Education: ଶିକ୍ଷକତା କରିବାକୁ ଆଗ୍ରହୀ ଓଡ଼ିଆ: ଗୋଟିଏ ବିଏଡ୍ ସିଟ୍‌କୁ ୪୫ ଆଶାୟୀ

Jun 29, 2026 - 01:51
Education: ଶିକ୍ଷକତା କରିବାକୁ ଆଗ୍ରହୀ ଓଡ଼ିଆ: ଗୋଟିଏ ବିଏଡ୍ ସିଟ୍‌କୁ ୪୫ ଆଶାୟୀ

"ଭୁବନେଶ୍ବର: ଶିକ୍ଷକତାକୁ ଜୀବନର ବ୍ରତ ଭାବେ ଆପଣାଇବାକୁ ଓଡ଼ିଶା ଯୁବପିଢ଼ି ଆଗ୍ରହ ପ୍ରକାଶ କରୁଛନ୍ତି।

ଗୋଟିଏ ପଟେ ସାରା ଦେଶରେ ନିଯୁକ୍ତି ସୁଯୋଗ ହ୍ରାସ ପାଉଥିବା ବେଳେ ଅନ୍ୟପଟେ ଶିକ୍ଷକ, ଶିକ୍ଷୟିତ୍ରୀ ଭାବେ କ୍ୟାରିୟର କରିବାକୁ ଅନେକ ମେଧାବୀ ଲାଗିପଡ଼ିଛନ୍ତି।

ଚାକିରି ତ ଦୂରର କଥା, ଶିକ୍ଷକ ଶିକ୍ଷା ପାଠ୍ୟକ୍ରମରେ ପଢ଼ିବାକୁ ଛାତ୍ରଛାତ୍ରୀଙ୍କ ଆବେଦନରୁ ଏଭଳି କିଛି ତଥ୍ୟ ସାମନାକୁ ଆସିଛି।

ସ୍ଥିତି ଏମିତି ହେଲାଣି ଯେ ଗୋଟିଏ ବିଏଡ୍‌ ସିଟ୍‌ରେ ନାମଲେଖା ପାଇଁ ୪୫ ଜଣ ଆବେଦନକାରୀ ରହିଛନ୍ତି।

ବିଏଚ୍‌ଏଡ୍‌ ଓ ଡିପ୍ଲେମା ଇନ୍‌ ଏଲିମେଣ୍ଟାରି ଏଜୁକେସନ୍‌ (ଡିଇଏଲ୍‌ଇଡି) ତଥା ସିଟି ପାଠ୍ୟକ୍ରମରେ ମଧ୍ୟ ଅନୁରୂପ ସ୍ଥିତି ଉପୁଜିଛି।

ବିଏଚ୍‌ଏଡ୍‌ର ମାତ୍ର ଗୋଟିଏ ଶିକ୍ଷାନୁଷ୍ଠାନରେ ୫୦ ସିଟ୍‌ ଥିବା ବେଳେ ଆଶାୟୀଙ୍କ ସଂଖ୍ୟା ୧,୮୭୯ରେ ପହଞ୍ଚିଛି।

ଅର୍ଥାତ୍‌ ଗୋଟିଏ ସିଟ୍‌ ପାଇଁ ୩୭ ଜଣ ଆଗ୍ରହୀ ରହିଛନ୍ତି।

ଡିଇଏଲ୍‌ଇଡି ପାଠ୍ୟକ୍ରମର ଗୋଟିଏ ସିଟ୍‌ ପାଇଁ ୧୮ ଜଣ ଆଶାୟୀ ରହିଛନ୍ତି।

୨୦୨୬-୨୮ ଶିକ୍ଷାବର୍ଷ ସାମ୍‌ସ ମାଧ୍ୟମରେ ଡିଇଏଲ୍‌ଇଡି ଓ ବିଏଡ୍‌ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ଏଭଳି ତଥ୍ୟ ସାମନାକୁ ଆସିଛି।Advertisment Fire In Forest: ଆମେରିକାରେ ଜଙ୍ଗଲ ନିଆଁରେ ପୋଡ଼ି ହୋଇ ୩ ଅଗ୍ନିଶମ କର୍ମଚାରୀ ମୃତ ବିଏଡ୍‌ରେ ୨୪୫୦, ଡିଇଏଲ୍‌ଇଡିରେ ୬୫୦୦ ସିଟ୍‌ପ୍ରବେଶିକା ପରୀକ୍ଷା ତାରିଖ ଘୋଷଣା ବିଳମ୍ବ ହେଉଛି ଦୁଇ ବର୍ଷ ହେଲା ସ୍ବାଭାବିକ ହୋଇଥିବା ଡିଇଏଲ୍‌ଇଡି ପାଠ୍ୟକ୍ରମ ପାଇଁ ଓଡ଼ିଶାରେ ୬୮ଟି ଶିକ୍ଷାନୁଷ୍ଠାନ ରହିଛି।

