Debasnana Purnima 2026: ମହାପ୍ରଭୁଙ୍କ ସ୍ନାନଯାତ୍ରା, ଜାଣନ୍ତୁ ସମ୍ପୂର୍ଣ୍ଣ ନୀତି ନିର୍ଘଣ୍ଟ ଓ ହାତୀବେଶ ସମୟ
"ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁମେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଓଡ଼ିଶାବାସୀ ଏବଂ ମହାପ୍ରଭୁଙ୍କ କୋଟିକୋଟି ଭକ୍ତଙ୍କୁ ସମ୍ବାଦ ଡିଜିଟାଲ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା।
ପବିତ୍ର ରଥଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ସ୍ନାନଯାତ୍ରା ଆଜି ଶ୍ରୀମନ୍ଦିର ପରିସରସ୍ଥିତ ସ୍ନାନବେଦୀରେ ଅୟୋଜନ ହେଉଛି।
ଏହି ଅବସରରେ ଶ୍ରୀକ୍ଷେତ୍ରରେ ଆନନ୍ଦଉଲ୍ଲାସରେ ପରିପୂର୍ଣ୍ଣ ହୋଇଛି।
ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତ ରୁଣ୍ଡ ହୋଇଛନ୍ତି।
ଜୟ ଜଗନ୍ନାଥ ଧ୍ବନୀରେ ପୁରୀ କମ୍ପୁଛି।
ପବିତ୍ର ବଡ଼ଦାଣ୍ଡରେ ଶ୍ରଦ୍ଧାଳୁମାନେ ପାଦ ରଖି ନିଜକୁ ଧନ୍ୟ ମନେ କରୁଛନ୍ତି।
Advertisment ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଭକ୍ତ ସମ୍ମୁଖରେ ସ୍ନାନ କରି ହାତୀବେଶରେ ଦର୍ଶନ ଦେବେ।
ଏଥିପାଇଁ ସ୍ନାନମଣ୍ଡପକୁ ରଙ୍ଗ ଦେଇ ସୁସଜ୍ଜିତ କରାଯାଇଛି।
ଭକ୍ତମାନଙ୍କ ଲାଗି ସ୍ନାନଯାତ୍ରା ଦେଖିବା ପାଇଁ ଏଥର ମାର୍କେଟ୍ ଛକ ନିକଟରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି।
ଯେପରି ଭକ୍ତମାନେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପର୍ଯ୍ୟନ୍ତ ଖରାରେ ଆଉଟୁ ପାଉଟୁ ନହୁଅନ୍ତି ଏବଂ ବର୍ଷାରେ ନ ଭିଜନ୍ତି ସେଥିଲାଗି ସ୍ବତନ୍ତ୍ର ବ୍ୟାରିକେଡ୍ ସହ ଛାମୁଡ଼ିଆ ବନ୍ଦୋବସ୍ତ କରାଯାଇଛି।
ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଶ୍ରୀମନ୍ଦିର ଏବଂ ବଡ଼ଦାଣ୍ଡରେ ପୁଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ସିସିସିଟି କ୍ୟାମେରା ସମସ୍ତଙ୍କ ଉପରେ ନଜର ରଖିଛି।
ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଭୋର ୪ଟା ୩୦: ମଙ୍ଗଳାର୍ପଣ ସକାଳ ୫ଟାରୁ ୭ଟା: ଡୋରଲାଗି ଓ ପୁଷ୍ପାଞ୍ଜଳି ହୋଇ ପହଣ୍ଡି ସକାଳ ୯ଟା: ମଙ୍ଗଳ ଆଳତି ୯ଟା ୧୫: ମଇଲମ ୯ଟା ୨୫: ତଡ଼ପ ଲାଗି ୯ଟା ୪୫: ଅଧର ପୋଛା ୧୦ଟା ୨୦: ଅବକାଶ ୧୦ଟା ୩୦: ରୋଷହୋମ ୧୦ଟା ୫୫: ସୂର୍ଯ୍ୟପୂଜା ୧୧ଟା ୧୦: ଦ୍ବାରପାଳ ପୂଜା ୧୧ଟା ୨୫: ବେଶ ଶେଷ ମଧ୍ୟାହ୍ଣ ୧୨ଟାରୁ ଅପରାହ୍ଣ ୨ଟା: ଜଳ ବିଜେ, ପୂଜା, ସ୍ନାନ ଅପରାହ୍ଣ ୨ଟା ୩୦: ମଇଲମ, ମେକାପ, ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ ଅପରାହ୍ଣ ୩ଟା ୩୦: ଛେରା ପହଁରା ଅପାରହ୍ଣ ୪ଟାରୁ ୫ଟା: ହାତୀବେଶ ସନ୍ଧ୍ୟା ୫ଟା ୩୦ରୁ ୭ଟା ୩୦: ଘଣ୍ଟଛତା ସକାଳଧୂପ ରାତି ୮ଟା: ଦକ୍ଷିଣିଘର ଭୋଗ ରାତି ୭ଟା ୩୦ରୁ ୯ଟା ୩୦: ସାହାଣମେଳା ରାତି ୧୦ଟା: ହାତୀବେଶ ମଇଲମ ରାତି ୧୦ଟା ୩୦: ପୁଷ୍ପାଞ୍ଜଳି ଓ ଡୋରଲାଗି ରାତି ୧୧ଟାରୁ ୨ଟା: ବାହୁଡ଼ା ପହଣ୍ଡି ରାତି ୨ଟା ୩୦: ସୁନା ଚିତା ଓ ରାହୁରେଖା ମଇଲମ (ବି.ଦ୍ର): ସମୟକୁ ଚାହିଁ ଅନ୍ୟାନ୍ୟ ନୀତିଗୁଡ଼ିକର ଆୟୋଜନ ହେବ ଏହି ଖବର କ୍ରମାଗତ ଭାବେ ଅପଡେଟ୍ କରାଯାଉଛି।
ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ।
ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ।
ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପଡେଟ୍ କରୁଛୁ।
ମହାପ୍ରଭୁଙ୍କର ଦେବସ୍ନାନ ପୂର୍ଣ୍ଣିମା ସଂପର୍କିତ ସମସ୍ତ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
"