Fire In Forest: ଆମେରିକାରେ ଜଙ୍ଗଲ ନିଆଁରେ ପୋଡ଼ି ହୋଇ ୩ ଅଗ୍ନିଶମ କର୍ମଚାରୀ ମୃତ
"ୱାସିଂଟନ: ଆମେରିକାର ପଶ୍ଚିମରେ ଦ୍ରୁତ ଗତିରେ ବ୍ୟାପିଥିବା ଜଙ୍ଗଲ ନିଆଁ ଅଧିକ ତୀବ୍ରତର ହୋଇ କଲୋରାଡୋ-ଉତା ସୀମା ପର୍ଯ୍ୟନ୍ତ ବ୍ୟାପିଥିବାବେଳେ ଜଙ୍ଗଲ ନିଆଁ ଲିଭାଇବା ସମୟରେ ତିନି ଜଣ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।
ଅନ୍ୟ ଦୁଇ ଜଣ ଆହତ ହୋଇଥିବା ରବିବାର ୟୁଏସ୍ ୱାଇଲ୍ଡଲ୍ୟାଣ୍ଡ ଅଗ୍ନିଶମ ସେବା କହିଛି।Advertisment ଲଗାତାର କିଛି ଦିନ ଧରି ଗରମ, ଶୁଷ୍କ ପବନ ପ୍ରବାହ ପରେ ବିଭିନ୍ନ ପଶ୍ଚିମ ରାଜ୍ୟଗୁଡ଼ିକର ଜଙ୍ଗଲରେ ନିଆଁ ବ୍ୟାପକ ହୋଇଛି।
ଅଧିକାରୀମାନେ କହିଛନ୍ତି ଯେ, ଉତା, ଆରିଜୋନା ଓ ପଡ଼ୋଶୀ ରାଜ୍ୟଗୁଡ଼ିକରେ ଡଜନ ଡଜନ ନୂତନ ଜଙ୍ଗଲ ନିଆଁ ଘଟଣା ଘଟିଛି।
ଶନିବାର ସୁଦ୍ଧା ଦକ୍ଷିଣପଶ୍ଚିମ ଉତାରେ ୧୪୪ ବର୍ଗ ମାଇଲ ଜଙ୍ଗଲ ଅଞ୍ଚଳରେ ନିଆଁ ବ୍ୟାପିଛି।
Three Employees Suspended: ଜଙ୍ଗଲ ନିଆଁ ନିୟନ୍ତ୍ରଣରେ ଅବହେଳା ପାଇଁ ୩ କର୍ମଚାରୀ ନିଲମ୍ବିତ ଜଙ୍ଗଲ ନିଆଁ ଯୋଗୁ ଏକ ସ୍କି ରିସର୍ଟ ଓ ଅନେକ ସମର କ୍ୟାବିନ ନଷ୍ଟ ହୋଇଛି।
ଉତାରେ ଶତାଧିକ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।
ଚଳିତ ବର୍ଷ ପ୍ରାରମ୍ଭରୁ ସାରା ଆମେରିକାରେ ୩ ନିୟୁତ ଏକର ଜଙ୍ଗଲ ପୋଡ଼ି ହୋଇ ନଷ୍ଟ ହୋଇଛି।
"