Workers Die: ନାଳ ସଫା କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଜୀବନ: ୨ ଶ୍ରମିକଙ୍କ ମୃତ୍ୟୁ

Nov 26, 2026 - 18:48
Workers Die: ନାଳ ସଫା କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଜୀବନ: ୨ ଶ୍ରମିକଙ୍କ ମୃତ୍ୟୁ

ଭିୱାଣ୍ଡି: ମହାରାଷ୍ଟ୍ରର ଥାଣେ ଜିଲ୍ଲା ଅନ୍ତର୍ଗତ ଭିୱାଣ୍ଡି ସହରରେ ଏକ ନାଳ ସଫା କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ଗୁରୁବାର ମଧ୍ୟାହ୍ନରେ ଭିୱାଣ୍ଡି-ନିଜାମପୁର ମହାନଗର ନିଗମର ଆୟୁକ୍ତଙ୍କ ସରକାରୀ ବାସଭବନ ନିକଟରେ ଏହି ଦୁଃଖଦ ଘଟଣା ଘଟିଛି।

Advertisment ସରକାରୀ ବାସଭବନ ନିକଟରେ ଅଘଟଣ ମହାନଗର ନିଗମର ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ସାକିବ ଖର୍ବେଙ୍କ ସୂଚନା ଅନୁଯାୟୀ, ଏକ ନାଳରେ ଜମି ରହିଥିବା ଅଳିଆ ଆବର୍ଜନା ସଫା କରିବା ପାଇଁ ଘରୋଇ ସଂସ୍ଥାର କିଛି ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା।

ଏହି ସମୟରେ ଦୁଇ ଜଣ ଶ୍ରମିକ ନାଳ ଭିତରକୁ ଯାଇ ସଫେଇ କାମ କରୁଥିଲେ।

ହେଲେ ନାଳ ଭିତରେ ଶ୍ୱାସରୁଦ୍ଧ ହୋଇ ସେମାନେ ଆଉ ବାହାରକୁ ଆସିପାରି ନଥିଲେ।

Uttar Pradesh: ୨୦୨୭ ଉତ୍ତରପ୍ରଦେଶ ନିର୍ବାଚନ: ଆଜି ନିର୍ବାଚନୀ ଇସ୍ତହାର ଆଣିବ ସମାଜବାଦୀ ପାର୍ଟି, ମଜଭୁତ ମେଣ୍ଟ ହେବ ବୋଲି କଂଗ୍ରେସ ଆଶାୟୀ ଦୀର୍ଘ ସମୟ ଧରି ଉଭୟ ବାହାରକୁ ନ ଆସିବାରୁ ଅନ୍ୟ ଶ୍ରମିକମାନେ ପାଟି କରି ସହାୟତା ମାଗିଥିଲେ।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅଚେତ ଅବସ୍ଥାରେ ଦୁଇ ଶ୍ରମିକଙ୍କୁ ନାଳ ଭିତରୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ।

ତେବେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ମୃତ ଶ୍ରମିକଙ୍କ ପରିଚୟ ତୁରନ୍ତ ଜଣାପଡ଼ିନାହିଁ।

ପୁଲିସ ଏହି ଘଟଣାରେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)