Choudwar Jail: ପୁଣି ଚୌଦ୍ବାର ଜେଲ୍ରେ କଳଙ୍କ: ନିଶା ଖୁଆଇ ଯୌନ ଶୋଷଣ, ଲିଖିତ ବୟାନ ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ଶୂନ
"କଟକ: ଚୌଦ୍ବାର ସର୍କଲ୍ ଜେଲ୍ରେ ଲାଗିଛି ଆଉ ଏକ କଳା ଦାଗ।
ଜେଲ୍ ଶୌଚାଳୟ ଭିତରେ ଜଣେ ବିଚାରାଧୀନ କଏଦୀଙ୍କୁ ଆଉ ଜଣେ ଦୋଷୀ ସାବ୍ୟସ୍ତ କଏଦୀ ନିଶା ଖୁଆଇ ଅପ୍ରାକୃତିକ ଯୌନ ଶୋଷଣ କରିଛି।
ଜେଲ୍ ସର୍ଦ୍ଦାର ଓ ୱାର୍ଡର୍ ଶୌଚାଳୟ ଭିତରୁ ଉଭୟଙ୍କୁ ଧରି ଜେଲ୍ କର୍ତ୍ତୃପକ୍ଷଙ୍କ ଜିମା ଦେଇଥିଲେ।
କିନ୍ତୁ ଜେଲ୍ କର୍ତ୍ତୃପକ୍ଷ ଏହି ଘଟଣାକୁ ନେଇ ଚୌଦ୍ବାର ଥାନାରେ ଏତଲା ଦେବା ବଦଳରେ ଏଭଳି ଆପରାଧିକ ତଥା ଲଜ୍ଜାଜନକ ଘଟଣାକୁ ଚାପିଦେବାକୁ କସରତ କରୁଥିବା ସାମନାକୁ ଆସିଛି।
Advertisment Fire In Forest: ଆମେରିକାରେ ଜଙ୍ଗଲ ନିଆଁରେ ପୋଡ଼ି ହୋଇ ୩ ଅଗ୍ନିଶମ କର୍ମଚାରୀ ମୃତ ସୂଚନା ଅନୁଯାୟୀ, ଚୌଦ୍ବାର ସର୍କଲ୍ ଜେଲ୍ର ୨୩ ନମ୍ବର ରୁମ୍ରେ ଥିବା କଏଦୀ କାହ୍ନା ନାୟକ ଚୌଦ୍ବାର ଅଞ୍ଚଳରେ ଏକ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଛି।
ସେହିଭଳି ବିଚାରାଧୀନ ୱାର୍ଡରେ ଚୋରି ମାମଲାରେ ଜଗତସିଂହପୁର ଜିଲ୍ଲାର ଜଣେ ୧୮ ବର୍ଷୀୟ ଯୁବକ ରହୁଛି।
ଗଲା ୨୧ ତାରିଖ ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ଜେଲ୍ର ରୋଷେଇଘର ଭିତରେ ଥିବା ଏକ ଶୌଚାଳୟକୁ ସେହି ଯୁବକକୁ କାହ୍ନା ଡାକି ନେଇଥିଲା।
ସେଠାରେ ତାକୁ ନିଶା ଖୁଆଇଥିଲା।
ନିଶାସକ୍ତ ଅବସ୍ଥାରେ ଉକ୍ତ ଯୁବକ ସହିତ ଅପ୍ରାକୃତିକ ଯୌନ ଶୋଷଣ କରିଥିଲା।
ପ୍ରାୟ ଅଧଘଣ୍ଟାଏ ଧରି ଏଭଳି ଚାଲିଥିବା ନେଇ ସେଠାରେ ରୋଷେଇଘର ଦାୟିତ୍ବରେ ଥିବା ୱାର୍ଡର୍ ଓ ଖାଦ୍ୟ ଯୋଗାଣ ଦାୟିତ୍ବରେ ଥିବା ଜଣେ ସର୍ଦ୍ଦାର ଖବର ପାଇଥିଲେ।
ଶୌଚାଳୟ ନିକଟରେ ପହଞ୍ଚି ଉଭୟଙ୍କୁ ଧରିଥିଲେ।
