Fish and meat: ରଗଡ଼ିଦେଲେ ୫.୧୧ କୋଟିର ମାଛ, ମାଉଁସ

Nov 26, 2026 - 06:31
Fish and meat: ରଗଡ଼ିଦେଲେ ୫.୧୧ କୋଟିର ମାଛ, ମାଉଁସ

ଭୁବନେଶ୍ୱର: ବୁଧବାରରେ ପଡ଼ିଲା ଛାଡ଼ଖାଇ।

ତେଣୁ କାର୍ତ୍ତିକ ମାସ ସାରା ମୁହଁକୁ ଆମିଷ ନେଇନଥିବା ଲୋକଙ୍କ ଖୁସି କହିଲେ ନ ସରେ!

ଆଜି ସକାଳୁ ସକାଳୁ ଆମିଷ ବଜାରରେ ଧାଡ଼ି ଲଗାଇଦେଲେ।

ବୋହିନେଲେ ମାଛ, ମାଂସ, ଅଣ୍ଡା।

ମାଛ ବଜାରଠୁ ଆରମ୍ଭ କରି ମାଂସ ଓ ଚିକେନ୍‌ କାଉଣ୍ଟର ସବୁଠି ଭିଡ଼ ଦେଖିବାକୁ ମିଳିଥିଲା।

ଦର କଥା ନ ପଚାରି ଲୋକେ ଘରକୁ ମନ ପସନ୍ଦର ଆମିଷ ବୋହି ନେଇଥିଲେ।

ଆମିଷ ବଜାରରେ ଗହଳଚହଳ ଲାଗିଥିବା ବେଳେ ପରିବା ହାଟ ମାନ୍ଦା ପଡ଼ିଥିଲା।

ପରିବା ବେପାରୀମାନେ ପ୍ରାୟତଃ ହାତବାନ୍ଧି ବସିଥିବା ଦେଖିବାକୁ ମିଳିଥିଲା।

Advertisment Education: ସାମାଜିକ ଦାୟିତ୍ବ ନିର୍ବାହ କରୁଥିବା ନାଗରିକଙ୍କୁ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି: ରାମଦେବ ବୁଧବାରିଆ ଛାଡ଼ଖାଇ ଯୋଗୁଁ ମାଛ, ମାଂସ, ଅଣ୍ଡା ସବୁ ବେପାର ବେଶ୍‌ ଜମିଛି।

ଆଜି ଛାଡ଼ଖାଇରେ ରାଜଧାନୀରେ ୫କୋଟି ୧୧ଲକ୍ଷ ୮୦ହଜାର ଟଙ୍କାର ଆମିଷ ଗିଳି ପକାଇଛନ୍ତି।

ଚିକେନ୍‌ ଅପେକ୍ଷା ମାଛ ଓ ମଟନ୍‌ ଅଧିକ ବେପାର ହୋଇଛି।

ଆଜି କେବଳ ୨କୋଟି ୨୭ଲକ୍ଷ ୫୦ହଜାର ଟଙ୍କାର ମାଛ ବେପାର ହୋଇଛି।

୧କୋଟି ୧୨ଲକ୍ଷ ୫୦ହଜାର ଟଙ୍କାର ମଟନ୍‌, ୧କୋଟି ୨୦ଲକ୍ଷ ଟଙ୍କାର ଚିକେନ୍‌ ଓ ୫୧ଲକ୍ଷ ୮୦ହଜାର ଟଙ୍କାର ଅଣ୍ଡା ବିକ୍ରି ହୋଇଛି।

ଆଜି ୟୁନିଟ୍‌-୪ରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

ସେହିଭଳି ଅନ୍ୟ ଛୋଟ ବଡ଼ ବଜାରରେ ବି ଭିଡ଼ କମ୍‌ ନଥିଲା।

ଅଲ୍‌ ଓଡ଼ିଶା ଆମିଷ ବ୍ୟବସାୟୀ ମହାସଂଘ ରାଜ୍ୟ ସଭାପତି ଶେଖ୍‌ ମୁନ୍ତାକିମ୍‌ ବକ୍ସଙ୍କ କହିବା ଅନୁଯାୟୀ, ବୁଧବାରିଆ ବାରିର ଚାହିଦାକୁ ଦେଖି ଆଜି ୨୨୫ କ୍ବିଣ୍ଟାଲ୍‌ ଖାସି ୧୫ଟି ପିକ୍‌ଅପ୍‌ରେ ଭୁବନେଶ୍ବର ବଜାରକୁ ଆସିଥିଲା।

Protest: ଅନ୍ବେଷାରେ ୧୧ବର୍ଷ କାମ ପରେ ଅଚାନକ ଚାକିରିରୁ ବିଦା ଆଜି ଭୁବନେଶ୍ବରରେ ମଟନ୍‌ କେଜି ପିଛା ୮୫୦ରୁ ୯୦୦ ଟଙ୍କା ଥିଲା।

ସେପଟେ ରୋହି ମାଛ ୨୪୦ ଟଙ୍କା, ଜୀଅନ୍ତା ରୋହି ୨୬୦ ଟଙ୍କା, ଭାକୁର ୨୬୦ ଟଙ୍କା, ଜୀଅନ୍ତା ଭାକୁର ୩୦୦ ଟଙ୍କା, ଜଳଙ୍ଗ ୧୬୦ ଟଙ୍କା, ମହୁରାଡ଼ି ୨୪୦ ଟଙ୍କା, ଚିଲିକା ମରୁଆ ୨୦୦ ଟଙ୍କା, ମିରକାଳୀ ୨୪୦ରୁ ୨୬୦ ଟଙ୍କା, ଖଅଙ୍ଗା ସାନରୁ ବଡ଼ ଅନୁସାରେ ୩ଶହରୁ ୫ଶହ ଟଙ୍କା, ଇଲିସି ୨୨ଶହରୁ ୨୫ଶହ ଟଙ୍କା(୩ କେଜିଆ), ଛୋଟ ଚିଙ୍ଗୁଡ଼ି ୨ଶହ ଟଙ୍କା, ବଡ଼ ଚିଙ୍ଗୁଡ଼ି ୫ଶହରୁ ୬ଶହ ଟଙ୍କା, କଙ୍କଡ଼ା ୪୫୦ ଟଙ୍କା, ଲୁଣି ଭେକ୍ଟି ୭ଶହ ଟଙ୍କା, ମାଗୁର ୧୬୦ରୁ ୧୮୦ ଟଙ୍କା ଓ ପାମ୍ପଲେଟ୍‌ ୧୨ଶହ ଟଙ୍କାରେ ବିକ୍ରି ହୋଇଥିଲା।

ଅଣ୍ଡା କାର୍ଟୁନ୍‌ ଆଜି ୧୪ଶହ ଟଙ୍କା ଥିବାବେଳେ ଗୋଟା ୭ଟଙ୍କା ୫୦ ପଇସାରୁ ୮ ଟଙ୍କା ଦରରେ ବିକ୍ରି ହୋଇଥିଲା ବୋଲି ଶ୍ରୀ ବକ୍ସ କହିଛନ୍ତି।

Income Tax: ଆୟକର ବିଭାଗର ଟିକସଦାତା ହବ୍‌-୨୦୨୬ ଆରମ୍ଭ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)