29 JUNE 2026

Welcome!

Unlock your personalized experience.
Sign Up

WhatsApp: ହ୍ବାଟ୍‌ସଆପ୍‌ ପ୍ରତି ସାଇବର୍‌ ଆକ୍ରମଣ ବିପଦ: ସତର୍କ କଲେ ସରକାର

Jun 29, 2026 - 01:51
WhatsApp: ହ୍ବାଟ୍‌ସଆପ୍‌ ପ୍ରତି ସାଇବର୍‌ ଆକ୍ରମଣ ବିପଦ: ସତର୍କ କଲେ ସରକାର

ନୂଆଦିଲ୍ଲୀ: ହ୍ବାଟ୍‌ସଆପ୍‌ ୱେବ୍‌ ଓ ଡେସ୍କଟପ୍‌ ବ୍ୟବହାରକାରୀଙ୍କୁ ଟାର୍ଗେଟ୍‌ କରି ସାଇବର ଅପରାଧୀମାନେ ‘ମାଲ୍‌ୱେର’ ଆକ୍ରମଣ କରିଛନ୍ତି। ତେଣୁ ବିଶ୍ବସ୍ତ ହେଉ କିମ୍ବା ଅଜଣା ସୂତ୍ର, ଯେକୌଣସିଠାରୁ ଆସିଥିବା  ସନ୍ଦେହଜନକ ଫାଇଲ୍‌ ନ ଖୋଲିବାକୁ କେନ୍ଦ୍ର ସରକାରଙ୍କ ସାଇବର ନିରାପତ୍ତା ସଂସ୍ଥା ‘ଦି ଇଣ୍ଡିଆନ୍‌ କମ୍ପ୍ୟୁଟର ଏମର୍ଜେନ୍ସି ରେସ୍‌ପନ୍ସ ଟିମ୍‌ (ସିଇଆର୍‌ଟି-ଇନ୍‌) ଲୋକମାନଙ୍କୁ ସତର୍କ କରାଇଛି।

Cyber: ବଜାଜ୍‌ ଅଟୋରେ ସାଇବର ଆକ୍ରମଣ

ମାଲ୍‌ୱେର ଥିବା ଫାଇଲ୍‌ ଖୋଲିଲେ ସାଇବର ଅପରାଧୀମାନେ ଡିଭାଇସ୍‌କୁ ସମ୍ପୂର୍ଣ୍ଣ ରୂପେ ସେମାନଙ୍କ ନିୟନ୍ତ୍ରଣକୁ ନେଇଯିବେ ଓ ସମ୍ବେଦନଶୀଳ ତଥ୍ୟଗୁଡ଼ିକୁ ଚୋରାଇ ନେବେ। ସେହି ଡିଭାଇସ୍‌ ମାଧ୍ୟମରେ ଅତିରିକ୍ତ ମାଲୱେର ଆକ୍ରମଣ କରି ନେଟ୍‌ୱର୍କ ସହ ‌ଯୋଡ଼ି ହୋଇଥିବା ଅନ୍ୟ କମ୍ପ୍ୟୁଟରଗୁଡ଼ିକୁ ମଧ୍ୟ ନିଜ ଅକ୍ତିଆରକୁ ନେଇପାରିବେ। ସେଭଳି ଆକ୍ରମଣ ଦ୍ବାରା ବ୍ୟବସାୟ ପ୍ରତି‌ଷ୍ଠାନଗୁଡ଼ିକର କାମ ପ୍ରଭାବିତ ହେବ ଓ ଆର୍ଥିକ କ୍ଷତି ସହିବାକୁ ପଡ଼ିପାରେ ବୋଲି ସିଇଆର୍‌ଟି-ଇନ୍‌ ସତର୍କ କରାଇଛି।

Cyber: ଟାଟା ଇଲେକ୍ଟ୍ରୋନିକ୍ସର ୬୩୦ ଜିବି ଡାଟା ଚୋରି