ଉଭୟଙ୍କୁ ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ହାଜର କରାଯାଇଥିଲା।
ଲିଖିତ ବୟାନ ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ଶୂନଏତଲା ଦେଲେନି, ଚାପିଦେବାକୁ କସରତ ଉଭୟ ନିଜର ବୟାନ ଲିଖିତ ଭାବେ ରଖିଥିଲେ।
ସେଠାରେ ସର୍ଦ୍ଦାର ମଧ୍ୟ ନିଜ ବୟାନ ରଖିଥିଲେ।
ଏହି ଘଟଣା ନେଇ ଚୌଦ୍ବାର ଥାନାରେ ନିୟମ ଅନୁଯାୟୀ ଏତଲା ଦେବା କଥା ଏବଂ ପୁଲିସ ଏହା ଉପରେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବା କଥା।
କିନ୍ତୁ ଏହି ମାମଲାକୁ ଜେଲ୍ ଭିତରେ ଚାପି ଦେବାକୁ କସରତ କରାଯାଉଛି।
ଏହି ଘଟଣା ପରେ କାହ୍ନାକୁ ୪୬ ନମ୍ବର ରୁମ୍କୁ ସ୍ଥାନାନ୍ତର କରାଯାଇଛି।
କାହ୍ନା ପୂର୍ବରୁ ମଧ୍ୟ ବିଭିନ୍ନ କଏଦୀଙ୍କ ସହିତ ଏଭଳି କୁକର୍ମ କରିଆସୁଥିବା ଅଭିଯୋଗ ରହିଛି।
ଅନ୍ୟପଟେ ଜଣେ ଜେଲ୍ କର୍ମଚାରୀଙ୍କ ମାଧ୍ୟମରେ କାହ୍ନା ଜେଲ୍ ଭିତରେ ଗଞ୍ଜେଇ, ବ୍ରାଉନ୍ସୁଗାର୍, ମଦ, ତମାଖୁ ଭଳି ନିଶା ସାମଗ୍ରୀ ବିକ୍ରି କରୁଥିବାର ମଧ୍ୟ ଅଭିଯୋଗ ରହିଛି।
ସେ ଜେଲ୍ର ରୋଷେଇ ଘରେ ନିଶା ସାମଗ୍ରୀ ମହଜୁଦ ରଖି ବିକ୍ରି କରିଆସୁଥିବା ଜେଲ୍ର ବିଭିନ୍ନ କର୍ମଚାରୀ ଅଭିଯୋଗ କରିଆସୁଛନ୍ତି।
ଏହାକୁ ମଧ୍ୟ ଅଣଦେଖା କରାଯାଉଛି।
ନିର୍ଦ୍ଦିଷ୍ଟ ଭାବେ ଜଣେ ଜେଲ୍ ଅଧିକାରୀଙ୍କ ସହଯୋଗରେ ଏଭଳି ବେଆଇନ କାରବାର ଚାଲିଥିବା କୁହାଯାଉଛି।
ନିକଟରେ ଲିଟୁଆ ବେହେରା ଥାର୍ ଗାଡ଼ି ଜେଲ୍ ଭିତରେ ପୂରାଇ ଜେଲ୍ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ ଦେଇଥିବା ବେଳେ ବର୍ତ୍ତମାନ ଯୌନ ଶୋଷଣ ଘଟଣା ନୂଆ ବିବାଦ ସୃଷ୍ଟି କରିଛି।
Debasnana Purnima 2026: ମହାପ୍ରଭୁଙ୍କ ସ୍ନାନଯାତ୍ରା, ଜାଣନ୍ତୁ ସମ୍ପୂର୍ଣ୍ଣ ନୀତି ନିର୍ଘଣ୍ଟ ଓ ହାତୀବେଶ ସମୟ"