ତୁକାରାମ ମୁଣ୍ଡେଙ୍କ ବିଭାଗ ପଛକୁ ହଟିଲା; କେନ୍ଦ୍ର ବିରୋଧରେ ଦାଏର ଯାଚିକା ପ୍ରତ୍ୟାହାର

Nov 20, 2026 - 22:33
ତୁକାରାମ ମୁଣ୍ଡେଙ୍କ ବିଭାଗ ପଛକୁ ହଟିଲା; କେନ୍ଦ୍ର ବିରୋଧରେ ଦାଏର ଯାଚିକା ପ୍ରତ୍ୟାହାର

ମୁମ୍ବାଇ : କେନ୍ଦ୍ର ସରକାର ଏବଂ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫ୍‌ଏସ୍‌ଏସ୍‌ଏଆଇ) ବିରୋଧରେ ବମ୍ବେ ହାଇକୋର୍ଟରେ ଦାଏର ଯାଚିକା ପ୍ରତ୍ୟାହାର କରିଛି ମହାରାଷ୍ଟ୍ର ସରକାରଙ୍କ ଖାଦ୍ୟ ଓ ଔଷଧ ପ୍ରଶାସନ ( ଏଫ୍‌ଡିଏ ) ।

ରାଜ୍ୟର ଖାଦ୍ୟ ସୁରକ୍ଷା ଆୟୁକ୍ତ ତୁକାରାମ ମୁଣ୍ଡେ ଙ୍କ ନେତୃତ୍ୱାଧୀନ ବିଭାଗ କେନ୍ଦ୍ରୀୟ ସଂସ୍ଥା ରାଜ୍ୟର କ୍ଷମତାରେ ହସ୍ତକ୍ଷେପ କରୁଥିବା ଅଭିଯୋଗ କରି ଏହି ମାମଲା ଦାଏର କରିଥିଲା ।

ଏବେ ଆଦାଲତରେ ଲଢ଼େଇ ବଦଳରେ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

Advertisment ସେପ୍ଟେମ୍ବର ୩, ୨୦୨୬ରେ ମହାରାଷ୍ଟ୍ର ଏଫ୍‌ଡିଏ ବମ୍ବେ ହାଇକୋର୍ଟରେ ଏହି ଯାଚିକା ଦାଏର କରିଥିଲା ।

ଖାଦ୍ୟ ସୁରକ୍ଷା ସମ୍ପର୍କିତ କେତେକ ନିୟମର ସାମ୍ବିଧାନିକ ବୈଧତାକୁ ଏଥିରେ ଚାଲେଞ୍ଜ କରାଯାଇଥିଲା ।

ଏହି ନିୟମ ଯୋଗୁଁ କେନ୍ଦ୍ରୀୟ ସଂସ୍ଥା ଏକ ସମାନ୍ତରାଳ ବ୍ୟବସ୍ଥା ସୃଷ୍ଟି କରି ରାଜ୍ୟ ଖାଦ୍ୟ ସୁରକ୍ଷା ଆୟୁକ୍ତ ଓ ତାଙ୍କ ଅଧିକାରୀଙ୍କ କ୍ଷମତାକୁ ସଂକୁଚିତ କରୁଥିବା ରାଜ୍ୟ ଅଭିଯୋଗ କରିଥିଲା ।

ଅକ୍ଟୋବର ୨୯ରେ ରାଜ୍ୟ ସରକାର ଅଧିକାରୀଙ୍କୁ ଯାଚିକା ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Akban Preparedness Review ଭଦ୍ରକର ବାତ୍ୟା 'ଅକବନ' ପରବର୍ତ୍ତୀ ପ୍ରସ୍ତୁତି ସମୀକ୍ଷା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଏଫ୍‌ଏସ୍‌ଏସ୍‌ଏଆଇର ୧୨ ମେ, ୨୦୨୩ର ଏକ ନିର୍ଦ୍ଦେଶକୁ ନେଇ ମୁଖ୍ୟତଃ ବିବାଦ ଉପୁଜିଥିଲା ।

ଏହି ନିର୍ଦ୍ଦେଶ ଅନୁସାରେ କେନ୍ଦ୍ରୀୟ ଲାଇସେନ୍ସ ଥିବା ଖାଦ୍ୟ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ଯାଞ୍ଚ ଦାୟିତ୍ବ କେନ୍ଦ୍ରୀୟ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ଦିଆଯାଇଥିଲା ।

ବାର୍ଷିକ ୫୦ କୋଟି ଟଙ୍କା କିମ୍ବା ତା'ଠାରୁ ଅଧିକ କାରବାର କରୁଥିବା ଖାଦ୍ୟ ବ୍ୟବସାୟଗୁଡ଼ିକ କେନ୍ଦ୍ରୀୟ ଲାଇସେନ୍ସିଂ ପ୍ରାଧିକରଣ ଅଧୀନକୁ ଆସିଥିଲେ ।

ଏହାଦ୍ୱାରା ବଡ଼ ହୋଟେଲ ଓ ଖାଦ୍ୟ ପ୍ରତିଷ୍ଠାନର ଯାଞ୍ଚ କରିବା ପୂର୍ବରୁ ରାଜ୍ୟ ଅଧିକାରୀଙ୍କୁ ଏଫ୍‌ଏସ୍‌ଏସ୍‌ଏଆଇର ଲିଖିତ ଅନୁମତି ନେବାକୁ ପଡ଼ୁଥିବା ଏଫ୍‌ଡିଏ କହିଥିଲା ।

ଏଫ୍‌ଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ, ଏଫ୍‌ଏସ୍‌ଏସ୍‌ଏଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ରଜିତ ପୁନହାନି ରାଜ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ।

ଆଲୋଚନା ଓ ବିଭାଗୀୟ ସମୀକ୍ଷା ପରେ ଆଦାଲତ ବାହାରେ ବିବାଦର ସମାଧାନ ସମ୍ଭବ ବୋଲି ମତ ପ୍ରକାଶ ପାଇଥିଲା ।

ଏହାପରେ ଏଫ୍‌ଡିଏ ରାଜ୍ୟର ମହାଧିବକ୍ତାଙ୍କୁ ଚିଠି ଲେଖି ଯାଚିକା ପ୍ରତ୍ୟାହାର ପାଇଁ ଅନୁରୋଧ କରିଥିଲା ।

ତେବେ କେନ୍ଦ୍ର ସରକାରଙ୍କ ଚାପରେ ଏହି ପଦକ୍ଷେପ ନିଆଯାଇଥିବା କେତେକ ସୂତ୍ର ଅଭିଯୋଗ କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)