Demand: ମୟୂରଭଞ୍ଜର ଦୁଇ ଉପଖଣ୍ଡକୁ ନୂତନ ଜିଲ୍ଲା ଗଠନ ଦାବି

Jun 29, 2026 - 00:53
Demand: ମୟୂରଭଞ୍ଜର ଦୁଇ ଉପଖଣ୍ଡକୁ ନୂତନ ଜିଲ୍ଲା ଗଠନ ଦାବି

"ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଞ୍ଜ ଜିଲ୍ଲାକୁ ଦୁଇ ଭାଗ କରି ଘାଟୀ ଉପରେ ଥିବା ବାମନଘାଟୀ ଓ ପାଞ୍ଚପୀଢ଼ ଉପଖଣ୍ଡକୁ ନେଇ ସ୍ୱତନ୍ତ୍ର ନୂତନ ଜିଲ୍ଲା ଗଠନ ଦାବିରେ ସାମାଜିକ ସଙ୍ଗଠନ ରାମଦୋଳି ୟୁଥ୍ ପାୱାର ଆସୋସିଏସନ୍ ପଦଯାତ୍ରା କରିଛି।

Advertisment ଦାଣ୍ଡବୋଷର କାପିବୁରୁଠାରେ ଅଲଚିକିର ପ୍ରଣେତା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠରେ ପ୍ରଥମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି  ତିରିଂରୁ ରବିବାର ପୂର୍ବାହ୍ନ ୯ଟାରେ ଏହି ପଦଯାତ୍ରା ଆରମ୍ଭ ହୋଇଥିଲା।

ଏହି ପଦଯାତ୍ରା ସାମାଜିକ କର୍ମୀ ସୁରେନ୍ଦ୍ର ମୁଣ୍ଡାଙ୍କ ନେତୃତ୍ୱରେ ଏହି ପଦଯାତ୍ରାରେ ବୁଧୁରାମ ମୁଣ୍ଡା, ନିମାଇଁ ମୁର୍ମୁ, ସୁନୀତା ଟୁଡ଼ୁ, କୁନା ମୁଣ୍ଡା ପ୍ରମୁଖ ସାମିଲ ହୋଇଛନ୍ତି।

Helath: ୩୦ ବର୍ଷ ଦୀର୍ଘ ଯନ୍ତ୍ରଣାର ଅନ୍ତ, ନୂଆ ଆଶା ନେଇ ବଞ୍ଚିବେ ମୟୂରଭଂଜର ମହିଳା ବିଜାତଳା ବ୍ଲକ୍ ସରପଞ୍ଚ ମାଣିକପୁର ସୁଶାନ୍ତ କୁମାର ମୁଣ୍ଡା, ସାମାଜିକ କର୍ମୀ ମନୋରଞ୍ଜନ ତିରିଆ ପ୍ରମୁଖ ପଦଯାତ୍ରା ଆରମ୍ଭ ବେଳେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।

ନୂତନ ଜିଲ୍ଲା ଗଠନ ଦାବିରେ ପଦଯାତ୍ରାକାରୀଙ୍କୁ ତିରିଂ ଥାନା ସମ୍ମୁଖ, ବଡ଼ଡ଼ାଳିମା, ବହଳଦା ବଜାର, ତେନ୍ତେଳା, ଗମ୍ଭାରିଆ ଆଦି ସ୍ଥାନରେ ସ୍ୱାଗତ ଓ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।

ପଦଯାତ୍ରୀ ମାନେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପୈତୃକ ଗ୍ରାମ ଦାଣ୍ଡବୋଷଠାରେ ରାତ୍ରୀଯାପନ କରିଥିବା ବେଳେ ଆସନ୍ତାକାଲି ସକାଳୁ ରାଇରଙ୍ଗପୁର ଓ ଯଶିପୁର ଅଭିମୂଖେ ବାହାରିବେ ବୋଲି ସୂଚନା ମିଳିଛି।

"