ଯେଉଁଠାରେ ମୋଟ ୬,୫୫୦ ସିଟ୍‌ ରହିଛି।

ଏତେ କମ୍‌ ସଂଖ୍ୟକ ସିଟ୍‌ ରହିଥିବା ବେଳେ ନାମଲେଖା ପାଇଁ ୧ ଲକ୍ଷ ୯ ହଜାର ୮୬ଜଣ ଆବେଦନ କରିଛନ୍ତି।

ଯେଉଁଥିରେ ଛାତ୍ରଙ୍କ ସଂଖ୍ୟା ୮୧,୮୫୬ ଓ ଛାତ୍ରୀଙ୍କ ସଂଖ୍ୟା ୨୭,୨୩୦ ରହିଛି।

ଏତେ ସଂଖ୍ୟକ ଛାତ୍ରଛାତ୍ରୀ ପାଠପଢ଼ା ପାଇଁ ଆବେଦନ କରିବା ନୂଆ କଥା ନୁହେଁ।

ଲଗାତାର ୩ ବର୍ଷ ହେଲା ୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପାଠ୍ୟକ୍ରମରେ ପଢ଼ିବାକୁ ଆବେଦନ କରିବା ବିରଳ ଘଟଣା ପାଲଟିଛି।

ଆଇଟିଆଇ, ଡିପ୍ଲୋମା, ଇଞ୍ଜିନିୟରିଂ, ଏମ୍‌ବିଏ, ଏମ୍‌ସିଏ ପରି ପାଠ୍ୟକ୍ରମ ଥିବା ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି।

ମାତ୍ର ଡିଇଏଲ୍‌ଇଡି ପାଠ୍ୟକ୍ରମ ଉପରେ ତାହାର କୌଣସି ପ୍ରଭାବ ପଡୁନାହିଁ।

GDP: ଇରାନରେ ଦରଦାମ୍‌ ସ୍ଥିତି ସଙ୍ଗିନ, ମୁଦ୍ରାସ୍ଫୀତି ୮୮.୬%କୁ ବୃଦ୍ଧି ଡିଇଏଲ୍‌ଇଡିରେ ନାମଲେଖା ପାଇଁ ୧୦ ଦିନ ହେଲା ଆବେଦନ ଶେଷ ହୋଇଥିଲେ ମଧ୍ୟ ପ୍ରବେଶିକା ପରୀକ୍ଷା ତାରିଖ ଘୋଷଣା ହୋଇ ନ ଥିବାରୁ ଆଶାୟୀମାନେ ଦ୍ବନ୍ଦ୍ବରେ ରହିଛନ୍ତି।

ତେବେ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ମାଧ୍ୟମରେ ଚଳିତବର୍ଷ ଦେଢ଼ ଘଣ୍ଟାର ପ୍ରବେଶିକା ପରୀକ୍ଷା କରାଯିବ।

ସେକ୍ସନ୍‌-୧ରେ ୩୦ ମାର୍କ ଓ ସେକ୍ସନ୍‌-୨ରେ ୬୦ ମାର୍କର ପରୀକ୍ଷା ହେବ।

ପରୀକ୍ଷା କେନ୍ଦ୍ର ସ୍ଥିର ପୂର୍ବରୁ ପିଲାଙ୍କ ପାଇଁ ଅନ୍‌ଲାଇନ୍‌ରେ ଆଡମିଟ୍‌ କାର୍ଡ ଜାରି ହେବ ବୋଲି କୁହାଯାଇଛି।

ସେହିପରି ବିଏଡ୍‌, ବିଏଚ୍‌ଏଡ୍‌ ଓ ଏମ୍‌ଏଡ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ଓଡ଼ିଶା‌ରେ ୩୧ଟି ଶିକ୍ଷାନୁଷ୍ଠାନରେ ୨୮୦୦ ସିଟ୍‌ ରହିଛି।

ଏଥିପାଇଁ ୧ ଲକ୍ଷ ୧୩ ହଜାର ୫୪୦ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି।

ସେମାନଙ୍କ ମଧ୍ୟରେ ୭୬ହଜାର ୪୪୪ ଛାତ୍ରୀ ଓ ୩୭ ହଜାର ୮୯ଜଣ ଛାତ୍ର ରହିଛନ୍ତି।

ବିଏଡ୍‌ ପାଇଁ ଥିବା ୨୪୫୦ ସିଟ୍‌ ପାଇଁ ୧,୦୯,୮୭୩ ଜଣ ଆବେଦନ କରିଥିବା ବେଳେ ବିଏଚ୍‌ଏଡ୍‌ର ୫୦ ସିଟ୍‌ ପାଇଁ ୧,୮୭୯ ଓ ଏମ୍‌ଏଡ୍‌ର ୩୦୦ ସିଟ୍‌ ପାଇଁ ୧,୭୮୮ ଜଣ ଆବେଦନ କରିଥିବା ଜଣାପଡ଼ିଛି।"