Snana Yatra: ସାଆନ୍ତ ଆସିବେ ସ୍ନାନବେଦି: ଭୋର୍ ୫ରୁ ପହଣ୍ଡି, ଅପରାହ୍ଣ ୪ରୁ ହାତୀବେଶ
"ପୁରୀ: ସ୍ନାନବେଦିକୁ ଆସିବେ ଜଗତ ସାଆନ୍ତ।
ରତ୍ନବେଦି ଛାଡ଼ି ସ୍ନାନବେଦିରେ କରିବେ ଲୀଳାଖେଳା।
ବଡ଼ଦାଣ୍ଡରୁ ମହାମାନବୀୟ ସ୍ନାନଲୀଳା ସଂଦର୍ଶନ କରିବେ ଭକ୍ତ।
ଦୁର୍ଲଭ ହାତୀବେଶରେ ଦର୍ଶନ ଦେଇ କୃତାର୍ଥ କରିବେ ମର୍ତ୍ତ୍ୟ ବୈକୁଣ୍ଠ ଅଧିପତି।
ଦିବ୍ୟସ୍ନାନ ଦର୍ଶନ ପାଇଁ ଆଜିଠୁ ଭକ୍ତଙ୍କ ସୁଅ ଛୁଟିଲାଣି।
ଶ୍ରୀକ୍ଷେତ୍ରରେ ଗହଳି ଚହଳି ଲାଗିଲାଣି।
ମହାପ୍ରଭୁଙ୍କୁ ସ୍ନାନବେଦିକୁ ସ୍ବାଗତ ପାଇଁ ଚାରବନ୍ଧା ସରିଛି।
ସୁନାକୂଅ ଶୋଧ ହୋଇସାରିଛି।
ସୁନାକୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାବାହୁ।
ଦିନ ୨ଟା ୩୫ ସୁଦ୍ଧା ସେନାପଟା ଲାଗି ଶେଷ ହୋଇସାରିଛି।
ସ୍ନାନବେଦିକୁ ମହାପ୍ରଭୁଙ୍କୁ ବିଜେ କରାଇବାକୁ ସେବକକୁଳ ପ୍ରସ୍ତୁତି କରିସାରିଛନ୍ତି।
ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ମାର୍କେଟ୍ ଛକରୁ ଛାମୁଡିଆ ସହ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି।Advertisment Debasnana Purnima 2026: ମହାପ୍ରଭୁଙ୍କ ସ୍ନାନଯାତ୍ରା, ଜାଣନ୍ତୁ ସମ୍ପୂର୍ଣ୍ଣ ନୀତି ନିର୍ଘଣ୍ଟ ଓ ହାତୀବେଶ ସମୟ ଭୋର୍ ୫ରୁ ପହଣ୍ଡି, ଅପରାହ୍ଣ ୪ରୁ ହାତୀବେଶସନ୍ଧ୍ୟା ସାଢ଼େ ୭ରୁ ସାହାଣମେଲା ଦର୍ଶନ ସୋମବାର ଭୋର୍ ୫ଟାରୁ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇ ସକାଳ ୭ଟା ସୁଦ୍ଧା ଶେଷ ହେବ।
ମହାପ୍ରଭୁ ଧାଡ଼ି ପହଣ୍ଡିରେ ଆସି ଗୋଟି ପହଣ୍ଡିରେ ବାହୁଡ଼ିବେ।
ଦିନ ୧୨ଟା ୨୦ରୁ ୨ଟା ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନବିଧି ଅନୁଷ୍ଠିତ ହେବ।
ସ୍ନାନ ମଣ୍ଡପରେ ଜଳ ବିଜେ ପୂର୍ବରୁ ପ୍ରତିହାରୀ ସେବକମାନେ ଟେରା ବାନ୍ଧି ଶୋଧ କରିବେ।
ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଦର୍ଶନ ସାରି ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ ପରେ ଗଜପତି ମହାରାଜ ପାରମ୍ପରିକ ରୀତିରେ ଶ୍ରୀନଅରରୁ ଛେରା ପହଁରା ପାଇଁ ବିଜେ କରିବେ।
