Why Central Banks Continue Buying Massive Gold: ସୁନା ଦରରେ ୩୫% ହ୍ରାସ, ତଥାପି କିଣିଲେ ୬୭୫ ଟନ୍ ସୁନା!

Nov 24, 2026 - 19:46
Why Central Banks Continue Buying Massive Gold: ସୁନା ଦରରେ ୩୫% ହ୍ରାସ, ତଥାପି କିଣିଲେ ୬୭୫ ଟନ୍ ସୁନା!

ସୁନା ବଜାରରେ ବଡ଼ ହଲଚଲ୍।

ଅନ୍ତର୍ଜାତୀୟ ବଜାରରେ ସୁନା ଦର ପ୍ରାୟ ୩୫ ପ୍ରତିଶତ ଖସିଥିବା ବେଳେ, ୨୦୨୬ର ପ୍ରଥମ ୯ ମାସରେ ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କ କିଣିଛନ୍ତି ୬୭୫ ଟନ୍ ସୁନା।

Advertisment କେବଳ ତୃତୀୟ ତ୍ରୈମାସିକରେ କିଣା ହୋଇଛି ୩୨୧ ଟନ୍।

ଏଥିରେ ଆଗରେ ରହିଛନ୍ତି ପୋଲାଣ୍ଡ ଓ ଚୀନ୍।

ଅକ୍ଟୋବରରେ ଚୀନ୍ ମଧ୍ୟ ୨୬ ଟନ୍ ସୁନା କିଣିଛି।

ଲଗାତାର ୨୪ ମାସ ଧରି ଚାଲିଛି ଚୀନ୍‌ର ସୁନା କିଣା।

ତେବେ ଏତେ ପରିମାଣରେ ସୁନା କିଣା ସତ୍ତ୍ୱେ ଦର କାହିଁକି ଖସୁଛି?

ବିଶେଷଜ୍ଞଙ୍କ ମତରେ, ବଡ଼ ନିବେଶକଙ୍କ ବିକ୍ରି, ହେଜ୍ ଫଣ୍ଡ୍‌ର ନିବେଶ ହ୍ରାସ ଏବଂ ଆମେରିକାର ସୁଧହାର ଓ ଡଲାରର ଶକ୍ତି ସୁନା ଦର ଉପରେ ଚାପ ପକାଉଛି।

Advertisment ଭାରତୀୟ ନିବେଶକଙ୍କ ପାଇଁ ବଡ଼ ସଙ୍କେତ।

କେନ୍ଦ୍ରୀୟ ବ୍ୟାଙ୍କର ସୁନା କିଣା ଦୀର୍ଘମିଆଦୀ ଗୁରୁତ୍ୱକୁ ଦର୍ଶାଉଛି, କିନ୍ତୁ ଏହା ଦର ବୃଦ୍ଧିର ଗ୍ୟାରେଣ୍ଟି ନୁହେଁ।

ତେଣୁ ନିବେଶ ପୂର୍ବରୁ ସତର୍କ ରୁହନ୍ତୁ।

ସୁନାର ଚମକ ପୁଣି ଫେରିବ, ନା ଆହୁରି ଖସିବ ଦର?

ଏବେ ସମସ୍ତଙ୍କ ନଜର ବିଶ୍ୱ ସୁନା ବଜାର ଉପରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)