଠାନିକ ମାନ୍ୟତା ଦିଆଯାଇଛି ।

୨୦୨୬ ଅଗଷ୍ଟ ୪ରେ ଏହି ରେକର୍ଡର ଯାଞ୍ଚ କରାଯାଇଥିବା ବେଳେ ଅକ୍ଟୋବର ୨୫ରେ ଏହାକୁ ସର୍ବସାଧାରଣଙ୍କ ପାଇଁ ଉନ୍ମୋଚନ କରାଯାଇଥିଲା ।

ନୂଆଦିଲ୍ଲୀସ୍ଥିତ ଇଣ୍ଡୋନେସିଆ ଦୂତାବାସ ମଧ୍ୟ ସାମାଜିକ ଗଣମାଧ୍ୟମରେ ଏହି ଉପଲବ୍ଧି ସମ୍ପର୍କରେ ସୂଚନା ଦେଇଛି ।

ଇଣ୍ଡୋନେସିଆ ବିଶ୍ୱର ସର୍ବାଧିକ ମୁସଲମାନ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇଥିଲେ ମଧ୍ୟ ଏହାର ଇତିହାସ ଓ ସଂସ୍କୃତିରେ ହିନ୍ଦୁ ଓ ବୌଦ୍ଧ ପରମ୍ପରାର ଗଭୀର ପ୍ରଭାବ ରହିଛି ।

ବିଶେଷକରି ବାଲି ଦ୍ୱୀପରେ ହିନ୍ଦୁ ଧର୍ମର ପ୍ରଭାବ ଅଧିକ ।

ଏଠାକାର ମନ୍ଦିର, କଳା, ନୃତ୍ୟ ଓ ପରମ୍ପରାରେ ହିନ୍ଦୁ ସଂସ୍କୃତିର ଛାପ ଦେଖିବାକୁ ମିଳେ ।

ରାମାୟଣ ଓ ମହାଭାରତର କାହାଣୀ ମଧ୍ୟ ସେଠାକାର ପାରମ୍ପରିକ ନୃତ୍ୟ ଓ ନାଟକର ଅଂଶ ହୋଇରହିଛି ।

ଗଣେଶଙ୍କୁ ଜ୍ଞାନ, ବୁଦ୍ଧି, ସମୃଦ୍ଧି ଓ ଶୁଭାରମ୍ଭର ଦେବତା ଭାବେ ପୂଜା କରାଯାଏ ।

ତେଣୁ ଏହି ବିଶାଳ ମୂର୍ତ୍ତି କେବଳ ଏକ ବିଶ୍ୱ ରେକର୍ଡ ନୁହେଁ, ବରଂ ବାଲିର ସାଂସ୍କୃତିକ ପରମ୍ପରା ଓ ସ୍ଥାନୀୟ କାରିଗରଙ୍କ ଦକ୍ଷତାର ମଧ୍ୟ ଏକ ପ୍ରତୀକ ପାଲଟିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)