ସାଢ଼େ ୩ଟାରେ ଗଜପତି ରାଜନୀତି ଓ ସ୍ନାନମଣ୍ଡପ ଛେରା ପହଁରା କରିବେ।
GDP: ଇରାନରେ ଦରଦାମ୍ ସ୍ଥିତି ସଙ୍ଗିନ, ମୁଦ୍ରାସ୍ଫୀତି ୮୮.୬%କୁ ବୃଦ୍ଧି ଅପରାହ୍ଣ ୪ଟାରୁ ୫ଟା ମଧ୍ୟରେ ହାତୀ ବେଶ କରାଯିବ।
ପାଳିଆ ପୁଷ୍ପାଳକ ସେବକ ଦଇତାପତିମାନଙ୍କ ସହ ମିଶି ତିନି ବାଡ଼ରେ ହାତୀ ବେଶ କରିବେ।
ସନ୍ଧ୍ୟା ସାଢ଼େ ୭ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନର ସୁଯୋଗ ମିଳିବ।
ଭକ୍ତମାନେ ଦିନତମାମ ସ୍ନାନମଣ୍ଡପ ତଳେ ସମ୍ମୁଖ ଭାଗରେ ଦର୍ଶନ କରିବା ପାଇଁ ଆନନ୍ଦ ବଜାରରେ ବାରିକେଡିଂ କରାଯିବ।
ରାତି ୧୦ଟା ବେଳକୁ ହାତୀ ବେଶ ମଇଲମ ହେବ।
ରାତି ସାଢ଼େ ୧୧ଟାରୁ ୨ଟା ମଧ୍ୟରେ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହେବ।
ରାତି ସାଢ଼େ ୨ଟା ବେଳକୁ ସୁନାଚିତା ଓ ରାହୁରେଖା ମଇଲମ କରାଯିବ।
ସ୍ନାନ ପୂର୍ଣ୍ଣିମା ପହଣ୍ଡି ଦର୍ଶନ ପାଇଁ ଚଳିତ ବର୍ଷ ୧୦ ହଜାର ଟିକେଟ୍ ବ୍ୟବସ୍ଥା ରହିଛି।
ଟିକେଟ୍ ମୂଲ୍ୟ ୧୫୦ ଟଙ୍କା ରହିଛି।
ସର୍ବସାଧାରଣଙ୍କ ପାଇଁ ବଡ଼ଦାଣ୍ଡସ୍ଥିତ ନୀଳାଦ୍ରି ଭକ୍ତ ନିବାସରେ ପହଣ୍ଡି ଦର୍ଶନ ଟିକେଟ୍ ବିକ୍ରୟ କରାଯିବ।
ପହଣ୍ଡି ଟିକେଟଧାରୀ ଭକ୍ତମାନେ ସାତପାହାଚ ଅପର ପାର୍ଶ୍ବରେ ଥିବା ବ୍ୟାରିକେଡ୍ ବାହାରେ ଶ୍ରୀବିଗ୍ରହଙ୍କ ପହଣ୍ଡି ଦର୍ଶନ କରିବେ।
ବିପୁଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ବ୍ୟବସ୍ଥା ବୃଦ୍ଧି କରାଯାଇଛି।
୪ ଜଣ ଏସ୍ପି/କମାଣ୍ଡାଣ୍ଟ, ୪୬୦ ଅଧିକାରୀଙ୍କ ସମେତ ୭୯ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେବେ।
୧୪ ଜଣ ଅତିରିକ୍ତ ଏସ୍ପି/ଡେପୁଟି କମାଣ୍ଡାଣ୍ଟ, ୮୩ ଇନ୍ସପେକ୍ଟର, ୧୦୫ ଏସ୍ଆଇ/ଏଏସ୍ଆଇ ଦାୟିତ୍ବରେ ରହିବେ।
ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ଭିତରେ ୧୫୨, ଚତୁଃପାର୍ଶ୍ବରେ ୨୫୦ ଓ ବଡ଼ଦାଣ୍ଡରେ ମାର୍କେଟ୍ ଛକ ପର୍ଯ୍ୟନ୍ତ ୩୦ଟି ସିସିଟିଭି କ୍ୟାମେରା ଲଗାଯାଇଛି।"