Woman Constable Breaks Down: ଛୁଆର ଚିକିତ୍ସା ପାଇଁ ମିଳିଲାନି ଛୁଟି, ଥାନା ସାମ୍ନାରେ କାନ୍ଦିଲେ ମହିଳା କନଷ୍ଟେବଳ
ପିଲାର ଚିକିତ୍ସା ପାଇଁ ମିଳିଲାନି ଛୁଟି, ଭାଙ୍ଗିପଡ଼ିଲେ ମହିଳା କନଷ୍ଟେବଳ।
ମହିଳା କମିଶନ ଅଧ୍ୟକ୍ଷାଙ୍କ ସାମ୍ନାରେ ବଖାଣିଲେ ଦୁଃଖ।
ବାଲେଶ୍ୱର ଟ୍ରାଫିକ୍ ଥାନା ସାମ୍ନାରୁ ଆସିଛି ଏଭଳି ଏକ ଘଟଣା।
ଯାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
ସେ ଅଭିଯୋଗ କରିଛନ୍ତି, ନିଜ ଅସୁସ୍ଥ ଛୁଆକୁ ଡାକ୍ତର ଦେଖାଇବା ପାଇଁ ଛୁଟି ମାଗିଥିଲେ ।
କିନ୍ତୁ ବିଭାଗୀୟ ଅଧିକାରୀ ତାଙ୍କୁ ଛୁଟି ଦେବାକୁ ମନା କରିଦେଇଥିଲେ।
ଏହାପରେ ଥାନା ସାମ୍ନାରେ ହିଁ ଧୈର୍ଯ୍ୟହରା ହୋଇ କାନ୍ଦି ପକାଇଥିଲେ ମହିଳା କନେଷ୍ଟବଳ।
Advertisment ଥାନା ସାମ୍ନାରେ ଭୋ ଭୋ ହୋଇ କାନ୍ଦୁଥିବା ଦେଖିବାକୁ ମିଳିଛି।
ଏଥିସହ କିଛି ପ୍ରଶ୍ନ କରିବା ସହ ଉପରିସ୍ଥ ଅଧିକାରୀଙ୍କ କାର୍ଯ୍ୟଧାରାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ସଂପୃକ୍ତ ମହିଳା କନଷ୍ଟେବଳ।
ସେତେବେଳେ ସେଠାରେ ପହଞ୍ଚିଥିଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି।
କାନ୍ଦୁଥିବା କନେଷ୍ଟବଳଙ୍କୁ ବୁଝାସୁଝା କରିବା ସହ ପୂରା ଘଟଣା କ'ଣ ଏବଂ ତାଙ୍କର ଅଭିଯୋଗ କ'ଣ ରହିଛି, ସେନେଇ ପଚାରି ବୁଝିଛନ୍ତି ମହିଳା କମିଶନ ଅଧ୍ୟକ୍ଷା।
ଘଟଣା କଣ ହୋଇଛି ଓ ତାଙ୍କର କଣ ଅଭିଯୋଗ ରହିଛି ସେକଥା ପଚାରି ବୁଝିଛନ୍ତି ମହିଳା କମିଶନ ଅଧ୍ୟକ୍ଷା।
ତେବେ ତାଙ୍କ ଅଭିଯୋଗ ଉପରେ ବାଲେଶ୍ବର ଟ୍ରାଫିକ୍ ଥାନା ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।
...
ତେବେ ମହିଳା କନେଷ୍ଟବଳଙ୍କ ଭିଡ଼ିଓ ଭାଇରାଲ ପରେ ବିଭାଗ ନଜରକୁ ଆସିଛି।
ସେନେଇ ବିଭାଗ ପକ୍ଷରୁ ତଦନ୍ତ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଏସପି ।
...
Advertisment ମିଳିଲାନି ଛୁଟି, କାନ୍ଦିଲେ ମହିଳା କନେଷ୍ଟବଳ ଛୁଆର ଚିକିତ୍ସା ପାଇଁ ଛୁଟି ନମିଳିବା ଅଭିଯୋଗ ବାଲେଶ୍ୱର ଟ୍ରାଫିକ୍ ଥାନା ସାମ୍ନାରେ କାନ୍ଦିଲେ ମହିଳା କମିଶନ ଅଧ୍ୟକ୍ଷାଙ୍କ ସାମ୍ନାରେ ବଖାଣିଲେ ଦୁଃଖ ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ଅଭିଯୋଗ ଉପରେ ମିଳିନି ପୋଲିସର ପ୍ରତିକ୍ରିୟା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
